Sujit: ସୁଜିତଙ୍କ ପାଇଁ ଜେଲ୍‌ ବିଭାଗରେ ସବୁ ନିୟମକୁ ଜଳାଞ୍ଜଳି: ପୁଣି ଭେଟିଲେ ଜେଲ୍ ଡିଜି

5 days ago 6
ARTICLE AD BOX

କଟକ: କୌଣସି ଅଭିଯୁକ୍ତ ଗିରଫ ହୋଇ ଜେଲ୍‌କୁ ପ୍ରବେଶ କରିବା ସମୟରେ ସୁନା ଅଳଙ୍କାର ନିଜ ପାଖରେ ରଖିପାରିବେ ନାହିଁ। ଆଡମିସନ୍‌ ସେକ୍ସନ ମାଧ୍ୟମରେ ଏହି ଅଳଙ୍କାର ସଂଗ୍ରହ କରାଯାଇ ଜେଲର୍‌ଙ୍କ ନିକଟରେ ଦାଖଲ କରାଯିବ। ଜେଲ୍‌ରୁ ଛାଡ଼ ପାଇବା ସମୟରେ କିମ୍ବା ଜେଲ୍‌ରେ ଥିବା ସମୟରେ ପରିବାର ଲୋକେ ସମ୍ପୃକ୍ତ କଏଦୀଙ୍କ ଉପସ୍ଥିତିରେ ଏହି ଅଳଙ୍କାର ନିଜ ହେପାଜତକୁ ନେଇପାରିବେ। କିନ୍ତୁ ଜେଲ୍‌ରୁ ୨ ଅପରାଧୀ ଫେରାର ମାମଲାରେ ଗିରଫ ହୋଇ ଚୌଦ୍ବାର ସର୍କଲ ଜେଲ୍ ଯାଇଥିବା ସୁଜିତ କୁମାର ରାଉଳ ନିଜ ହାତରେ ସୁନାମୁଦି ପିନ୍ଧିଥିବାର ଫଟୋ ସାମନାକୁ ଆସିଛି। ଏସ୍‌ସିବି ମେଡିକାଲ୍ ନନ୍ ଟ୍ରମା କ୍ୟାବିନରେ ଚିକିତ୍ସିତ ହେଉଥିବା ସୁଜିତଙ୍କ ଯେଉଁ ଫଟୋ ସାମନାକୁ ଆସିଛି ଏଥିରେ ସେ ନିଜ ଡାହାଣ ହାତରେ ସୁନା ମୁଦି ପିନ୍ଧିଥିବା ଦେଖିବାକୁ ମିଳିଛି।

Felication: ରାଜ୍ୟପାଳଙ୍କ ଦ୍ବାରା ଆପ୍ଟିପ୍ଲସ୍‌ ସମ୍ମାନିତ

ହାତରୁ କଢ଼ାଗଲାନି ସୁନା ମୁଦି
୪୮ ଘଣ୍ଟା ପରେ ବି ଜାରି ହେଲାନି ନିଲମ୍ବନ ନିର୍ଦ୍ଦେଶ
ପୁଲିସକୁ ନ ଜଣାଇ ଜେଲ୍‌ରୁ ହସ୍ପିଟାଲ ସ୍ଥାନାନ୍ତର

ଏହା ଜେଲ୍ ନିୟମକୁ ଉଲଂଘନ କରୁଛି। କେଉଁ ପରିସ୍ଥିତିରେ ତାଙ୍କ ହାତରୁ ଅଳଙ୍କାର କଢ଼ାଗଲା ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି। ଚୌଦ୍ବାର ସର୍କଲ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଗିରଫ ପରେ ଏବେ ଜେଲ୍‌ ବିଭାଗରେ ହଟଚମଟ ସୃଷ୍ଟି ହୋଇଛି। ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ତତ୍କାଳୀନ ଜେଲର ସନ୍ତୋଷିନୀ ଦାଶଙ୍କ ଉପରେ ମାମଲା ପ୍ରତ୍ୟାହାର ଚାପ ପଡ଼ିବା ଘଟଣାକୁ ନେଇ ଚୌଦ୍ବାର ଥାନା ପୁଲିସ ଏକ ଷ୍ଟେସନ୍‌ ଡାଏରି କରି ତଦନ୍ତ ଆରମ୍ଭ କରିଛି। ଜେଲ୍ ଡିଜି, ଜେଲ୍ ମୁଖ୍ୟାଳୟ ଡିଆଇଜି ଓ କଟକ ରେଞ୍ଜ ଡିଆଇଜିଙ୍କ ବିରୋଧରେ ଶ୍ରୀମତୀ ଦାଶ ଅଭିଯୋଗ ଆଣିଥିବା ବେଳେ ପୁଲିସ ଏହାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। ଯେଉଁ ଅଭିଯୋଗ ହୋଇଛି ଏହା ଧର୍ତ୍ତବ୍ୟ ଅପରାଧ ନୁ‌େହଁ, ତେଣୁ ମାମଲା ରୁଜୁ କରାଯାଇନଥିବା ଚୌଦ୍ବାର ଥାନା ପୁଲିସ ଦର୍ଶାଇଛି। ଅନ୍ୟପଟେ ସୋମବାର ରାତିରେ ଗିରଫ ଅଧୀକ୍ଷକ ଶ୍ରୀ ରାଉଳଙ୍କୁ ଚୌଦ୍ବାର ଜେଲ୍‌ ପକ୍ଷରୁ ଚୌଦ୍ବାର ଥାନା ଓ ମଙ୍ଗଳାବାଗ ଥାନା ପୁଲିସକୁ ଅବଗତ ନକରି ଗୋପନ ଢଙ୍ଗରେ ଏସ୍‌ସିବିକୁ ଆଣି ଭର୍ତ୍ତି କରିବା ଘଟଣା ସନ୍ଦେହ ସୃଷ୍ଟି କରିଛି।

Business Perspective: ବଣିଜ ବିଚାର: କ୍ରୀଡ଼ା ସାମଗ୍ରୀ ଉଦ୍ୟୋଗ, ରାଜ୍ୟର ସ୍ଥିତି, ସୁଯୋଗ ଓ ସମ୍ଭାବନା

ଅନ୍ୟପଟେ ରବିବାର ବିଳମ୍ବିତ ରାତିରେ ଜେଲ୍ ଡିଜି ସୁଶାନ୍ତ ନାଥ ସାଦା ପୋଷାକରେ ଚୌଦ୍ବାର ଜେଲ୍‌କୁ ଆସିଥିବା ବେଳେ ପୁଣି ସୋମବାର ଦିନ ପ୍ରାୟ ଗୋଟାଏ ବେଳେ ଆସିଥିଲେ। ସୋମବାର ରାତିରେ ଶ୍ରୀ ରାଉଳ ଏସ୍‌ସିବି ମେଡିକାଲକୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସ୍ଥାନାନ୍ତର ପରେ ସେଠାକୁ ମଧ୍ୟ ଶ୍ରୀ ନାଥ ଯାଇଥିବା କୁହାଯାଉଛି। ତାଙ୍କ ସହିତ କଟକ ରେଞ୍ଜ ଡିଆଇଜି ଅନସୂୟା ଜେନା ମଧ୍ୟ ଯାଇଥିବା ଚର୍ଚ୍ଚା ହେଉଛି। ଶ୍ରୀ ରାଉଳ ଗିରଫ ହେବାର ୪୮ ଘଣ୍ଟା ବିତିଯାଇଥିବା ବେଳେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇ ନ ଥିବାରୁ ଜେଲ୍ ବିଭାଗର ଭୂମିକାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଯେହେତୁ ଜେଲ୍ ଡିଜିଙ୍କର ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ ସାଂସଦ ସୁଜିତ କୁମାର ଅଭିଯୋଗ କରିଛନ୍ତି, ତେଣୁ ଶ୍ରୀ ରାଉଳଙ୍କୁ ସୁରକ୍ଷା ଦିଆଯାଉଥିବା କୁହାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.