ARTICLE AD BOX
ମୁମ୍ବାଇ: ସନ୍ନିଦେଓଲଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟା: ଅନ୍ତ ସେ ଆରମ୍ଭ ତକ୍’ର ମୋସନ୍ ପୋଷ୍ଟର ରିଲିଜ୍ ହୋଇଛି। ଏହା ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ବଲିଉଡ୍ ଷ୍ଟାର୍ ସନ୍ନି ଦେଓଲ ନିଜର ଆଗାମୀ ଫିଲ୍ମ ‘ସୂର୍ଯ୍ୟା: ଅନ୍ତ ସେ ଆରମ୍ଭ ତକ୍’ରେ ଏକ ନୂଆ ଅବତାରରେ ଦର୍ଶକଙ୍କୁ ଚକିତ କରିବାକୁ ପ୍ରସ୍ତୁତ। ଅଭିନେତା ସନ୍ନି ଦେଓଲ ଆଜି ଫିଲ୍ମର ମୋସନ୍ ପୋଷ୍ଟର ଜାରି କରି ଏହାର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟରରେ ସେ ଏକ ଗମ୍ଭୀର ଓ ଆକ୍ରମଣାତ୍ମକ ଅନ୍ଦାଜରେ ନଜର ଆସୁଛନ୍ତି। ଏହା ସହିତ ସନ୍ନି ଦେଓଲ ଫିଲ୍ମଟି କେବେ ମୁକ୍ତିଲାଭ କରିବ, ତାହା ମଧ୍ୟ ଜଣାଇଛନ୍ତି।
ପୋଷ୍ଟରରେ କ’ଣ ରହିଛି?
ମୋସନ୍ ପୋଷ୍ଟରରେ ସନ୍ନି ଦେଓଲଙ୍କୁ ବୟସ୍କ ରୂପରେ ଦେଖିବାକୁ ମିଳୁଛି। ତାଙ୍କ ଦାଢ଼ିର ଅଧା ଅଂଶ ପାଚିଥିବା ବେଳେ ବାକି ଅଂଶ କଳା ରହିଛି। ସେ ସିଗାରେଟ୍ ଟାଣୁଥିବା ସହ ଏକ ଆକ୍ରମଣାତ୍ମକ ଲୁକ୍ରେ ନଜର ଆସୁଛନ୍ତି। ସେ ଏକ ଟି-ଶାର୍ଟ ପିନ୍ଧିଛନ୍ତି।
/filters:format(webp)/sambad/media/media_files/2026/10/12/untitled-2026-10-12-15-05-21.png)
ପୋଷ୍ଟର ସେୟାର କରି ଅଭିନେତା କ୍ୟାପ୍ସନ୍ରେ ଲେଖିଛନ୍ତି, “ଅତୀତ ଓ ବର୍ତ୍ତମାନ ମଧ୍ୟରେ ଛନ୍ଦି ହୋଇ ସେ ସତ୍ୟର ସନ୍ଧାନ କରନ୍ତି! ଉପସ୍ଥାପନ କରୁଛୁ ‘ସୂର୍ଯ୍ୟା: ଅନ୍ତ ସେ ଆରମ୍ଭ ତକ୍’! ୨୦ ନଭେମ୍ବର ୨୦୨୬ରେ ସିନେମା ହଲ୍ରେ।”
‘ସୂର୍ଯ୍ୟା’ ଫିଲ୍ମ ସମ୍ପର୍କରେ ଜାଣନ୍ତୁ
ନିର୍ଦ୍ଦେଶନା:‘ସୂର୍ଯ୍ୟା: ଅନ୍ତ ସେ ଆରମ୍ଭ ତକ୍’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମାଲାୟାଲମ୍ ଫିଲ୍ମ ନିର୍ମାତା ଏମ୍. ପଦ୍ମକୁମାର।
ବଲିଉଡ୍ରେ ପ୍ରଥମ ଫିଲ୍ମ:ଏହା ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ।
ରିମେକ୍:ଏହି ଫିଲ୍ମଟି ୨୦୧୮ରେ ରିଲିଜ୍ ହୋଇଥିବା ଲୋକପ୍ରିୟ ମାଲାୟାଲମ୍ ଥ୍ରିଲର୍ ‘ଜୋସେଫ୍’ର ହିନ୍ଦୀ ରିମେକ୍। ଏହାର କାହାଣୀ ଶାହି କବୀର ଲେଖିଥିଲେ।
ସନ୍ନି ଦେଓଲଙ୍କ ଭୂମିକା:ଖବର ଅନୁଯାୟୀ, ସନ୍ନି ଦେଓଲ ଏଥିରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ସେ ଏପରି ଏକ ତଦନ୍ତରେ ଫସିଯାଆନ୍ତି, ଯାହା ତାଙ୍କୁ ଅପରାଧ ଓ ନିଜ ଅତୀତର ରହସ୍ୟ ସାମ୍ନା କରିବାକୁ ବାଧ୍ୟ କରେ।

1 hour ago
1


