ATM: ଏଟିଏମରେ କେତେ ଟଙ୍କା ରହିଥାଏ? ଏଟିଏମକୁ ନେଇ ଜାଣିଛନ୍ତି କି ଏସବୁ ରୋଚକ ତଥ୍ୟ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ଆବଶ୍ୟକତା ଅନୁଯାୟୀ ଆମେ ସମସ୍ତେ ଏଟିଏମ (ATM) ରୁ ଟଙ୍କା ବାହାର କରିଥାଉ, କିନ୍ତୁ ଆପଣ କେବେ ଭାବିଛନ୍ତି କି ସେହି ମେସିନ୍ ଭିତରେ ସର୍ବାଧିକ କେତେ ପରିମାଣର ଟଙ୍କା ରଖାଯାଇପାରିବ? ବ୍ୟାଙ୍କଗୁଡ଼ିକ ସୁରକ୍ଷା ଦୃଷ୍ଟିରୁ କୌଣସି ନିର୍ଦ୍ଦିଷ୍ଟ ଏଟିଏମର ସଠିକ୍ ବାଲାନ୍ସ ସର୍ବସାଧାରଣରେ ପ୍ରକାଶ କରନ୍ତି ନାହିଁ, ତଥାପି ଏହାର ଏକ ନିର୍ଦ୍ଦିଷ୍ଟ କ୍ଷମତା ଏବଂ ନିୟମ ରହିଛି।

ଏଟିଏମ ମେସିନର ଟଙ୍କା କ୍ଷମତା:
ଏଟିଏମ ମେସିନ୍ ଭିତରେ ନଗଦ ଟଙ୍କା ରଖିବା ପାଇଁ ଲୁହାରେ ନିର୍ମିତ ଅତ୍ୟନ୍ତ ସୁରକ୍ଷିତ ଟ୍ରେ ବା କ୍ୟାସେଟ୍ (Cassettes) ଲାଗିଥାଏ। ଏକ ଏଟିଏମରେ ସାଧାରଣତଃ ଏଭଳି ୪ଟି କ୍ୟାସେଟ୍ ରହିଥାଏ, ଯେଉଁଥିରେ ନୋଟର ବଣ୍ଡଲଗୁଡ଼ିକ ସଜାଯାଇ ରଖାଯାଇଥାଏ।

ଆହୁରି ପଢନ୍ତୁ: Jantar Mantar: ବିକ୍ଷୋଭ ସ୍ଥଳ ତାଲିକାରୁ ବାଦ୍ ପଡ଼ିଲା ଜନ୍ତରମନ୍ତର

ପ୍ରତ୍ୟେକ କ୍ୟାସେଟର କ୍ଷମତା ପ୍ରାୟ ୨,୫୦୦ ନୋଟ୍। ଏହି ହିସାବରେ ସମ୍ପୂର୍ଣ୍ଣ ମେସିନରେ ଏକ ସମୟରେ ମୋଟ ୧୦,୦୦୦ ନୋଟ୍ ଲୋଡ୍ କରାଯାଇପାରିବ। ଯଦି ମେସିନର ଚାରୋଟିଯାକ କ୍ୟାସେଟରେ କେବଳ ୫୦୦ ଟଙ୍କିଆ ନୋଟ୍ ଭର୍ତ୍ତି କରାଯାଏ, ତେବେ ମୋଟ ପରିମାଣ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

ସାଧାରଣତଃ ମେସିନରେ ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ମିଶ୍ରିତ ଭାବେ ରଖାଯାଇଥାଏ (ଯେପରିକି ଦୁଇଟି କ୍ୟାସେଟରେ ୫୦୦ ଟଙ୍କିଆ ନୋଟ ଏବଂ ଅନ୍ୟଗୁଡ଼ିକରେ ୧୦୦ ବା ୨୦୦ ଟଙ୍କିଆ ନୋଟ), ଯାହାଫଳରେ ମେସିନରେ ପ୍ରାୟ ୩୨.୫୦ ଲକ୍ଷ ଟଙ୍କା ରହିଥାଏ।

ଆହୁରି ପଢନ୍ତୁ: Gyanesh Kumar: ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ କେରଳମ୍ ବିଧାନସଭାରେ ପ୍ରସ୍ତାବ ପାରିତ

କ୍ୟାସ ଭ୍ୟାନ ପାଇଁ ଆରବିଆଇର କଡ଼ା ନିୟମ
ବ୍ୟାଙ୍କ ଶାଖାରୁ ଏଟିଏମ ପର୍ଯ୍ୟନ୍ତ ନଗଦ ଅର୍ଥ ପରିବହନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କଡ଼ା ନିର୍ଦ୍ଦେଶନାମା ପ୍ରସ୍ତୁତ କରିଛି | ନିୟମ ଅନୁଯାୟୀ, ଗୋଟିଏ କ୍ୟାସ ଭ୍ୟାନରେ ଏକ ସମୟରେ ସର୍ବାଧିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ ହିଁ ପରିବହନ କରାଯାଇପାରିବ। ଭ୍ୟାନରେ ଜିପିଏସ୍ ଟ୍ରାକିଂ ସିଷ୍ଟମ ରହିବା ବାଧ୍ୟତାମୂଳକ | ସୁରକ୍ଷା ଦୃଷ୍ଟିକୋଣରୁ ଭ୍ୟାନରେ ଜଣେ ଡ୍ରାଇଭର, ଦୁଇଜଣ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଏବଂ ଦୁଇଜଣ ବ୍ୟାଙ୍କ ଅଧିକାରୀ ବା କଷ୍ଟୋଡିଆନ୍ ରହିବା ଜରୁରୀ। ସମୟ ସୀମା ଦୃଷ୍ଟିରୁ, ସହରାଞ୍ଚଳରେ ରାତି ୯ଟା ଏବଂ ଗ୍ରାମାଞ୍ଚଳରେ ସନ୍ଧ୍ୟା ୬ଟା ପରେ ଏଟିଏମରେ କ୍ୟାଶ୍ ଲୋଡ୍ କରିବାକୁ କଟକଣା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.