Supremecourt: ୪୮ ଘଣ୍ଟାରୁ ଅଧିକ ହାଜତରେ ରହିଲେ ସରକାରୀ କର୍ମଚାରୀ ସ୍ୱତଃ ନିଲମ୍ବିତ ହେବେ: ସୁପ୍ରିମ୍‌କୋର୍ଟ

58 minutes ago 1
ARTICLE AD BOX

ନୂଆଦିଲ୍ଲୀ: କୌଣସି ଆପରାଧିକ ମାମଲାରେ ଗିରଫ ହେବା ପରେ ସରକାରୀ କର୍ମଚାରୀ ୪୮ ଘଣ୍ଟାରୁ ଅଧିକ ସମୟ ବିଚାର ବିଭାଗୀୟ ହାଜତରେ ରହିଲେ, ପ୍ରଚଳିତ ସେବା ନିୟମ ଅନୁଯାୟୀ ସେ ସ୍ୱତଃ ନିଲମ୍ବିତ ହେବେ। ଏଥିପାଇଁ ସରକାରଙ୍କ ପକ୍ଷରୁ ପୃଥକ୍ ନିଲମ୍ବନ ଆଦେଶ ଜାରି କରିବାର ଆବଶ୍ୟକତା ନାହିଁ। ନଭେମ୍ବର ୬ରେ ଏକ ଜାମିନ ମାମଲାର ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି।

ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍ ମନମୋହନଙ୍କ ଖଣ୍ଡପୀଠ ବିହାରର ସମସ୍ତିପୁର ସଦର ଡାକ୍ତରଖାନାର ପ୍ରଶାସକ ବିଶ୍ୱଜିତ୍ ସିଂହଙ୍କ ମାମଲାର ବିଚାର କରି ଏହା କହିଛନ୍ତି। ଜଣେ ଠିକା କର୍ମଚାରୀଙ୍କ ୩୬ ହଜାର ୪୨୧ ଟଙ୍କାର ବକେୟା ଦରମା ମଞ୍ଜୁର କରିବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗରେ ସିଂହଙ୍କ ବିରୋଧରେ ୨୦୨୫ରେ ମାମଲା ରୁଜୁ ହୋଇଥିଲା। ଗିରଫ ପରେ ସେ ପ୍ରାୟ ୧୫ ଦିନ ବିଚାର ବିଭାଗୀୟ ହାଜତରେ ରହିଥିଲେ। ପ୍ରଥମେ ନିଲମ୍ବିତ ହୋଇଥିଲେ ମଧ୍ୟ ପରେ ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇ ସେହି ଡାକ୍ତରଖାନାରେ ସମାନ ପଦବିରେ ପୁନଃ ନିଯୁକ୍ତି ଦିଆଯାଇଥିଲା।

ଆହୁରି ପଢନ୍ତୁ: Crime: ବାପା-ମା’ଙ୍କ ମୃତ୍ୟୁ ଲୁଚାଇବାକୁ ୧୦ ବର୍ଷର ଶିଶୁକୁ ବ୍ୟବହାର କରିଥିଲା ଅଭିଯୁକ୍ତ

ଏହାକୁ ନେଇ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ଯାଞ୍ଚ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ବିହାର ସରକାରଙ୍କୁ କହିଛନ୍ତି। ଅନ୍ୟପକ୍ଷରେ, ଅଭିଯୁକ୍ତଙ୍କ ଜାମିନ ରଦ୍ଦ କରିଥିବା ପାଟନା ହାଇକୋର୍ଟଙ୍କ ୧ ଜୁଲାଇ ୨୦୨୬ର ଆଦେଶକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ଏଥିସହ ସେସନ୍ସ କୋର୍ଟ ପ୍ରଦାନ କରିଥିବା ଜାମିନକୁ ପୁନର୍ବାହାଲ କରିଛନ୍ତି। ସାଧାରଣତଃ ଏଭଳି ମାମଲାରେ ଅଭିଯୁକ୍ତଙ୍କ ଅପରାଧିକ ପୃଷ୍ଠଭୂମି ନଥିଲେ କିମ୍ବା ଅଭିଯୋଗ ଅତ୍ୟନ୍ତ ଗୁରୁତର ନ ଥିଲେ ଜାମିନ ଦିଆଯିବା ଉଚିତ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.