Supreme Court in mining case: ଖଣି ମାମଲାରେ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି: ଖଣିର ସର୍ବୋତ୍ତମ ଉପଯୋଗ ପାଇଁ ପ୍ରୟାସ କରିବେ ସରକାର

5 days ago 4
ARTICLE AD BOX

କଟକ: ଖଣିଜ ଦ୍ରବ୍ୟ ଉତ୍ତୋଳନ ମାମଲାରେ ଓଡ଼ିଶା ସରକାରଙ୍କୁ ସୁପ୍ରିମ‌କୋର୍ଟରୁ ଆଶ୍ବସ୍ତି ମିଳିଛି। ଖଣିଜ ଦ୍ରବ୍ୟର ସର୍ବୋତ୍ତମ ବ୍ୟବହାର ସୁନିଶ୍ଚିତ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ୨୦୨୬ ଜାନୁଆରି ୨୯ରେ ପ୍ରଦାନ କରିଥିବା ନିର୍ଦ୍ଦେଶରେ ସର୍ବୋଚ୍ଚ ଅଦାଲତ ଆଂଶିକ ପରିବର୍ତ୍ତନ କରିଛନ୍ତି। ଲିଜ ସର୍ତ୍ତ ଅନୁସାରେ ନିର୍ଦ୍ଧାରିତ ପରିମାଣର ଖଣିଜଦ୍ରବ୍ୟ ଉ‌ତ୍ତୋଳନ କରିବାରେ ଯଦି ଲିଜଧାରୀ ବିଫଳ ହୁଅନ୍ତି ତେବେ ରାଷ୍ଟ୍ରାୟତ୍ତ ସଂସ୍ଥା ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ (ଏନ୍‌ଏମ୍‌ଡିସି) ମାଧ୍ୟମରେ ଖଣିର ସର୍ବୋତ୍ତମ ଉପଯୋଗ ନିଶ୍ଚିତ କରିବା ପାଇଁ ମିନେରାଲ କନ୍‌ସେସନ୍‌ ରୁଲ୍ସ, ୨୦୧୬ର ନିୟମ ୧୨(୧)(ଇଇ)ରେ ଥିବା ବ୍ୟବସ୍ଥା ରାଜ୍ୟ ସରକାର ପ୍ରୟୋଗ କରି ନିଜ ଆଇନଗତ ଦାୟିତ୍ବ ସଂପାଦନ କରିବେ ବୋଲି ହାଇକୋର୍ଟ ଜାନୁଆରି ୨୯ରେ ନିର୍ଦ୍ଦେଶ ଦେଇଥିଲେ। 

Theft: ତାଲା ଭାଙ୍ଗି ବ୍ୟବସାୟୀଙ୍କ ଘରେ କଳା ବୁଲାଇଲା ଚୋର, ଲକ୍ଷାଧିକ ନଗଦ ଟଙ୍କା ସହ ସୁନା-ରୁପା ଲୁଟ୍‌

ଏହି ନିର୍ଦ୍ଦେଶ ତିନି ମାସ ଭିତରେ କାର୍ଯ୍ୟକାରୀ ହେବ ବୋଲି ଫେବ୍ରୁଆରି ୧୦ରେ ହାଇକୋର୍ଟ କହିଥିଲେ। ଏପରି ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିୟମ ୧୨(୧)(ଇଇ)ରେ ଥିବା ବ୍ୟବସ୍ଥା ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଆଂଶିକ ଗ୍ରହଣ କରିଛନ୍ତି। ହାଇକୋର୍ଟଙ୍କ ରାୟରେ ପରିବର୍ତ୍ତନ କରି ଆଇନ ଅନୁଯାୟୀ ଖଣିଗୁଡ଼ିକର ସର୍ବୋତ୍ତମ ଉପଯୋଗ ପାଇଁ ରାଜ୍ୟ ସରକାର ନିୟମ ୧୨(୧)(ଇଇ) ଅନୁସାରେ ଉଦ୍ୟମ କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ‌ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍‌ ଭି.ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ସରକାରଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

Water ATM Project: ନିର୍ମଳ ବୁନ୍ଦାରେ ଘଳିଆ ଧରିଲେ ଜିଲ୍ଲା ନୋଡାଲ ଅଧିକାରୀ

ଏଠା‌ରେ ଉଲ୍ଲେଖଯୋଗ୍ୟ ଯେ ଦେଶର ପ୍ରାୟ ୨୮ ପ୍ରତିଶତ ଲୁହାପଥର ଓଡ଼ିଶାରେ ରହିଛି। ରାଜ୍ୟରେ ୬୩ଟି ବୈଧ ଲୁହାପଥର ଖଣିକୁ ଲିଜ୍‌ ପ୍ରଦାନ କରାଯାଇଛି। ଏହି ସବୁ ଖଣିକୁ ପ୍ରଦାନ କରାଯାଇଥିବା ପରିବେଶ ମଞ୍ଜୁରି ଅନୁସାରେ ପ୍ରାୟ ୨୪୬ ମିଲିୟନ ଟନ୍‌ ପର୍‌ ଆନମ୍ (ଏମ୍‌ଟିପିଏ) ଲୁହାପଥର ଉତ୍ପାଦନ କରାଯିବା କଥା। କିନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷରେ ମାତ୍ର ୧୫୯ ଏମ୍‌ଟିପିଏ ଖଣିଜଦ୍ରବ୍ୟ ଏହି ସବୁ ଖଣିରୁ ଉତ୍ପାଦନ କରାଯାଇଛି। ଅନୁମୋଦିତ କ୍ଷମତାର ପ୍ରାୟ ୬୪ ପ୍ରତିଶତ ଉତ୍ପାଦନ ଏହି ସବୁ ଖଣିରୁ ହେଉଛି। ଏଭଳି କ୍ଷେତ୍ରରେ କିନ୍ତୁ ସରକାର ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ଅଭିଯୋଗ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.