Suna Besha 2026: ମନଲୋଭା ସୁନାବେଶ; ଭକ୍ତଙ୍କୁ ଦର୍ଶନ ଦେବେ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ମହାପ୍ରଭୁ

3 hours ago 1
ARTICLE AD BOX

ପୁରୀ (ସତ୍ୟ ନାରାୟଣ ରାଉତରାୟ): ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଶେଷ ହୋଇଛି। ଶନିବାର (୨୦୨୬ ଜୁଲାଇ ୨୫) ‘ସୁନାବେଶ’ର ଆୟୋଜନ ହେବ। ବର୍ଷକ ମଧ୍ୟରେ ମହାପ୍ରଭୁଙ୍କର ୫ଥର ସୁନାବେଶ ହେଉଥିଲେ ମଧ୍ୟ ରଥ ଉପରେ ଆୟୋଜିତ ସୁନାବେଶ ଅଧିକ ଆକର୍ଷଣୀୟ। ରଥାରୁଢ଼ ସୁନାବେଶକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି। ଜଗତର ତ୍ରାଣ କର୍ତ୍ତା ତଥା ମର୍ତ୍ତ୍ୟବୈକୁଣ୍ଠର କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରୁ ଦର୍ଶନ ଦେବେ। 

ଧରାପୃଷ୍ଠରେ ଆଜି ଏଭଳି ମାନବୀୟ ଲୀଳା କରିବେ କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡଗୋସାଇଁ। ଆତୁର ଭକ୍ତ ବି ମହାବାହୁଙ୍କ ଏହି ଅପୂର୍ବ ଲୀଳା ଓ ରୂପ ସଂଦର୍ଶନ କରି ଅଭିଭୂତ ହେବେ। ଏହି ଦିବ୍ୟଦର୍ଶନ ପାଇ କୋଟି ଜନ୍ମର ପୁଣ୍ୟ ଲାଭ କରିବାକୁ ଆଶା ରଖିଛନ୍ତି। ଏଥିପାଇଁ ରଥଦାଣ୍ଡ ଲୋକାରଣ୍ୟ ହେବାରେ ଲାଗିଛି। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଏଭଳି ଅପୂର୍ବ ସୁନାବେଶରେ ଦର୍ଶନ ପାଇବାକୁ ବ୍ୟାକୁଳ ହୋଇଛନ୍ତି।


ସୁନାବେଶ (୨୦୨୬ ଜୁଲାଇ ୨୫ ଶନିବାର)

  • ୩ଥର ମଙ୍ଗଳ ଆଳତି: ସକାଳ ୬ଟାରୁ ୬ଟା ୩୦
  • ମଇଲମ-ତଡ଼ପଲାଗି: ସକାଳ ୭ଟା
  • ଅବକାଶ: ସକାଳ ୮ଟା
  • ବେଶଶେଷ: ୯ଟା
  • ଗୋପାଳବଲ୍ଲଭ: ୧୦ଟାରୁ ୧୦ଟା ୩୦
  • ସକାଳଧୂପ: ପୂର୍ବାହ୍‌ଣ ୧୧ଟାରୁ ମଧ୍ୟାହ୍‌ଣ ୧୨ଟା
  • ମଇଲମ: ୧୨ଟା ୩୦
  • ମହାସ୍ନାନ ଓ ସର୍ବାଙ୍ଗ: ଦିନ ୧ଟା
  • ମଧ୍ୟାହ୍‌ଣ ଧୂପ: ଅପରାହ୍‌ଣ ୨ଟାରୁ ୩ଟା
  • ମଇଲମ: ୩ଟା ୩୦
  • ଏକାଦଶୀ ସର୍ବାଙ୍ଗ: ୪ଟା ୩୦ରୁ ୫ଟା
  • ସୁନାବେଶ: ୫ଟାରୁ ୬ଟା ୩୦
  • ସନ୍ଧ୍ୟାଧୂପ: ରାତି ୮ଟାରୁ ୯ଟା
  • ମହାଦୀପ ବନ୍ଦାପନା: ୯ଟା ୧୫
  • ସୁନାବେଶ ମଇଲମ: ୧୦ଟାରୁ ୧୧ଟା
  • ଚନ୍ଦନଲାଗି: ୧୧ଟା ୩୦
  • ବଡ଼ସିଂହାର ବେଶ: ରାତି ୧୨ଟା
  • ବଡ଼ସିଂହାର ଭୋଗ: ୧୨ଟା ୩୦
  • ମଇଲମ: ୧୨ଟା ୪୫
  • ମହାସ୍ନା ପୂଜା: ୧ଟା
  • ଶୟନ ଠାକୁର ବିଜେ: ୧ଟା ୩୦
  • ମହାସ୍ନାନ ପୂଜା ଶେଷ ୧ଟା ୪୦
  • ମଇଲମ: ୧ଟା ୫୦
  • ଚନ୍ଦନ ଲାଗି: ୨ଟା ୧୦
  • ବଲ୍ଲଭ ବଡ଼ସିଂହାର ବେଶ: ୩ଟା
  • ବଲ୍ଲଭ ବଡ଼ସିଂହାର ଭୋଗ ୩ଟା ୩୦
  • ହରିଶୟନ ନୀତି: ୪ଟା
  • ରାତ୍ର ପହୁଡ଼: ରାତ୍ର ୪ଟା

Read Entire Article
LEFT SIDEBAR AD

Hidden in mobile, Best for skyscrapers.