ARTICLE AD BOX
କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ରାୟପୁର ଗ୍ରାମରେ ଜଣେ ୧୭ ବର୍ଷୀୟ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନା ପଠାଇଛି।
Class 12 Student Found Dead Photograph: (sambad.in)ଡେରାବିଶ:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ବାରିମୂଳ ପଂଚାୟତ ରାୟପୁର ଗ୍ରାମର ବୀରକିଶୋର ମଳିକଙ୍କ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ୁଥିବା ପୁଅ ଚନ୍ଦନ (୧୭) ଗତକାଲି ରାତିରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତଚନ୍ଦନ ନିକିରାଇ ସ୍ଥିତ ବୀର ହନୁମାନଜୀଉ କଲେଜରେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର ଥିଲେ।
ଶବ ଜବତ କରିଛି ପୁଲିସ୍
ଗତକାଲି ରାତିରେ ଖାଇପିଇ ପରିବାର ଲୋକ ଶୋଇବା ପରେ ବିଳମ୍ବିତ ରାତିରେ ଚନ୍ଦନ ସୋଇଥିବା ଘରେ ସଂଘାରେ ରସି ଦେଇ ଆତ୍ମହତ୍ୟା କରିଦେଇଥିଲେ। ସକାଳୁ ପରିବାର ଲୋକ ଏହା ଦେଖି ଶବକୁ ତଳକୁ ଓହ୍ଲାଇଥିଲେ। ତେବେ ଛାତ୍ର ଚନ୍ଦନଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡିପାରି ନାହିଁ। ମୃତକଙ୍କ ବାପା ବୀରକିଶୋର ଏହି ଘଟଣା ନେଇ ସଦର ଥାନାରେ କରିଥିବା ଅଭିଯୋଗ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଠାଇଥିବା ସୂଚନା ମିଳିଛି।
12 Cattle Rescued: ଗୋରକ୍ଷକଙ୍କ ସାହସିକତା ଯୋଗୁ ପିକଅପରୁ ଉଦ୍ଧାର ହେଲେ ୧୨ ଗୋରୁ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


