Supreme Court: ୟୁପିଆଇରେ ଶୁଳ୍କ ଉପରେ ରହିତାଦେଶ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

42 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କାରୁ ଅଧିକ ବାଣିଜ୍ୟିକ ୟୁପିଆଇ ପେମେଣ୍ଟ ଉପରେ ୦.୪% ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌) ଲାଗୁ କରିବା ନିଷ୍ପତ୍ତି ଉପରେ ଅନ୍ତରୀଣ ରହିତାଦେଶ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ, ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ସମେତ ଅନ୍ୟ ପକ୍ଷଙ୍କୁ କୋର୍ଟ ନୋଟିସ୍ ଜାରି କରିଛନ୍ତି।

ୟୁପିଆଇ ପେମେଣ୍ଟ୍‌ ଉପରେ ଏମ୍‌ଡିଆର୍‌ ଆସନ୍ତା ଅକ୍ଟୋବର ୧୫ରୁ ଲାଗୁ ହେବ। ଏହାକୁ ବିରୋଧ କରି ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ନେତୃତ୍ବାଧୀନ ଖଣ୍ଡପୀଠ କରିଥିଲେ। ଏମ୍‌ଡିଆର୍‌ ଲଗାଇବା ପଛ‌ରେ ରହିଥିବା ଆଇନଗତ ଓ ନୀତି ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଶୁଣାଣି ବେ‌ଳେ ସରକାର ସ୍ପଷ୍ଟ କରିଛନ୍ତି ଯେ ଆମେ କୌଣସି ଫି ସଂଗ୍ରହ କରୁନାହୁଁ। ଏହା ୟୁପିଆଇ ବ୍ୟବସ୍ଥା ସହ ଜଡ଼ିତ ଥିବା ଅଂଶଗ୍ରହଣକାରୀମାନଙ୍କ ଦ୍ବାରା ସଂଗ୍ରହ କରାଯିବାକୁ ଥିବା ଫି।

କେନ୍ଦ୍ର, ରିଜର୍ଭ ବ୍ୟାଙ୍କ, ଏନ୍‌ପିସିଆଇକୁ ନୋଟିସ୍‌

ଅତିରିକ୍ତ ସଲିସିଟର ଜେନେରାଲ ଭେଙ୍କଟରମଣ କୋର୍ଟଙ୍କୁ କହିଥିଲେ ଯେ ନୂଆ ବ୍ୟବସ୍ଥାରେ ୯୬ ପ୍ରତିଶତ ୟୁପିଆଇ କାରବାର ଉପରେ ଶୁଳ୍କ ଲାଗିବ ନାହିଁ। ଅତ୍ୟାବଶ୍ୟକ ସେବା ଉପରେ ଶୁଳ୍କକୁ ୫ ଟଙ୍କାରେ ସୀମିତ ରଖାଯାଇଛି। ଏହି ଫି କୌଣସି ଟିକସ କିମ୍ବା ସରକାର ଲାଗିଥିବା ଫି ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହା ଶୁଣିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ କାନ୍ତ କହିଥିଲେ ଯେ ଏହା ଏକ ବୈଷୟିକ ସମସ୍ୟା ଭଳି ମନେ ହେଉଛି। ତେଣୁ ସରକାରଙ୍କୁ ସେ ସତ୍ୟପାଠ ଦାଖଲ କରିବାକୁ କହିଥିଲେ।

ଖଣ୍ଡପୀଠର ଅନ୍ୟତମ ସଦସ୍ୟ ଜଷ୍ଟିସ୍‌ ଜୟମାଳା ବାଗ୍‌ଚୀ ଏଭଳି ଫି ଲଗାଇବା ଉପରେ ପ୍ରଶ୍ନ କରିଥିଲେ। ଏହା ଯଦି ଫି ନୁହେଁ, ତାହା ହେଲେ ଏହା କଣ? ୧୪୦ କୋଟି ଭାରତୀୟଙ୍କ ଉପ‌ରେ ୧ ପ୍ରତିଶତ ଶୁଳ୍କ। ତାଙ୍କୁ ଅତିରିକ୍ତ ସଲିସିଟର ଜେନେରାଲ୍‌ କହିଥିଲେ ଯେ ଡେବିଟ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡ କାରବାର ଭଳି ୟୁପିଆଇ କାରବାରରେ ମଧ୍ୟ କିଛି ଖର୍ଚ୍ଚ ହେଉଛି।

ଦିଲ୍ଲୀରେ ପାର୍କିଂ ଫି ଦୁଇ ଗୁଣା

Read Entire Article
LEFT SIDEBAR AD

Hidden in mobile, Best for skyscrapers.