Sukhuni Mines: ଶୁଖୁନି ଖଣି ବିସ୍ଥାପିତଙ୍କ ଲୁହ: ଜମି, ଘର ଗଲା; ପରପିଣ୍ଡାରେ ପରିବାର

1 hour ago 1
ARTICLE AD BOX

ଡମ୍ବରୁଧର ନାୟକ

ସୁନ୍ଦରଗଡ଼: କୋଇଲା ଖଣି ପାଇଁ ଜମି ଓ ଘର ଅଧିଗ୍ରହଣ ହେଲା। କ୍ଷତିପୂରଣ ରାଶି ପାଇଲେ। କିନ୍ତୁ ପୁନର୍ବାସ ଓ ଥଇଥାନ ଟଙ୍କା ମିଳିନି। କମ୍ପାନି ଓ ପ୍ରଶାସନକୁ ବହୁବାର ଗୁହାରି କରିଥିଲେ ହେଁ କେହି ଶୁଣି ନଥିଲେ। ବରଂ ଖଣି କମ୍ପାନି ଅଜବ ସର୍ତ୍ତ ରଖି ଗାଁ ଘର ଭାଙ୍ଗିଲେ ଯାଇ ଟଙ୍କା ଦିଆଯିବ ବୋଲି କହିଲା। ଗତବର୍ଷ ଡିସେମ୍ବର ମାସରେ ନିଜର ୧୦ ବଖରା ଘର ଭାଙ୍ଗିଦେଲେ। ଏହା ଭିତରେ ୭ ମାସ ବିତିଗଲାଣି। ସେବେଠୁ ପରପିଣ୍ଡାରେ ଆଶ୍ରୟ ନେଇଛନ୍ତି ପରିବାର। 

Education: ବିଦ୍ୟାଳୟରେ ପକାଇଲେ ତାଲା, ଗାଁ ବାରଣ୍ତାରେ ବସିଲେ ଛାତ୍ରଛାତ୍ରୀ

ବିସ୍ଥାପନ ଯନ୍ତ୍ରଣାର ଏ କାହାଣୀ କହିଛନ୍ତି, ଏମ୍‌ସିଏଲ୍‌ ଗର୍ଜନବାହାଲ ଖଣି ବିସ୍ଥାପିତ କରଲିକଛାର ଗାଁର ୮୦ ବର୍ଷୀୟା ବୃଦ୍ଧା ଭଗବତୀ ଭୋଇ। ସେ କହିଥିଲେ, ମାଟି ହେଉ ପଛେ ୧୦ ବଖରା ଘର ତିଆରି କରିଥିଲେ ସ୍ବାମୀ ପରଧିଆ ଭୋଇ। ପୁଅ ବନମାଳି ଓ ୩ ଝିଅଙ୍କ ସହ ୬ ନାତିନାତୁଣୀଙ୍କୁ ନେଇ ବଡ଼ ପରିବାର ଥିଲା ତାଙ୍କର। ଗର୍ଜନବାହାଲ କୋଇଲା ଖଣି ପାଇଁ କରଲିକଛାର ଗାଁ, ଭୂଇଁ ଅଧିଗ୍ରହଣ ହେଲା। ପୁନର୍ବାସ ତାଲିକାରେ ତାଙ୍କ ସମେତ ୩ ଜଣଙ୍କ ନାମ ଦରଜ ହେଲା। ଏ ବାବଦରେ ଜଣକୁ ୨୫ ଲକ୍ଷ ହିସାବରେ ସେମାନେ ୭୫ ଲକ୍ଷ ପାଇବା କଥା। କିନ୍ତୁ କମ୍ପାନି ଦିନ ଗଡ଼ାଇ ‌ଶେଷରେ ଘର ଭାଙ୍ଗିଲେ ଟଙ୍କା ଦିଆଯିବ ବୋଲି ସର୍ତ୍ତ ରଖିଲା। ହେଲେ ଆଉ ଦେଲେ ନାହିଁ। ଏହା ପୁନର୍ବାସ ଓ ଥଇଥାନ ନୀତିର ଖୋଲା ଉଲ୍ଲଂଘନ।

‘ସିଇଏ ନିୟମାବଳୀ ଏବଂ ବୈଷୟିକ ମାନକ’ ଉପରେ କର୍ମଶାଳା

ଏବେ ଖୋଲା ଆକାଶ ତଳକୁ ଚାଲି ଆସିଥିବା ଭଗବତୀଙ୍କ ପରିବାର ୭ ମାସ ହେଲା କପିଳ ଭିତିରିଆଙ୍କ ଘର ପିଣ୍ଡାରେ ଆଶ୍ରୟ ନେଇଛନ୍ତି। ଆଉ କିଛି ଦିନ ପରେ ପିତୃପୁରୁଷ ଭିଟାମାଟି ସହ ସ୍ମୃତିଜଡିତ ଘର ଖଣି ଆଁ ଭିତରକୁ ଚାଲିଯିବ। ଏକଦା କୋଳାହଳରେ ପୂରି ଉଠୁଥିବା ଗାଁ ନିଶ୍ଚିହ୍ନ ହୋଇଯିବ। କେଉଁଠି ଘରଟିଏ ତିଆରି କରି ପରିବାର ଆଶ୍ରୟ ନେବା ଦେଖିଥିଲେ ସେ ଶାନ୍ତିରେ ମରିଥାନ୍ତେ ବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି ଭଗବତୀ। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅଭିମନ୍ୟୁ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏ ନେଇ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.