ARTICLE AD BOX
ନୂଆଦିଲ୍ଲୀ: ବିରୋଧ ପ୍ରଦର୍ଶନ ସମୟରେ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକ ସଂଯମତା ଅବଲମ୍ବନ କରିବା ସହ ଯୁବବର୍ଗଙ୍କୁ ବୁଝାସୁଝା କରି ଶାନ୍ତ କରିବା ଉଚିତ୍ ବୋଲି ବୁଧବାର ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଯଦିଓ କେତେକ ବିପଥଗାମୀ ବ୍ୟକ୍ତି ଢେଲା ମାଡ଼ ଭଳି ହିଂସାରେ ସାମିଲ ହୁଅନ୍ତି, ତଥାପି ସରକାରୀ ଶକ୍ତିର ଆକ୍ରମଣାତ୍ମକ ମନୋଭାବ ସ୍ଥିତିକୁ ଆହୁରି ଜଟିଳ କରିପାରେ। ଗତ ଜୁଲାଇ ୨୦ରେ ଅନୁଷ୍ଠିତ ''ସଂସଦ ଚାଲୋ'' ପଦଯାତ୍ରା ସମୟରେ ହିଂସା ଉସ୍କାଇଥିବା ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦାୟର ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କ ଖଣ୍ଡପୀଠ ଏହା କହିଛନ୍ତି।
ପ୍ରେମ ବ୍ୟାପାରକୁ ନେଇ ଛାତ୍ରଙ୍କୁ ନିସ୍ତୁକ ମାଡ଼, ଭିଡ଼ିଓ ଭାଇରାଲ୍
ଶୁଣାଣି ସମୟରେ ଆବେଦନକାରୀ ମନୀଷ କୁମାର ସୋଲାଙ୍କିଙ୍କ ଆଇନଜୀବୀ ରିଜୱାନ ଅହମ୍ମଦ ଯୁକ୍ତି କରିଥିଲେ ଯେ, ଆନ୍ଦୋଳନକାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାର ନମନୀୟ ହେବା ଉଚିତ୍ ନୁହେଁ। ଗୋଟିଏ ସ୍ଥାନରେ ନମନୀୟତା ଦେଖାଇଲେ ଏହା ଅନ୍ୟ ରାଜ୍ୟଗୁଡ଼ିକରେ ଗ୍ରହଣୀୟ ହୋଇ ଏକ ଖରାପ ନଜିର ସୃଷ୍ଟି କରିବ। ସଂସଦ ଭବନ ଆଡ଼କୁ ମାଡ଼ି ଚାଲିଥିବା ଆନ୍ଦୋଳନକାରୀ ଏବଂ ହିଂସାର ଆୟୋଜକମାନଙ୍କୁ ସମ୍ପୂର୍ଣ୍ଣ ଉତ୍ତରଦାୟୀ କରାଯିବା ଆବଶ୍ୟକ। ଏହାର ପ୍ରତିଉତ୍ତରରେ ପ୍ରଧାନ ବିଚାରପତି କହିଥିଲେ ଯେ, ଯୁବକମାନଙ୍କୁ ପରାମର୍ଶ ଓ ବୁଝାସୁଝା କରିବା ଆବଶ୍ୟକ। ସେମାନଙ୍କ ସମସ୍ୟା ଶୁଣିବା ସବୁଠାରୁ ବଡ଼ ମାଧ୍ୟମ। ତେବେ ଏପରି ପରିସ୍ଥିତିର ମୁକାବିଲା କିପରି କରାଯିବ, ତାହା ଆଇନ ଶୃଙ୍ଖଳା ସଂସ୍ଥାଗୁଡ଼ିକର ବିଚାରବୁଦ୍ଧି ଉପରେ ଛାଡ଼ିଦେବା ଉଚିତ୍। ଏହାସହ ଆବେଦନରେ ପୁଲିସ ଓ ସୁରକ୍ଷା କର୍ମୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ଦ୍ୱାରା ସାମାଜିକ ସେବା କରାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।

1 week ago
5


