ARTICLE AD BOX
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ପରେ କ୍ୟାମ୍ପସ୍ରେ ଉଷ୍ମତା ଭରିଛି। ନାମାଙ୍କନପତ୍ର ଦାଖଲ ହୋଇ ନଥିଲେ ମଧ୍ୟ ନିର୍ବାଚନ ତାରିଖ ଘୋଷଣାକୁ କେତେକ ଛାତ୍ର ସଙ୍ଗଠନ ନିଜର ବିଜୟ ଭାବିନେଇଛନ୍ତି। କ୍ୟାମ୍ପସରେ ବାଜା ବଜାଇ, ବାଣ ଫୁଟାଇ ଖୁସି ମନାଇଛନ୍ତି। କେହି କେହି ମିଠା ବାଣ୍ଟି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ସହରର କ୍ୟାମ୍ପସଗୁଡ଼ିକରେ ଏଭଳି ଉତ୍ସାହ ଲାଗି ରହିଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସମ୍ଭବ ନିରବତା ଦେଖିବାକୁ ମିଳିଛି। ନିର୍ବାଚନ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଛାତ୍ର ସଙ୍ଗଠନଗୁଡ଼ିକ ପ୍ରାର୍ଥୀ ଖୋଜିବାରେ ଲାଗିପଡ଼ିଛନ୍ତି। କାହାକୁ ପ୍ରାର୍ଥୀ କଲେ ଭଲ ହେବ, ଛାତ୍ରଛାତ୍ରୀଙ୍କ ସମସ୍ୟାକୁ କିଏ ଠିକ୍ ଭାବେ ସମାଧାନ କରିପାରିବ ସେନେଇ ଆଜି ଦିନତମାମ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ଏକାଠି ହୋଇ ଛାତ୍ର ନେତାମାନେ ଆଲୋଚନା କରିଛନ୍ତି। ସନ୍ଧ୍ୟା ସୁଦ୍ଧା ଏବିଭିପି, ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ଲାଗିପଡ଼ିଛନ୍ତି।
SHG: ପୁରୀର ୫୦ ମହିଳା ଏସଏଚଜିକୁ ‘ମହିଳା ଅନୁକୂଳ ନଡ଼ିଆ କତା ଛଡ଼ାଇବା ଯନ୍ତ୍ର’ ସହାୟତା
ବୁଧବାର କ୍ୟାମ୍ପସରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କୁଳପତି ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାରାଥନ୍ ବୈଠକରେ ପିଜି କାଉନସିଲ୍ ଅଧ୍ୟକ୍ଷ ଯଜ୍ଞେଶ୍ବର ଦଣ୍ଡପାଟ, କୁଳସଚିବ ସ୍ବାତୀ ମିଶ୍ରଙ୍କ ସମେତ ବରିଷ୍ଠ ପ୍ରଫେସର ଓ ସୁରକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ। କ୍ୟାମ୍ପସ ପରିସରରେ ଶାନ୍ତି, ନିରାପତ୍ତା ଓ ଶୃଙ୍ଖଳା ବଜାୟ ରଖିବା ସହିତ ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳାର ସହ ସମ୍ପନ୍ନ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ସହ ଅଣଛାତ୍ରଙ୍କ ଉପରେ କଟକଣା ଲଗାଯିବ। କ୍ୟାମ୍ପସ୍ର ପ୍ରବେଶ ପଥଠାରୁ ଆରମ୍ଭ କରି ମନ୍ଦିର, ସମ୍ବେଦନଶୀଳ ଅଞ୍ଚଳ, ଛାତ୍ରାବାସ, ଛାତ୍ରୀନିବାସ, ପ୍ରଶାସନିକ ଭବନ, କ୍ୟାଣ୍ଟିନ୍, ଆବାସିକ ଅଞ୍ଚଳରେ ଅସ୍ଥାୟୀ ଭାବେ ୧୫୦ଟି ସିସିଟିଭି କ୍ୟାମେରା ଲାଗିବାକୁ ପ୍ରସ୍ତାବ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ପରିଚୟପତ୍ର ପାଖରେ ରଖିବା ବାଧ୍ୟତାମୂଳକ କରାଯିବ। ପୁଲିସ ସହଯୋଗରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇବାକୁ ଲକ୍ଷ୍ମୀବିହାର ପାର୍ଶ୍ବ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ମୁଖ୍ୟ ଓ ଦ୍ବିତୀୟ ପ୍ରବେଶ ପଥରେ ସୁରକ୍ଷା କର୍ମୀମାନେ ପରିଚୟପତ୍ର ଯାଞ୍ଚ କରିବା ଆରମ୍ଭ କରିଛନ୍ତି।
ପରିଚୟପତ୍ର ପାଖରେ ରଖିବା ବାଧ୍ୟତାମୂଳକ, ମନ ଜିଣିବାକୁ ଖାଦ୍ୟ ବାଣ୍ଟିଲେ
ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବାପରେ କ୍ୟାମ୍ପସ ବାହାରେ ଖାଦ୍ୟର ଆସର ଜମିଲାଣି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ମହର୍ଷି ମହାବିଦ୍ୟାଳୟ, କମଳା ନେହେରୁ, ରାଜଧାନୀ, ଦେବରାୟ କଲେଜ ବାହାରେ ଆଜି ବିଭିନ୍ନ ଛାତ୍ର ସଙ୍ଗଠନର ନେତାମାନେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ବାଣ୍ଟିଥିଲେ। କିଏ ବିରିଆନି ଦେଇ ପିଲାଙ୍କ ମନ ଜିଣିଥିଲେ ତ ଆଉ କିଏ ଗୁପୁଚୁପ୍, ଚାଟ୍, ଆଳୁଦମ୍ ଦହିବରା ଦେଇଥିଲେ। କେହି କେହି ଚକ୍ଲେଟ୍, ଗିଫ୍ଟ ସାମଗ୍ରୀ ଦେଇ ସମର୍ଥକମାନଙ୍କୁ ନିଜ ପାଖରେ ରଖିବାକୁ ପ୍ରୟାସ କରିଥିଲେ। ଗୋଟିଏ ଗୋଟିଏ ସଙ୍ଗଠନ ୫୦୦ରୁ ଏକ ହଜାର ପର୍ଯ୍ୟନ୍ତ ପିଲାଙ୍କୁ ଖାଇବାକୁ ଦେଇଥିବା ଦେଖିବାକୁ ମିଳିଛି। ପୂର୍ବାହ୍ନରୁ ଅପରାହ୍ଣ ପର୍ଯ୍ୟନ୍ତ କ୍ୟାମ୍ପସରେ ଭିଡ଼ ସହ ଛାତ୍ରଛାତ୍ରୀ ଦଳ ଦଳ ହୋଇ ବୁଲୁଥିବାର ଲକ୍ଷ୍ୟ କରାଯାଇଥିଲା।
ଚାଲିଛି ପ୍ରାର୍ଥୀ ଖୋଜା
ସହରର ସମସ୍ତ କ୍ୟାମ୍ପସରେ ଏବେ ପ୍ରାର୍ଥୀ ଖୋଜା ଚାଲିଛି। ୮ ବର୍ଷ ହେଲା ନିର୍ବାଚନ ହୋଇଥିବାରୁ କୌଣସି ବି ସଙ୍ଗଠନ କିମ୍ବା ଛାତ୍ର/ଛାତ୍ରୀ ପିଲାଙ୍କ ସହ ଯୋଡ଼ି ହୋଇ ରହିନାହାନ୍ତି। ଏବର୍ଷ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପରେ ସମସ୍ତେ ହରଡ଼ଘଣାରେ ପଡ଼ିଛନ୍ତି। ୮ରୁ ୧୦ ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା ହେବାକୁ ଥିବାରୁ ଏତେ ସଂଖ୍ୟକ ପ୍ରାର୍ଥୀ ମିଳିବା ସଙ୍ଗଠନଗୁଡ଼ିକ ପାଇଁ କଷ୍ଟକର ହୋଇପଡ଼ୁଛି। ଅଧିକାଂଶ ଛାତ୍ରଛାତ୍ରୀ ପ୍ରାର୍ଥୀ ହେବାକୁ ଅରାଜି ହେଉଛନ୍ତି। ଯେଉଁମାନେ ରାଜି ହେଉଛନ୍ତି ସେମାନେ ମୁଖ୍ୟତଃ ସଭାପତି ଓ ସାଧାରଣ ସମ୍ପାଦକ ପଦବିରେ ଲଢ଼ିବାକୁ ସମ୍ମତି ପ୍ରକାଶ କରୁଛନ୍ତି। କେତେଜଣ ଛାତ୍ରଛାତ୍ରୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ରାଜି ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିୟମାବଳୀ ପୂରଣ କରୁ ନଥିବାରୁ ଛାତ୍ର ସଙ୍ଗଠନଗୁଡ଼ିକୁ ସେମାନଙ୍କୁ ପ୍ରାର୍ଥୀ କରିବାକୁ ଆଗଭର ଦେଖାଉ ନାହାନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଜେବି ଓ ରାଜଧାନୀ ମହାବିଦ୍ୟାଳୟ ପାଇଁ ଏବିଭିପି ଓ ଛାତ୍ର ବିଜେଡିର ଆପାତତଃ ପ୍ରାର୍ଥୀ ଚୟନ ଶେଷ ହୋଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଏକାଧିକ ନାଁ ସାମ୍ନାକୁ ଆସିଥିବାରୁ ଛାତ୍ର ସଙ୍ଗଠନଗୁଡ଼ିକ ଚୂଡ଼ାନ୍ତ ମୋହର ଲଗାଇପାରି ନାହାନ୍ତି।
Neglect: ଘର ଅଗଣାରେ ସ୍ବାମୀଙ୍କୁ କବରଦେଲେ ଅସହାୟ ମହିଳା
ଛାତ୍ର କଂଗ୍ରେସ ବାଣ୍ଟିଲା ଦାୟିତ୍ବ
ନିର୍ବାଚନକୁ ନଜରରେ ରଖି ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟର ୩୨ଟି ସାଙ୍ଗଠନିକ ଜିଲ୍ଲା ପାଇଁ ଜଣେ ଲେଖାଏ ସଂଯୋଜକଙ୍କୁ ଦାୟିତ୍ବ ଦେଇଛି। ଏହାବ୍ୟତୀତ ରେଭେନ୍ସା ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, କଟକ ଚୌଦ୍ବାର ଓ କଟକ ବାରବାଟି ପାଇଁ ଜଣେ ଲେଖାଏ ଛାତ୍ର ନେତାଙ୍କୁ ଦାୟିତ୍ବ ଦିଆଯାଇଛି।

50 minutes ago
1


