ARTICLE AD BOX
ଭୁବନେଶ୍ବର: ସ୍କୁଲ୍ ହତାରୁ ଜଣେ ୮ବର୍ଷ ବୟସର ନାବାଳିକାଙ୍କୁ ଉଠାଇନେଇ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲା କାମପିପାସୁ। ୨୦୨୫ ଜୁଲାଇରେ ଏୟାର୍ଫିଲ୍ଡ ଥାନା ଅଞ୍ଚଳରେ ଘଟିଥିବା ଏହି ବର୍ବରକାଣ୍ଡ ସେତେବେଳେ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା। ଆଜି ସେହି ମାମଲାର ରାୟ ପ୍ରକାଶ ପାଇଛି। ଦୁଷ୍କର୍ମକାରୀ ଦିଲୀପ ଭୋଇକୁ ୨୫ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଆଡହକ୍ ଆଡିସିନାଲ୍ ସେସନ୍ସ ଜଜ୍ ତଥା ଫାଷ୍ଟ୍ ଟ୍ରାକ୍ ସ୍ପେସାଲ୍ କୋର୍ଟ (ପୋକ୍ସୋ)ର ବିଚାରପତି ସରୋଜ କୁମାର ସାହୁ ଏହି ମାମଲାର ଶୁଣାଣି ସାରି ଅତି ଘୃଣ୍ୟ ତଥା ଜଘନ୍ୟ କାଣ୍ଡ ଭିଆଇଥିବା ଦିଲୀପକୁ ୨୫ବର୍ଷ କାରାଦଣ୍ଡ ଦେବା ସହ ତା’ ଉପରେ ୨୦ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଜରିମାନା ଅନାଦାୟ କ୍ଷେତ୍ରରେ ଆସାମୀକୁ ଅତିରିକ୍ତ ୬ମାସ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ ରହିଛି। ସେହିଭଳି ପୀଡ଼ିତାଙ୍କ ଉପରେ ହୋଇଥିବା ଶାରୀରିକ ଓ ମାନସିକ ଆଘାତ ପାଇଁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ, ଖୋର୍ଦ୍ଧାଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ୧୮ଜଣଙ୍କ ସାକ୍ଷ୍ୟ ଓ ୨୪ଟି ପ୍ରଯୁଜ୍ୟ ଦସ୍ତାବିଜ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ରାଜୀବ ସାସମଲ୍ ଓ ଅତିରିକ୍ତ ପିପି ବଳରାମ ଦେଓ ଏହି ମାମଲା ପରିଚାଳନା କରିଥିଲେ ଏବଂ ଏସ୍ଆଇ ଗୀତାଞ୍ଜଳି ବାରିକ ଏହି ମାମଲାର ତଦନ୍ତଭାର ନେଇଥିଲେ। ୨୦୨୫ ଜୁଲାଇ ୨୯।
Neglect: ଘର ଅଗଣାରେ ସ୍ବାମୀଙ୍କୁ କବରଦେଲେ ଅସହାୟ ମହିଳା
ହଠାତ୍ ଗାଁରେ ଖବର ଖେଳିଗଲା ଯେ ସ୍କୁଲ୍ ପାଖ ପରିତ୍ୟକ୍ତ ଘରେ ଜଣେ ୮ବର୍ଷ ବୟସର ଛାତ୍ରୀକୁ କେହି ଦୁଷ୍କର୍ମ କରିଛି। ସ୍କୁଲ୍ ହତାରୁ ଟେକିନେଇ ପାଖ ବଣ ଭିତରେ ଥିବା ଏକ ପରିତ୍ୟକ୍ତ ଘରେ ଦୁର୍ବୃତ୍ତଜଣକ ଏହି କାଣ୍ଡ କରି ଫେରାର ହୋଇଯାଇଛି। ଘଟଣା ଜାଣିବା ପରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ପୀଡ଼ିତାକୁ ଉଦ୍ଧାର କରିଛନ୍ତି। ଗାଁଟିଯାକର ଲୋକେ ସ୍କୁଲ୍କୁ ଛୁଟି ଆସିଲେ। ଖବର ପାଇ ଏୟାର୍ଫିଲ୍ଡ ଥାନା ପୁଲିସ ସ୍କୁଲ୍ରେ ପହଞ୍ଚିଲା। ପୁଅକୁ ନେଇ ମେଡିକାଲ ଯାଇଥିବା ବାପାମା’ ପହଞ୍ଚିବା ପରେ ତୁରନ୍ତ ପୀଡ଼ିତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। କିନ୍ତୁ ସେତେବେଳକୁ ଗାଁରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇସାରିଥିଲା। ଆସାମୀକୁ ତୁରନ୍ତ ଗିରଫ କରିବାକୁ ଦାବିକରି ଲୋକେ ପୁଲିସକୁ ଘେରିଥିଲେ। ସଙ୍ଗେସଙ୍ଗେ ପୁଲିସର ସ୍ବତନ୍ତ୍ର ଟିମ୍ ସହିତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଦେଇଥିଲା।
Horoscope 2026 October 07: ଜାଣନ୍ତୁ ଆଜିର ରାଶିଫଳ...
ଅବଶ୍ୟ ସେତେବେଳକୁ ଯୌନପିପାସୁ ଦିଲୀପର ନାଁ ପଦାକୁ ଆସିସାରିଥିଲା। ମାତ୍ର ସେତେବେଳକୁ ସେ ଗାଁରୁ ଫେରାର ହୋଇସାରିଥିଲା। ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଦିଲୀପ ଏହି ବର୍ବରକାଣ୍ଡ ଭିଆଇଥିବା ପ୍ରମାଣ ମିଳିଯାଇଥିଲା। ତେଣୁ ଦିଲୀପକୁ ଧରିବାକୁ ପୁଲିସ ଟିମ୍ ଲାଗିପଡ଼ିଥିଲା। ତଦନ୍ତରୁ ଜଣାପଡ଼ିଲା ଘଟଣାସ୍ଥଳରୁ ଚମ୍ପଟ ମାରିବା ପରେ ଦିଲୀପ ରେତଙ୍ଗ ରେଳଷ୍ଟେସନରୁ ଟ୍ରେନ୍ ଯୋଗେ ଖୋର୍ଦ୍ଧାରୋଡ୍ ଷ୍ଟେସନକୁ ପଳାଇଥିଲା ଏବଂ ସେଠାରୁ ହାଇଦ୍ରାବାଦ କିମ୍ବା ସୁରତ ଯିବାକୁ ଯୋଜନା କରୁଥିଲା। କିନ୍ତୁ ତା’ ପୂର୍ବରୁ ତାକୁ ପୁଲିସ ଟିମ୍ ମାଡ଼ିବସିଲା। ସୂଚନାଯୋଗ୍ୟ ଯେ ସେଦିନ ପୀଡ଼ିତାଙ୍କ ସାନଭାଇ ଅସୁସ୍ଥ ଥିଲେ। ତେଣୁ ବାପା ସକାଳ ସାଢ଼େ୯ଟା ବେଳେ ଝିଅକୁ ସ୍କୁଲ୍ରେ ଛାଡ଼ିବା ପରେ ଘରୁ ପୁଅକୁ ନେଇ ଡାକ୍ତରଖାନା ଯାଇଥିଲେ। ଝିଅ ସ୍କୁଲ୍ ହତାରେ ବସିଥିବା ବେଳେ ଦିଲୀପ ଫୁସୁଲାଫୁସୁଲି କରି ତାଙ୍କୁ ଟେକି ନେଇଥିଲା।

59 minutes ago
1


