Supreme Court: ‘ମୋ ଭଳି ଗରିବଙ୍କ କଥା କେହି ଶୁଣୁନାହାନ୍ତି’

1 hour ago 3
ARTICLE AD BOX

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ଶୁକ୍ରବାର ଶୁଣାଣି ସମୟରେ ଜଣେ ଓକିଲ ନିଜକୁ ଗରିବ ଓ ସମ୍ବଳହୀନ ବୋଲି କହି ରେଜିଷ୍ଟ୍ରିରେ ହେଉଥିବା ବିଳମ୍ବ ଓ ଅସୁବିଧା ନେଇ ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ସମ୍ମୁଖରେ ଅଭିଯୋଗ କରିଛନ୍ତି। ଓକିଲ ଜଣକ କହିଥିଲେ ଯେ, ତାଙ୍କ ଭଳି ଗରିବ ଓକିଲଙ୍କ ପାଇଁ ସୁପ୍ରିମ୍‌କୋର୍ଟରେ ଯେପରି କୌଣସି ସ୍ଥାନ ନାହିଁ। ଗୋଟିଏ କାମ ପାଇଁ ତାଙ୍କୁ ଗୋଟିଏ କାଉଣ୍ଟରରୁ ଅନ୍ୟ କାଉଣ୍ଟରକୁ ପଠାଯାଉଥିବା ସେ ଅଭିଯୋଗ କରିଥିଲେ।

ଓକିଲ କହିଥିଲେ ଯେ, ରେଜିଷ୍ଟ୍ରିରେ ତାଙ୍କ କାମରେ ବିଳମ୍ବ ହେଉଥିବା ନେଇ ସେ ଗତ ୬ ମାସ ଧରି ଲଗାତାର ଅଭିଯୋଗ କରୁଛନ୍ତି। ଏଥିପାଇଁ ସେ ଚାରିଟି ଚିଠି ମଧ୍ୟ ଲେଖିଛନ୍ତି ଏବଂ ସେସବୁର ନକଲ ଇ-ମେଲ୍‌ରେ ରହିଛି। ତାଙ୍କ ଅଭିଯୋଗ ତାଲିକାଭୁକ୍ତ ହେଉ ନ ଥିବାରୁ ସେ ଅସୁବିଧାରେ ପଡ଼ୁଥିବା ଜଣାଇଥିଲେ। ଓକିଲ ଏହା ମଧ୍ୟ କହିଥିଲେ ଯେ, ସେ ମେ ୨୫ରେ ଏହି ସମସ୍ୟା ସିଜେଆଇ ସୂର୍ଯ୍ୟକାନ୍ତଙ୍କ ସମ୍ମୁଖରେ ଉଠାଇଥିଲେ। ସେତେବେଳେ ସିଜେଆଇ ବ୍ୟକ୍ତିଗତ ଭାବେ ମାମଲାଟି ଦେଖିବେ ବୋଲି ଆଶ୍ୱାସନା ଦେଇଥିଲେ। କିନ୍ତୁ ସମସ୍ୟା ଦୂର ହୋଇ ନ ଥିବା ଓ ତାଙ୍କୁ ବାରମ୍ବାର ରେଜିଷ୍ଟ୍ରିର ବିଭିନ୍ନ କାଉଣ୍ଟରକୁ ପଠାଯାଉଥିବା ସେ କହିଥିଲେ। 

Judgement: ପିସିପିଏନ୍‌ଡିଟି ଆଇନ ଅଧୀନ ଅପରାଧର ତଦନ୍ତ କରିପାରିବ ନାହିଁ ପୁଲିସ: ସୁପ୍ରିମ୍‌କୋର୍ଟ

ଏହା ଶୁଣି ସିଜେଆଇ ସୂର୍ଯ୍ୟକାନ୍ତ ଓକିଲଙ୍କୁ ପଚାରିଥିଲେ, ସେ କାହିଁକି ଅଭିଯୋଗ ପଠାଇନାହାନ୍ତି। ଏହାର ଉତ୍ତରରେ ଓକିଲ କହିଥିଲେ ଯେ, ସେ ଗତ ୬ ମାସ ଧରି ଅଭିଯୋଗ କରୁଛନ୍ତି। ଶେଷରେ ଓକିଲ ରେଜିଷ୍ଟ୍ରାରଙ୍କୁ ଭେଟିବା ପାଇଁ ସିଜେଆଇଙ୍କ ଅନୁମତି ମାଗିଥିଲେ। ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ, ସେ ଲିଖିତ ଭାବେ ଅଭିଯୋଗ ଦିଅନ୍ତୁ, ତାଙ୍କୁ ସହାୟତା କରାଯିବ। ଏହାପରେ ଓକିଲ ତାଙ୍କ ପାଖରେ ସମସ୍ତ ଚିଠି ଥିବା ଏବଂ ସେଗୁଡ଼ିକ ସୁପ୍ରିମ୍‌କୋର୍ଟର ସେକ୍ରେଟାରି ଜେନେରାଲଙ୍କୁ ପଠାଇଥିବା କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.