Sugar: ପାର୍ବଣ ପୂର୍ବରୁ ଚିନ୍ତା ବଢ଼ାଇଲାଣି ଚିନି ଦର: ମାସକରେ ୧୭ ପ୍ରତିଶତ ମହଙ୍ଗା

1 hour ago 2
ARTICLE AD BOX

ନୂଆଦିଲ୍ଲୀ/ଭୁବନେଶ୍ବର: ପାର୍ବଣ ପୂର୍ବରୁ ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି। ଗତ ଏକ ମାସ ମଧ୍ୟରେ ଚିନି ଦର କ୍ବିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି। ଦିଲ୍ଲୀରେ କିଲୋଗ୍ରାମ ପିଛା ଚିନି ଦର ୪୯ ଟଙ୍କାରେ, ମୁମ୍ବାଇରେ ୫୨ ଟଙ୍କାରେ, ପଶ୍ଚିମବଙ୍ଗରେ ୫୫ ଟଙ୍କାରେ, ରାଞ୍ଚିରେ ୫୧ ଟଙ୍କାରେ ଏବଂ ଚେନ୍ନାଇରେ ୫୩ ଟଙ୍କାରେ ପହଞ୍ଚି ସାରିଛି। ଭୁବନେଶ୍ବରରେ ପାଇକାରୀ ବଜାରରେ ଚିନି ଦର କ୍ବିଣ୍ଟାଲ ପିଛା ୫୧୫୦ ଟଙ୍କା ଛୁଇଁଲାଣି। ଗତ ମାସକ ପୂର୍ବେ ଏହା ପ୍ରାୟ ୪୪୦୦ ଟଙ୍କା ରହିଥିଲା। ଅର୍ଥାତ୍‌ ଭୁବନେଶ୍ବରର ପାଇକାରୀ ବଜାରରେ ଚିନି ମୂଲ୍ୟ ଗତ ମାସକ ମଧ୍ୟରେ ପାଖାପାଖି ୧୭ ପ୍ରତିଶତ ମହଙ୍ଗା ହୋଇଯାଇଛି।

ଆହୁରି ପଢନ୍ତୁ: War: ଉପସାଗରୀୟ ଦେଶଙ୍କୁ ଆମ ବିରୋଧରେ ଠିଆ କରୁଛନ୍ତି ଆମେରିକା ଏବଂ ଇସ୍ରାଏଲ: ପେଜେସ୍କିଆନ

ଏଥିଯୋଗୁ ଖୁଚୁରା ବଜାରରେ ଚିନି କିଲୋଗ୍ରାମ ପିଛା ୫୫ ଟଙ୍କାରୁ ୬୦ ଟଙ୍କା ଭଳି ଦରରେ ବିକ୍ରି ହେଉଛି। ଦର ନିୟନ୍ତ୍ରଣ ପାଇଁ ସରକାର ଉଦ୍ୟମ ଚଳାଇଥିଲେ ମଧ୍ୟ ଏଥିରେ ସଫଳତା ଏପର୍ଯ୍ୟନ୍ତ ମିଳିନାହିଁ। ଚିନି ଦରବୃଦ୍ଧିର ମୁଖ୍ୟ କାରଣ ଉତ୍ପାଦନ କମ୍‌। ଦେଶରେ ଚିନି ଉତ୍ପାଦନ ହ୍ରାସ ପାଇଥିବାବେଳେ ଏଲ୍‌ନିନୋ କାରଣରୁ ଆଗାମୀ ଦିନରେ ଉତ୍ପାଦନ ମଧ୍ୟ କମିବା ଆଶଙ୍କା ରହିଛି।

ଆହୁରି ପଢନ୍ତୁ: Odia man dead:: ତାମିଲନାଡୁରୁ ଓଡ଼ିଶା ଆସିପାରିଲାନି ଯୁବକଙ୍କ ମୃତଦେହ; ବାହୁନି ବାହୁନି କାନ୍ଦୁଝନ୍ତି ସ୍ତ୍ରୀ

ଚିନି ଯୋଗାଣକୁ ସ୍ବାଭାବିକ ରଖିବା ପାଇଁ ଚିନି କଳଗୁଡ଼ିକ ବଡ଼ ନିଷ୍ପତ୍ତି ବି ନେଇଛନ୍ତି। ଆଖୁ ପେଷିବା କାର୍ଯ୍ୟ ଧାର୍ଯ୍ୟ ସମୟର ୧୦ରୁ ୧୫ ଦିନ ପୂର୍ବରୁ କରିବାକୁ ଯାଉଛନ୍ତି। ଏଥିସହିତ ସରକାର ମଧ୍ୟ ମହଜୁଦକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବସାୟୀ ଓ ମିଲ୍‌ ଉପରେ ଷ୍ଟକ୍‌ ଲିମିଟ୍‌ ଲଗାଇ ଦେଇଛନ୍ତି। ମିଲ୍‌ଗୁଡ଼ିକରେ ଷ୍ଟକ୍‌ ଯାଞ୍ଚକୁ ମଧ୍ୟ ବଢ଼ାଇ ଦେଇଛନ୍ତି। ଯଦି ଦରବୃଦ୍ଧି ଜାରି ରହେ ତାହେଲେ ପାର୍ବଣରେ ବିଭିନ୍ନ ପ୍ରକାର ମିଠା ମୂଲ୍ୟ ବଢ଼ିଯାଇପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.