ARTICLE AD BOX
ସୁନ୍ଦରଗଡ଼: ଗତକାଲି ବିଳମ୍ବିତ ରାତିରେ ହେମଗିରି ଥାନା ଅନ୍ତର୍ଗତ ଗର୍ଜନବାହାଲ ଖଣିରେ ଘଟିଛି ତୁମୁଳକାଣ୍ଡ | କୋଇଲା ପରିବହନ ପାଇଁ ଗାଡ଼ି ଧାଡ଼ିରେ ଥିବାବେଳେ ଆଗୁଆ ପ୍ରବେଶକୁ ନେଇ ଦୁଇ ଟ୍ରାନ୍ସପୋର୍ଟ କମ୍ପାନୀର ଚାଳକ ଓ କର୍ମଚାରୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ପରେ କଥା କଟାକଟିରୁ ମାଡ଼ପିଟ ହୋଇଥିଲା। ଆକ୍ରମଣରେ ଏସ୍ୟୁପିଏଲ୍ କମ୍ପାନୀର ୪ରୁ ଅଧିକ ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି ।
ଆହୁରି ପଢନ୍ତୁ: Nepal Flood: ନେପାଳ ପ୍ରଳୟଙ୍କରୀ ବନ୍ୟା: ୬୦୦ ଶିଶୁ ନିଖୋଜ, ୨୨ ଜଣ ଶିକ୍ଷକ ଓ କର୍ମଚାରୀଙ୍କ ପତ୍ତା ମିଳୁନି
ଆକ୍ରମଣର ପ୍ରତିବାଦରେ ଆଜି ସକାଳୁ ଖଣି ଫାଟକ ସମ୍ମୁଖରେ ଚାଳକ ବିକ୍ଷୋଭ କରିବା ସହ ଗାଡ଼ି ଚଳାଚଳ ବନ୍ଦ କରି କୋଇଲା ପରିବହନକୁ ସମ୍ପୂର୍ଣ୍ଣ ଠପ୍ କରିଛନ୍ତି ଆନ୍ଦୋଳନକାରୀ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ହେମଗିରି ପୁଲିସ । ତେବେ ଘଟଣା ନେଇ ଏଯାଏଁ ପୁଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।

35 minutes ago
1


