Cambridge Dictionary's: କେମ୍ବ୍ରିଜ୍ ଡିକ୍‌ସିନାରିର ଶ୍ରେଷ୍ଠ ଶବ୍ଦ: ହ୍ୟୁମାନ୍

32 minutes ago 1
ARTICLE AD BOX

ମଣିଷ ଓ ଯନ୍ତ୍ର ମଧ୍ୟରେ ଥିବା ବିଭାଜନରେଖାକୁ ‘ଏଆଇ’ ଲିଭେଇବାକୁ ବସିଥିବାବେଳେ, ମାନବ ହେବାର ଅର୍ଥ କ’ଣ ସେ ନେଇ ଏବେ ବିଶ୍ବସ୍ତରରେ ବିତର୍କ ଚାଲିଥିବାରୁ କେମ୍ବ୍ରିଜ୍‌ ଡିକ୍‌ସିନାରି ‘ହ୍ୟୁମାନ୍’ ଶବ୍ଦଟିକୁ ଚଳିତ ବର୍ଷର ଶ୍ରେଷ୍ଠ ଶବ୍ଦ ଭାବେ ଗ୍ରହଣ କରିଛି। ଲାଟିନ୍‌ ଶବ୍ଦ ‘ହ୍ୟୁମାନସ୍‌’ରୁ ଇଂରାଜୀ ଶବ୍ଦ ‘ହ୍ୟୁମାନ୍‌’ର ଉତ୍ପତ୍ତି। ୧୪୫୦ ମସିହାରୁ ମଣିଷ ‘ହ୍ୟୁମାନ୍‌’ ଶବ୍ଦ ବ୍ୟବହାର କରିଆସୁଛି। କେମ୍ବ୍ରିଜ୍‌ ଡିକ୍‌ସିନାରି ଅନୁଯାୟୀ ‘ହ୍ୟୁମାନ୍‌’ ବା ମାନବ ଶବ୍ଦର ସଂଜ୍ଞା ହେଲା- ଯାହାଙ୍କଠାରେ ଈଶ୍ବର, ଜୀବଜନ୍ତୁ ଓ ଯନ୍ତ୍ର ମଧ୍ୟରେ ଅନୁପସ୍ଥିତ ଥିବା ମାନବୀୟ ଗୁଣ, ଦୋଷତ୍ରୁଟି ଓ ଆବେଗ ଉପସ୍ଥିତ ଅଛି ସେ ହେଉଛି ମାନବ।

Humanitarian Help: ସମ୍ବାଦ ଡିଜିଟାଲ ପ୍ରଭାବ; ଅସହାୟ ଆଦିବାସୀ ରୋଗୀଙ୍କୁ ମିଳିଲା ସହାୟତା

ଏଆଇ ପ୍ରଯୁକ୍ତି ଏବେ ଉନ୍ନତ ସ୍ବାସ୍ଥ୍ୟସେବା ଓ ଉତ୍ପାଦନ ଭଳି କ୍ଷେତ୍ରରେ ଭଲ କାମ କରୁଛି। ଯନ୍ତ୍ର ପ୍ରାୟ ସବୁ କ୍ଷେତ୍ରରେ ପାରଙ୍ଗମ ହୋଇଚାଲିଥିବାବେଳେ ମଣିଷର ରାୟ, ବୁଝାମଣା, ସର୍ଜନଶୀଳତା ଓ ସମ୍ପର୍କ ଉପରେ ମଣିଷର ଭରସା ରହିବ ନ ନାହିଁ ତାହା ଏକ ବଡ଼ ପ୍ରଶ୍ନ ପାଲଟିଛି।  ଏ ସ୍ଥିତିରେ କେଉଁସବୁ କାର୍ଯ୍ୟ ଓ ଗୁଣ ମଣିଷଠାରେ ସୀମିତ ରହିବା ଉଚିତ ସେ ନେଇ ବ୍ୟାପକ ବିତର୍କ ମଧ୍ୟ ଜାରି ରହିଛି।

Humanitarian Help: ସମ୍ବାଦ ଡିଜିଟାଲ ପ୍ରଭାବ; ଅସହାୟ ଆଦିବାସୀ ରୋଗୀଙ୍କୁ ମିଳିଲା ସହାୟତା

Read Entire Article
LEFT SIDEBAR AD

Hidden in mobile, Best for skyscrapers.