Sukhbir Badal: ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଦିନକ ପରେ ସୀମା ପୁନଃନିର୍ଦ୍ଧାରଣକୁ ସୁଖବୀର ବାଦଲଙ୍କ ସମର୍ଥନ

1 week ago 5
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଦିନକ ପରେ ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଓ ମହିଳା ସଂରକ୍ଷଣ ବିଲ୍‌ ସପକ୍ଷରେ ଦଳର ସମର୍ଥନ ଘୋଷଣା କରିଛନ୍ତି। ସୁଖବୀର ବାଦଲ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ସପକ୍ଷରେ ମତ ଦେବା ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ଅକାଳୀ ଦଳ ମଧ୍ୟରେ ମେଣ୍ଟ ନେଇ ଆଲୋଚନା ଚାଲିଥିବାର ସଙ୍କେତ ବୋଲି କୁହାଯାଉଛି।

‘ଶ୍ବେତଗଙ୍ଗା’ରେ ସାଙ୍ଗମାନଙ୍କ ସହ ସ୍ନାନ କରୁଥିଲେ ଯୁବକ, ଚାଲିଗଲା ଜୀବନ

 କେନ୍ଦ୍ରର ସୀମା ପୁନଃନିର୍ଦ୍ଧାରଣ ଯୋଜନାକୁ ସମର୍ଥନ କରି ବାଦଲ ଶନିବାର ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ଯେ, ଦଳ ଦେଶରେ ମହିଳା ସଂରକ୍ଷଣ ବିଲ୍ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ରାଜ୍ୟରେ ସମାନ ୫୦% ଆସନ ବୃଦ୍ଧି ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଅକାଳୀ ଦଳ ସମର୍ଥନ କରେ।

ଶିରୋମଣି ଅକାଳୀ ଦଳ ଶିଖ ଗୁରୁମାନଙ୍କ ଶିକ୍ଷା ଦ୍ବାରା ପ୍ରେରିତ

ଅକାଳୀ ଦଳ ଶନିବାର ଚଣ୍ଡୀଗଡ଼ରେ ଅନୁଷ୍ଠିତ ଏହାର ବରିଷ୍ଠ ନେତାଙ୍କ ବୈଠକରେ ମହିଳା ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ତୁରନ୍ତ ଲାଗୁ କରିବାକୁ ଦାବି କରିଛି। ଶିରୋମଣି ଅକାଳୀ ଦଳ ଶିଖ ଗୁରୁମାନଙ୍କ ଶିକ୍ଷା ଦ୍ବାରା ପ୍ରେରିତ। ଦଳ ମହିଳାଙ୍କ ମର୍ଯ୍ୟାଦା, ସମାନତା ଓ ସମାନ ଅଧିକାରକୁ ସମର୍ଥନ କରେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଏପ୍ରିଲରେ ସୀମା ନିର୍ଦ୍ଧାରଣ ବିଲ୍ ସଂସଦରେ ଆଣିଥିବା ବେଳେ ଅକାଳୀ ଦଳ ଏହାକୁ ବିରୋଧ କରିଥିଲା ​​ଓ ବିରୋଧରେ ଭୋଟ୍ ଦେଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.