Students elected a leader: ନେତା ବାଛିଲେ ଛାତ୍ରଛାତ୍ରୀ: ଛାତ୍ର ସଂସଦ ନିର୍ବାଚନ; ଏବିଭିପି-୭, ବିସିଜେଡି-୧

53 minutes ago 1
ARTICLE AD BOX

ବିଜେବି କଲେଜ
ଭୁବନେଶ୍ବର: ବିଜେବିରେ ଏବିଭିପି କ୍ଲିନ୍‌ସ୍ବିପ୍‌ କରିଛି। ଆର୍ଯ୍ୟନ୍ ମହାପାତ୍ର ସଭାପତି, ଅନିନ୍ଦିତା ମିଶ୍ର ସମ୍ପାଦକ ଭାବେ ବିଜୟୀ ହୋଇଥିବା ବେଳେ ଉପସଭାପତି ଭାବେ ଜ୍ୟୋର୍ତିମୟୀ ପାଣିଗ୍ରାହୀ, ସହସମ୍ପାଦକ ଭାବେ କ୍ରାନ୍ତି କୋଏଲ୍‌ ବେହେରା ଓ ଏସ୍‌ ଶୁଭଙ୍କର ସାହୁ ସାଂସ୍କୃତିକ ସମ୍ପାଦକ ପଦରେ ବିଜୟ ଲାଭ କରିଛନ୍ତି। ପୂର୍ବରୁ ଏଠାରେ ଗଣ୍ଡ‌େଗାଳ ହେବା ଆଶଙ୍କା ଥିଲେ ହେଁ ଆଜି ଛାତ୍ରଛାତ୍ରୀମାନେ ଶୃଙ୍ଖଳାର ସହ ମତଦାନ କରିଥିଲେ। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିନଥିଲା। ବଡ଼ଗଡ଼ ଥାନା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।  

Election: ବିଳମ୍ବିିତ ରାତିରେ ଆସିଲା ଫଳ: ରମାଦେବୀ ବିଶ୍ବବିଦ୍ୟାଳୟ ସୋନାଲି ସଭାପତି, ଉତ୍କଳ ବିଶ୍ବବିଦ୍ୟାଳୟ ଅଭିରାମ ସଭାପତି

ରାଜଧାନୀ କଲେଜ
ଖଣ୍ଡଗିରି: ରାଜଧାନୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି। ଏଥିରେ ୧୪୦୬ ଜଣ ଛାତ୍ରଛାତ୍ରୀ ଭୋଟ୍‌ ଦେଇଛନ୍ତି। ନିର୍ବାଚନରେ ଛାତ୍ର ସଂଗଠନ ଏବିଭିପି ଏକତରଫା ଭାବେ ସଫଳତା ହାସଲ କରିଛି। ସମସ୍ତ ପଦବିରେ ସଂଗଠନର ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ସଭାପତି ଭାବେ ଛାତ୍ର ଅବିନାଶ ପାଢ଼ୀ ଓ ସାଧାରଣ ସମ୍ପାଦକ ଭାବେ ସ୍ନେହାଂଶୁ ଶେଖର ରାଉତ, ଉପସଭାପତି ଭାବେ ସୁପ୍ରିମ କୁମାର ମିଶ୍ର, ସହସମ୍ପାଦକ ଭାବେ ସୁଦାମ ସାହୁ, ଡ୍ରାମା କ୍ଲବ୍‌ ସମ୍ପାଦକ ଭାବେ ଅର୍ଚ୍ଚନା ପାତ୍ର, ଡ୍ରାମା କ୍ଲବ୍‌ ସହସମ୍ପାଦକ ସୌମ୍ୟାଶ୍ରୀ ସାହୁ, କ୍ରୀଡ଼ା ସଂସଦ ସମ୍ପାଦକ ଭାବେ ଓମପ୍ରକାଶ ପଣ୍ଡା, ସହସମ୍ପାଦକ ଭାବେ ଦିନେଶ ବେହେରା ବିଜୟଲାଭ କରିଛନ୍ତି। ଅଧ୍ୟକ୍ଷ ସରୋଜକାନ୍ତ ଚୌଧୁରୀଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିଲା।

ମହର୍ଷି କଲେଜ ଅଫ୍ ନ୍ୟାଚୁରାଲ ଲ

ଭୁବନେଶ୍ବର: ମହର୍ଷି କଲେଜ ଅଫ୍‌ ନ୍ୟାଚୁରାଲ୍‌ ଲ’ ଛାତ୍ର ସଂସଦ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀମାନେ ବାଜିମାତ୍‌ କରିଛନ୍ତି। ସଭାପତି, ଉପସଭାପତି, ସଂପାଦକଠାରୁ ଆରମ୍ଭ କରି ୯ଟି ପ୍ରମୁଖ ପଦରେ ସ୍ବାଧୀନ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ମହର୍ଷି ଛାତ୍ର ସଂଗଠନ ପ୍ରାର୍ଥୀ ସୁଶାନ୍ତ କୁମାର ଦାଶ ସଭାପତି, ରାଜେଶ୍ବରୀ ସାହୁ ଉପସଭାପତି, ଦେବୀପ୍ରସାଦ ବେହେରା ସଂପାଦକ, ରଶ୍ମିତା ପଲେଇ ସହସଂପାଦକ, ସୁଜାତା ପାତ୍ର ଏସ୍‌ଏସ୍‌ଜି ସହସଂପାଦକ, ସାହିଲ୍‌ ଜେନା ଆଥ୍‌ଲେଟିକ୍‌ ସଂପାଦକ, ଖୁସି ବଡ଼ତ୍ୟା ସହସଂପାଦକ, ସୌମ୍ୟରଂଜନ ସାହୁ ବାଳକ କମନ୍‌ ରୁମ୍‌ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏସ୍‌ଏସ୍‌ଜି ସଂପାଦକ ଭାବେ ଶୁଭମ କୁମାର ସାହୁ, ଡ୍ରାମାଟିକ୍‌ ସଂପାଦକ ଭାବେ ସୁପ୍ରଭା ସାହୁ ଓ ସହସଂପାଦକ ଭାବେ ଲକ୍ଷ୍ମୀପ୍ରିୟା ସାହୁ, ସାଇନ୍ସ ସୋସାଇଟି ସଂପାଦକ ଭାବେ ତରୁଣ ପଟ୍ଟନାୟକ ଓ ସହସଂପାଦକ ଭାବେ ପ୍ରିୟଦର୍ଶିନୀ ଜେନା, ଆର୍ଟସ୍‌ ସୋସାଇଟି ସଂପାଦକ ଭାବେ ତପସ୍ବିନୀ ଗମାଙ୍ଗ ଓ ସହସଂପାଦକ ଭାବେ ଲକ୍ଷ୍ମୀପ୍ରିୟା ସାହୁ ନିର୍ବାଚିତ ହୋଇଛନ୍ତି।

କମଳା ନେହରୁ କଲେଜ
ଭୁବନେଶ୍ୱର: କମଳା ନେହରୁ ମହିଳା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ବାଜିମାତ୍‌ କରିଛି। ସମସ୍ତ ପଦବିରେ ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭାନୁପ୍ରିୟା ହଜାରି ସଭାପତି, ମେଘା ବେରା ସାଧାରଣ ସମ୍ପାଦକ,  ଅଙ୍କିତା ସେନାପତି ଉପସଭାପତି, ସ୍ମୃତିରେଖା ସ୍ୱାଇଁ ନାଟ୍ୟ ସଂସଦ ସମ୍ପାଦକ, ସୁପ୍ରିୟା ବେହେରା ବିଜ୍ଞାନ ସୋସାଇଟି ସମ୍ପାଦକ, ଇତିଶ୍ରୀ ଇପ୍ସିତା ସହକାରୀ ସମ୍ପାଦକ, ମନୀଷା ପୁହାଣ କ୍ରୀଡ଼ା ସମ୍ପାଦିକା, ଅର୍ପିତା ମହାନ୍ତି ଡିଏସ୍‌ଓ ସମ୍ପାଦିକା ଭାବେ ବିଜୟ ଲାଭ କରିଛନ୍ତି।

Editorial: ସନାତନର ସ୍ବଗତୋକ୍ତି: ବିଜ୍ଞାପନର ପୃଥିବୀ

ଏକାମ୍ର କଲେଜ
ଭୁବନେଶ୍ୱର: ଏକାମ୍ର କଲେଜ ଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ସଞ୍ଜୟ କୁମାର ସାହୁ(ଏବିଭିପି) ଓ ସମ୍ପାଦକ ଭାବେ ସ୍ୱାଗତିକା ସାହୁ(ଏନ୍‌ଏସ୍‌ୟୁଆଇ) ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଡ୍ରାମାଟିକ୍ ସେକ୍ରେଟାରି ପଦରେ ସାଇ ଅର୍ଚ୍ଚନା ମହାପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। କ୍ରୀଡ଼ା ସମ୍ପାଦକ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା ଏବଂ ସେଥିରେ ଲୋକନାଥ ପାଣିଗ୍ରାହୀଙ୍କୁ ପଛରେ ପକାଇ ଓ ଦୀପ୍ତିରଞ୍ଜନ କାଳିଆ(ଏନ୍‌ଏସ୍‌ୟୁଆଇ) ବିଜୟୀ ହୋଇଛନ୍ତି। ଉପସଭାପତି ଓ ସହ ସମ୍ପାଦକ ପଦ ପାଇଁ ଆଶାୟୀ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଥିଲା। ଶାନ୍ତିଶୃଙ୍ଖଳାରେ ନିର୍ବାଚନ ସରିଛି ବୋଲି କଲେଜ ଅଧ୍ୟକ୍ଷା ଡ. ରାଜଶ୍ରୀ ମହାନ୍ତି କହିଛନ୍ତି।

ପ୍ରତାପ ଶାସନ ଡିଗ୍ରି କଲେଜ
ବାଲିଅନ୍ତା: ବାଳକାଟି ପ୍ରତାପ ଶାସନ ଡିଗ୍ରି କଲେଜ ଛାତ୍ରସଂସଦ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଦିବ୍ୟରଞ୍ଜନ ବେହେରା ସଭାପତି ଓ ସୌମ୍ୟରଞ୍ଜନ ବେହେରା ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ମୋଟ ୩୯୧ ଜଣ ଛାତ୍ରଛାତ୍ରୀ ମତଦାନ କରିଥିଲେ। ସମ୍ପାଦକ ଭାବେ ରୋନାଲିସା ବାରିକ ଓ କ୍ରୀଡ଼ା ସମ୍ପାଦକ ଭାବେ ଅନୀତା ଜେନା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ନିର୍ବାଚିତ ଛାତ୍ରସଂସଦ ପ୍ରତିନିଧି ବାଜା ବଜାଇ ବାଣ  ଫୁଟାଇ କଲେଜ ନିକଟରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.