Subhashita: ସୁଭାଷିତ: ଭବଯାତନାକୁ ଉଡ଼ାଇଦିଏ ନୀଳଚକ୍ରର ନେତ

1 week ago 4
ARTICLE AD BOX

ଆସ ଆସ ବୋଲି ପାତକୀମାନଙ୍କୁ
ଡାକୁଅଛି ପରା ସଙ୍ଗାତ ଅନା
ନେତଧ୍ବଜାବର ଉଡ଼ି ଫର ଫର
ଉଡ଼ାଇ ଦେଉଛି ଭବଯାତନା।
-ଗୌରଚରଣ ଅଧିକାରୀ

‘ନୀଳଚ‌େକ୍ର ହେ ଦେଖ ଉଡ଼ୁଛି ବାନା...’ ଗୌରଚରଣ ଅଧିକାରୀଙ୍କର ଏକ ଲୋକପ୍ରିୟ ଜଗନ୍ନାଥ ଭଜନ। ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାକୁ ନେଇ ସେ ଏହି ଭଜନଟିର ଆରମ୍ଭ କରିଛନ୍ତି ଏବଂ ଶେଷରେ ସେହି ‘ବଳିଆର ବାହା’ ଶ୍ରୀଜଗନ୍ନାଥଙ୍କୁ ତାଙ୍କର ସାହା ହେବାପାଇଁ  ପ୍ରାର୍ଥନା କରିଛନ୍ତି। ଏହି ଲୋକପ୍ରିୟ ଭଜନର ଉପରୋକ୍ତ ପ୍ରଥମ ପଦରେ କୁହାଯାଇଛି–ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଯେଉଁ ବାନା ଉଡ଼ୁଛି, ତାହାର ନାଆଁ ପତିତପାବନ ବାନା। ସେହି ନେତ ବା ସେହି ଧ୍ବଜା ହେଉଛି ଶ୍ରେଷ୍ଠ ନେତ ବା ଶ୍ରେଷ୍ଠ ଧ୍ବଜା। ତାହା ଫରଫର ହୋଇ ଉଡ଼ୁଛି ଏବଂ ତାହାର ଦର୍ଶନ ସମସ୍ତ ସାଂସାରିକ ଦୁଃଖ କଷ୍ଟକୁ ଉଡ଼ାଇ ନେଉଛି।

Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା

ଏହାର ଅନେକ ତାତ୍ପର୍ଯ୍ୟ ରହିଛି। ଶ୍ରୀମନ୍ଦିରର ଏହି ପତିତପାବନ ବାନା ସାଧାରଣତଃ ତ୍ରିକୋଣାକାର ଏବଂ ଲାଲ, ହଳଦିଆ  ବା ଧଳାରଙ୍ଗର ହୋଇଥାଏ। ତାହାର ମଧ୍ୟସ୍ଥଳରେ ଅର୍ଦ୍ଧଚନ୍ଦ୍ର ଓ ବିନ୍ଦୁ ଶୋଭା ପାଇଥାଏ। ଏହାକୁ ଲକ୍ଷ୍ୟ କରି କେହି କେହି କହନ୍ତି, ଯେ ମୁସଲମାନ ଆକ୍ରମଣକାରୀ ଏକଦା ଏହି ମନ୍ଦିରକୁ ନିଜର ଅଧିକାରକୁ ନେଇଥିଲେ ଏବଂ ତାହାର ସ୍ମାରକୀ ସ୍ବରୂପ ଶ୍ରୀମନ୍ଦିର ଚୂଡ଼ାରେ ତାଙ୍କର ଚାନ୍ଦ-ତାରକାଯୁକ୍ତ ପତାକା ଉଡ଼ାଇଥିଲେ। ପତିତପାବନ ବାନା ତାହାର ସ୍ମାରକୀ। କିନ୍ତୁ ଏହାର କୌଣସି ଐତିହାସିକ ସତ୍ୟତା ନାହିଁ। ପତିତପାବନ ବାନାର ଏହି ଚିହ୍ନ ଇସଲାମର ପ୍ରତୀକ ‘ଚନ୍ଦ୍ର‑ତାରା’ ଚିହ୍ନ ନୁହେଁ ବା ଏହା ‘ଚନ୍ଦ୍ର-ବିନ୍ଦୁ’ ନୁହେଁ। ଏହା ‘ନାଦ-ବିନ୍ଦୁ’ର ପ୍ରତୀକ। ଏଥିରେ ଅର୍ଦ୍ଧଚନ୍ଦ୍ରାକାର ଚିହ୍ନ ହେଉଛି–ନାଦ ଏବଂ ତାହାର ଉପରେ ଥିବା ବିନ୍ଦୁ ଜ୍ୟୋତି ବା ବ୍ରହ୍ମରୂପ।

Horoscope 2026 August 07: ଜାଣନ୍ତୁ ଆଜିର ରାଶିଫଳ...

ଏହାର ତାତ୍ତ୍ବିକ ବ୍ୟାଖ୍ୟା ହେଉଛି–ଏହି ସମଗ୍ର ଜଗତ ନାଦାତ୍ମକ। ଏହି ସୃଷ୍ଟିରେ ନାଦ ଦୁଇପ୍ରକାରର- ଆହତ ଓ ଅନାହତ। ଅନାହତ ନାଦକୁ ଯୋଗୀ‑ଋଷିମାନେ ଶୁଣିପାରନ୍ତି। ଶରୀର ଅଭ୍ୟନ୍ତରର ଏହି ନାଦ ଶୁଣିବାପାଇଁ ଆସନରେ ସ୍ଥିରତା, ମନରେ ଏକାଗ୍ରତା ଓ ଚିତ୍ତରେ ଶାନ୍ତି ଅାବଶ୍ୟକ ହୋଇଥାଏ। ଏହି ଅଭ୍ୟାସରେ ପ୍ରଥମେ ମେଘଗର୍ଜନ ଓ ଭେରୀ ଆଦିର ଧ୍ବନି ଶୁଣାଯାଏ। ଅଭ୍ୟାସ ବଢ଼ିଲେ ଏହି ଧ୍ବନି କ୍ରମେ କ୍ଷୀଣ ହୁଏ। ଏହି ଅଭ୍ୟାସ କରୁ କରୁ ଯେଉଁ ନାଦ ଶୁଣି ଚିତ୍ତ ପ୍ରସନ୍ନ ହୁଏ, ସେହି ସାଧନା କରିବା ଶେଷରେ ଚିତ୍ତ ନାଦରୂପୀ ବ୍ରହ୍ମରେ ଲୀନ ହୋଇଯାଏ। ତାହାହେଲେ ଭବଯାତନା ଆଉ ନ ରହି ସଂପୂର୍ଣ୍ଣ ଭାବରେ ଦୂରୀଭୂତ ହୋଇଯାଏ। ଏହା ହିଁ ଗୌରହରି ତାଙ୍କର ଏହି ଭଜନ‌େର କହିଛନ୍ତି।

ପ୍ରସ୍ତୁତି: ଅସିତ ମହାନ୍ତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.