Sundargarh: ପୋଖରୀ ଭିତରୁ ପଥର ବନ୍ଧା ହୋଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

1 week ago 5
ARTICLE AD BOX

ସୁନ୍ଦରଗଡ଼: ସୁନ୍ଦରଗଡଜିଲ୍ଲା ହେମଗିର ଥାନା ଅନ୍ତର୍ଗତ ଚିତାମୁଣ୍ଡାଠାରେ ଥିବା ଏକ ପୋଖରୀ ଭିତରୁ ହେମଗିର ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହକୁ କାଲି ରାତିରେ ଜବତ କରିଛି। ମୃତ ବୃଦ୍ଧ ଜଣକ ହେଲେ ଚିତାମୁଣ୍ଡା ଗ୍ରାମର ଉଦ୍ଧବ ପ୍ରଧାନ(୭୫) । ମିଳିଥିବା ସୂଚନା ଅନୁସାରେ ଗତକାଲି ସକାଳୁ ଉଦ୍ଧବ ଘରୁ ବାହାରି ଥିଲେ, କିନ୍ତୁ ଆଉ ଘରକୁ ଫେରିନଥିଲେ।

ଆହୁରି ପଢନ୍ତୁ: JPSC-JSSC Protest: ଜେପିଏସସି, ଜେଏସଏସସି ଆନ୍ଦୋଳନରେ ନୂଆ ମୋଡ଼!: ୱାଙ୍ଗଚୁକ୍‌ଙ୍କ ଅନୁରୋଧରେ ଜଳ ଅନଶନ ଭାଙ୍ଗିଲେ ଦେବେନ୍ଦ୍ର

ଘର ଲୋକ ବହୁ ଖୋଜାଖୋଜି କରିବା ପରେ ପୋଖରୀ ନିକଟରେ ତାଙ୍କର ଚପଲ ଥିବାର  ଦେଖି  ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀ ଭିତରୁ ବେକରେ ଦଉଡ଼ି ସାହାଯ୍ୟରେ ପଥର ବନ୍ଧା ହୋଇ ଥିବା ଏକ ଶବକୁ ଉଦ୍ଧାର କରିଥିଲେ। ଏନେଇ ହେମଗିର ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ୩୦/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାର ତଦନ୍ତ ଚଳାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.