Student Union Election: ଛାତ୍ର ସଂସଦ ନିର୍ବାଚନ ଆଜି: ୭ହଜାର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

1 hour ago 1
ARTICLE AD BOX

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲକ୍ଷାଧିକ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିବେ। ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାଲଟ୍‌ ପେପର ଓ ବାକ୍ସ ପ୍ରସ୍ତୁତ ସରିଥିବା ବେଳେ ସମସ୍ତ କ୍ୟାମ୍ପସ୍‌ରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ଆଜି ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ନିର୍ବାଚନକୁ ବାତିଲ କରାଯାଇଛି। ତେଣୁ  ଚଳିତବର୍ଷ ୧୨ଟି ବିଶ୍ବବିଦ୍ୟାଳୟ ସମେତ ୩୪୬ଟି ମହାବିଦ୍ୟାଳୟକୁ ମିଶାଇ ମୋଟ ୩୫୮ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ର‌ତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି। ଯେଉଁଥିରେ ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛାତ୍ରଛାତ୍ରୀ। ୧୨ଟି ବିଶ୍ବବିଦ୍ୟାଳୟର ବିଭିନ୍ନ ପଦବିରେ ୩୫୮ ପ୍ରାର୍ଥୀ ଏବଂ ମହାବିଦ୍ୟାଳୟରେ ୬,୮୯୧ ପ୍ରାର୍ଥୀ ରହିଛନ୍ତି। ସଭାପତି ପଦବିରେ ମୋଟ ୮୬୬ ପ୍ରାର୍ଥୀ ରହିଥିବା ବେଳେ ଉପସଭାପତିରେ ୭୧୬ ଓ ସାଧାରଣ ସମ୍ପାଦକ ପଦବି ପାଇଁ ୬୧୬ ଜଣ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି।

Odisha FTA: ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା

ସକାଳ ୮ଟାରୁ ଭୋଟିଂ ଆରମ୍ଭ ହେବାକୁ ଥିବାରୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସ୍ବତନ୍ତ୍ର ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ରହିବେ, ଯେଉଁମାନେ କି ଅଣଛାତ୍ରଙ୍କ ପ୍ରବେଶ ଉପରେ ତୀକ୍ଷ୍ଣ ନଜର ରଖିବେ। କେବଳ ବୈଧ ପରିଚୟପତ୍ର ଥିବା ଛାତ୍ରଛାତ୍ରୀ କିମ୍ବା ବ୍ୟକ୍ତିବିଶେଷଙ୍କୁ ହିଁ କ୍ୟାମ୍ପସ୍‌ରେ ପ୍ରବେଶ ପାଇଁ ଅନୁମତି ମିଳିବ। ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପ୍ରାର୍ଥୀମାନେ ସହଯୋଗ କରିବେ। କୌଣସି ପ୍ରକାର ଖାଦ୍ୟ କିମ୍ବା ପାନୀୟ ସାମଗ୍ରୀ, ନିର୍ବାଚନୀ ଇସ୍ତାହାର ବଣ୍ଟନ କରିପାରିବେ ନାହିଁ। ହଷ୍ଟେଲଗୁଡ଼ିକର ସୁରକ୍ଷା ବଢ଼ାଯିବା ସହ କ୍ୟାମ୍ପସ୍‌ରେ ଅଣଛାତ୍ରଙ୍କ ପ୍ରବେଶ ଯାଞ୍ଚକୁ କଡ଼ାକଡ଼ି କରାଯିବ। ପ୍ରତି ଶ୍ରେଣୀ, ବିଭାଗ ପାଇଁ ଅଲଗା ଅଲଗା ବୁଥ୍‌ କରାଯିବ। ଭୋଟ ଗଣନା ଆରମ୍ଭ ପୂର୍ବରୁ ପ୍ରାର୍ଥୀଙ୍କ ଏଜେଣ୍ଟମାନେ ବୁଥ୍‌ରେ ଉପସ୍ଥିତ ରହିବେ। ଛାତ୍ରଛାତ୍ରୀ ଭୋଟ ଦେବା କ୍ଷଣି କ୍ୟାମ୍ପସ୍‌ ବାହାରକୁ ଚାଲିଯିବେ। କଲେଜର ନିର୍ବାଚନ ପରିଚାଳନା କମିଟି ସଦସ୍ୟମାନେ କ୍ୟାମ୍ପସ୍‌ର ବିଭିନ୍ନ ସ୍ଥାନକୁ ଭ୍ରମଣ କରି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ। ଅପରାହ୍ଣ ୨ଟାରେ ଭୋଟ ଗ୍ରହଣ ସରିବା କ୍ଷଣି ଭୋଟଗଣତି କରାଯାଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

IndiaSkills: ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

 ଅନ୍ୟପକ୍ଷରେ କାଁଭାଁ ଗଣ୍ଡଗୋଳକୁ ଛାଡ଼ି ଦେଲେ ଆଜି ସମସ୍ତ କ୍ୟାମ୍ପସ୍‌ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଶେଷ ହୋଇଛି। ପ୍ରାର୍ଥୀମାନେ ଶେଷଥର ପାଇଁ ମଞ୍ଚରୁ ନିଜ ସପକ୍ଷରେ ଭୋଟ ମାଗିଛନ୍ତି। ତେବେ ସାମାଜିକ ଗଣମାଧ୍ୟମରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ପ୍ରଚାର ଜାରି ରଖିଛନ୍ତି। ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନଗୁଡ଼ିକ ପ୍ରାର୍ଥୀ ଦେଇଥିବାରୁ ସେମାନଙ୍କର ଛାମୁଆ ନେତାମାନେ ଆଜି ରାତିରେ ଶେଷ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.