Sub-Inspectors in BSF: ବିଏସ୍‌ଏଫ୍‌ରେ ସବ୍‌-ଇନ୍ସପେକ୍ଟର ନିଯୁକ୍ତି, ୩୪ଟି ପଦବି ପାଇଁ ଆବେଦନର ସୁଯୋଗ

46 minutes ago 2
ARTICLE AD BOX

ନୂଆଦିଲ୍ଲୀ: ବର୍ଡର ସିକ୍ୟୁରିଟି ଫୋର୍ସରେ ସବ୍‌-ଇନ୍ସପେକ୍ଟର ପଦବିରେ ନିଯୁକ୍ତି ପାଇଁ ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀଙ୍କଠାରୁ ଅଫ୍‌ଲାଇନ୍‌ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି। ଯେଉଁ ପ୍ରାର୍ଥୀମାନେ ବିଏସ୍‌ଏଫ୍‌ରେ ସବ୍‌-ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ, ସେମାନେ ଏହି ନିଯୁକ୍ତି ପାଇଁ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ।

କେତୋଟି ପଦବି ପାଇଁ ବାହାରିଛି ବିଜ୍ଞପ୍ତି?

ବିଏସ୍‌ଏଫ୍‌ ପକ୍ଷରୁ ମୋଟ ୩୪ଟି ସବ୍‌-ଇନ୍ସପେକ୍ଟର ପଦବିରେ ନିଯୁକ୍ତି ଦିଆଯିବ। ସେଥିମଧ୍ୟରୁ ସବ୍‌-ଇନ୍ସପେକ୍ଟର (ମେଡିକାଲ) ପାଇଁ ୧୪ଟି ପଦବି, ସବ୍‌-ଇନ୍ସପେକ୍ଟର (ଲ୍ୟାବ୍‌ ଟେକ୍ନିସିଆନ୍‌) ପାଇଁ ୧୨ଟି ପଦବି ଏବଂ ସବ୍‌-ଇନ୍ସପେକ୍ଟର (ଫିଜିଓଥେରାପିଷ୍ଟ) ପାଇଁ ୮ଟି ପଦବି ସଂରକ୍ଷିତ ରହିଛି।

ସବ୍‌-ଇନ୍ସପେକ୍ଟର (ମେଡିକାଲ): ଏହି ପଦବି ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ଅନୁଷ୍ଠାନରୁ ବେସିକ୍‌ ନର୍ସିଂ କୋର୍ସ କିମ୍ବା ଆଡଭାନ୍ସଡ୍‌ ନର୍ସିଂ କୋର୍ସ କରିଥିବା ଆବଶ୍ୟକ।  ସବ୍‌-ଇନ୍ସପେକ୍ଟର (ଲ୍ୟାବ୍‌ ଟେକ୍ନିସିଆନ୍‌) ପଦବି ପାଇଁ ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଦରକାର। ଏଥିସହ ମେଡିକାଲ ଲାବୋରେଟୋରି ଟେକ୍ନିସିଆନ୍‌ରେ ଦୁଇ ବର୍ଷିଆ ଡିପ୍ଲୋମା ଥିବା ଆବଶ୍ୟକ।

ସବ୍‌-ଇନ୍ସପେକ୍ଟର (ଫିଜିଓଥେରାପିଷ୍ଟ) ପଦବି ପାଇଁ ପ୍ରାର୍ଥୀଙ୍କ ପାଖରେ ଫିଜିଓଥେରାପିରେ ଡିପ୍ଲୋମା ସହ ଅନ୍ୟାନ୍ୟ ନିର୍ଦ୍ଧାରିତ ଯୋଗ୍ୟତା ରହିବା ଆବଶ୍ୟକ।

କେତେ ମିଳିବ ଦରମା?

ଏହି ପଦବିଗୁଡ଼ିକରେ ଚୟନିତ ପ୍ରାର୍ଥୀଙ୍କୁ ମାସିକ ୩୫,୪୦୦ ଟଙ୍କାରୁ ୧,୧୨,୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବ।

ଆଇଏଏସ ସ୍ତରରେ ଅଦଳବଦଳ: ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ଭାବେ ନିଯୁକ୍ତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.