ARTICLE AD BOX
ଝରିଗାଁ (ରମେଶ ପଟ୍ଟନାୟକ):ନବରଙ୍ଗପୁରଜିଲ୍ଲା ଝରିଗାଁ ଥାନା ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା ଗ୍ରାମରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ବେକରେ ଓଢଣୀ ଦେଇ ଜୀବନ ହାରିଛନ୍ତି।ଛାତ୍ରୀ ଜଣକ ସୁନ୍ଦରସିଂ ମେହେରଙ୍କ ଝିଅ ଗିରିଜା ମେହେର।
ଗତକାଲି ରାତିରେ ପରିବାର ସହ ଖାଇପିଇ ଗିରିଜା ଶୋଇ ଥିଲେ। ଆଜି ସକାଳୁ ଗିରିଜାଙ୍କ ମା’ ଅମିତା ଘର ଦାଣ୍ଡ ସଫା କରି ଅଳିଆ ଫୋଫାଡ଼ିବା ପାଇଁ ଯାଉଥିବା ବେଳେ ଘର ଠାରୁ ଶହେ ମିଟର ଦୂରରେ ଥିବା ଏକ ଆମ୍ବ ଗଛରେ ଝିଅ ବେକରେ ଓଢଣୀ ଦେଇ ଝୁଲୁ ଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗିରିଜାଙ୍କ ବାପା ସୁନ୍ଦରସିଂ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ଜଣାପଡ଼ି ନଥିବା ବେଳେ ଝରିଗାଁ ପୁଲିସ କେଶ ନମ୍ବର ୨୧/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

1 week ago
5


