Supplementary Budget: ଅତିରିକ୍ତ ବଜେଟ୍‌: ଖାଦ୍ୟ ସବ୍‌ସିଡି ପାଇଁ ୮୩୧୨ କୋଟି, ବିପର୍ଯ୍ୟୟ ପରିଚାଳନାକୁ ୫୧୦୦ କୋଟି

1 hour ago 1
ARTICLE AD BOX

ଭୁବନେଶ୍ବର: ରାଜ୍ୟ ସରକାର ଆଗତ କରିଥିବା ଅତିରିକ୍ତ ବଜେଟ୍‌ ୨୦୨୬-୨୭ରେ ଦୁଇଟି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ସ୍ପଷ୍ଟ ହୋଇଛି। ଖାଦ୍ୟ ଯୋଗାଣ ଓ ବିପର୍ଯ୍ୟୟ ପ୍ରଶମନକୁ ସରକାର ଗୁରୁତ୍ବ ଦେଇଛନ୍ତି। ଅତିିରିକ୍ତ ବଜେଟ୍‌ରେ ଖାଦ୍ୟ ଯୋଗାଣ ଓ ଖାଉଟି କଳ୍ୟାଣ କ୍ଷେତ୍ରକୁ ସର୍ବା‌ଧିକ ୮୩୯୦ କୋଟି ଟଙ୍କା ଦିଆଯାଇଛି। ଏହା ବ୍ୟତୀତ ଏସ୍‌ଟି, ଏସ୍‌ସି ବିକାଶ ପାଇଁ ୬୪୪୮ କୋଟି ଟଙ୍କା, ବିପର୍ଯ୍ୟୟ ପରିଚାଳନା ପାଇଁ ୫୧୦୦ କୋଟି ଟଙ୍କା, ଭିତ୍ତିଭୂମି ବିକାଶ ପାଇଁ ୨୩୫୯ କୋଟି ଟଙ୍କା, ଶିକ୍ଷା ଓ ଦକ୍ଷତା ବିକାଶକୁ ୧୭୧୫ କୋଟି ଟଙ୍କା, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ୧୬୦୬ କୋଟି ଟଙ୍କା, ମହିଳା ସଶକ୍ତୀକରଣ ପାଇଁ ୧୨୪୭ କୋଟି ଟଙ୍କା ଓ ସ୍ବାସ୍ଥ୍ୟକୁ ୧୨୪୬ କୋଟି ଟଙ୍କା ଦିଆଯାଇଛି। ଶିଳ୍ପ ଓ ଏମ୍ଏସ୍‌ଏମ୍‌ଇ ବିକାଶ ପାଇଁ ୮୪୩ କୋଟି ଟଙ୍କା, ସାମାଜିକ ସୁରକ୍ଷା ପାଇଁ ୭୩୩ କୋଟି ଟଙ୍କା, ପରିବହନ ପାଇଁ ୬୫୦ କୋଟି ଟଙ୍କା, ସହରୀ ବିକାଶ ପାଇଁ ୩୭୨ କୋଟି ଟଙ୍କା, ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ପାଇଁ ୩୨୩ କୋଟି ଟଙ୍କା ଓ ଓଡ଼ିଆ ଭାଷା, ସଂସ୍କୃତି ୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Budget: ଏଥର ୩.୫ ଲକ୍ଷ କୋଟିର ବଜେଟ୍‌: ଅଟକଳ ୧୦% ବଢ଼ିବ

ଖାଦ୍ୟ ସୁରକ୍ଷା ଓ ଯୋଗାଣରେ ଖାଦ୍ୟ ଉପରେ ସବ୍‌ସିଡି ପ୍ରଦାନ କରିବା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ଖାଦ୍ୟ ସବ୍‌ସିିଡି ପାଇଁ ୮୩୧୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଆନ୍ତଃ ରାଜ୍ୟ ପରିବହନ ଓ ଖାଦ୍ୟଶସ୍ୟ ପରିଚାଳନା ଓ ସୁଲଭ ମୂଲ୍ୟ ଦୋକାନ ପାଇଁ ୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି, ସାମାଜିକ ସୁରକ୍ଷା ବର୍ଗରେ ଜାତୀୟ ବୃଦ୍ଧାବସ୍ଥା ଭତ୍ତା ପାଇଁ ୪୩୯ କୋଟି ଟଙ୍କା, ଜାତୀୟ ଭିନ୍ନକ୍ଷମ ଭତ୍ତା ଯୋଜନା ପାଇଁ ୧୭୫ କୋଟି ଟଙ୍କା ଏବଂ ଜାତୀୟ ବିଧନା ଭତ୍ତା ଯୋଜନା ପାଇଁ ୧୧୫ କୋଟି ଟଙ୍କା ଦିଆଯାଇଛି। ଏହି ଅତିରିକ୍ତ ପାଣ୍ଠି ଜରିଆରେ ରାଜ୍ୟରେ ହିତାଧିକାରୀମାନଙ୍କୁ ସୁବିଧାରେ ଭତ୍ତା ପ୍ରଦାନ କରାଯାଇପାରିବ। ନିରାଶ୍ରୟଙ୍କ ପାଇଁ ମଧୁବାବୁ ପେନ୍‌ସନ୍‌ ଯୋଜନା ଅଧୀନରେ ୫୮ କୋଟି ଟଙ୍କା ପ୍ରଦାନ କରାଯାଇଛି।

Odisha Reviews Budget Spending ସମସ୍ତ ବିଭାଗର ସଚିବସ୍ତରୀୟ ବୈଠକ: ଓଡ଼ିଶାର ବଜେଟ୍ ଖର୍ଚ୍ଚ ସମୀକ୍ଷା ଓ ୨୦୨୭-୨୮ ବଜେଟ୍ ପ୍ରସ୍ତୁତି ଉପରେ ଗୁରୁତ୍ୱ

Read Entire Article
LEFT SIDEBAR AD

Hidden in mobile, Best for skyscrapers.