ARTICLE AD BOX
କଟକ: ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଅସ୍ତ୍ରୋପଚାର, କେମୋ କିମ୍ବା କର୍କଟ ରୋଗ ନିରୂପଣ ପୂର୍ବରୁ ଏକ୍ସ-ରେ କରିବାର ଆବଶ୍ୟକତା ରହିଛି। ତେବେ ଗଲା ଏକ ମାସ ହେବ ଡିଜିଟାଲ୍ ଏକ୍ସ-ରେ ମେସିନ୍ ଅଚଳ ହୋଇଯାଇଛି। ମେସିନ୍ ଅଚଳ ହୋଇଯାଇଥିବାରୁ ଯେଉଁ ପୋର୍ଟେବଲ୍ ଏକ୍ସ-ରେ ମେସିନରେ ଏକ୍ସ-ରେ କରାଯାଉଛି, ସେଥିରେ ସ୍ପଷ୍ଟ ଫଟୋ ଉଠିପାରୁନାହିଁ। ଡାକ୍ତର ରୋଗ ନିରୂପଣ କରିବା ସମ୍ଭବପର ହୋଇପାରୁନାହିଁ। ଡିଜିଟାଲ୍ ଏକ୍ସ-ରେ ମେସିନ୍ ଉପରେ ସମ୍ପୂର୍ଣ୍ଣ ନିର୍ଭର କରାଯାଉଥିବା ବେଳେ ଏହାକୁ ତୁରନ୍ତ ମରାମତି କରିବାରେ କର୍କଟ କେନ୍ଦ୍ରର ବିଳମ୍ବକୁ ନେଇ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା
ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ୭ଟି ବିଭାଗର ଆଉଟଡୋରକୁ ଦୈନିକ ୪୫୦ ରୋଗୀ ଆସୁଥିବା ବେଳେ ଇଣ୍ଡୋରରେ ୧୦୦ ରୋଗୀ ଭର୍ତ୍ତି ହେଉଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ କିମ୍ବା ସନ୍ଦିଗ୍ଧ ରୋଗୀଙ୍କ ଏନିମିଆ, ଛାତିରେ କଫ ଜମିଥିବା, ସିଷ୍ଟ, କେମୋ ଦେବା ପୂର୍ବରୁ, ଅସ୍ତ୍ରୋପଚାର କରିବା ପୂର୍ବରୁ, ଫୁସଫୁସରେ କ୍ୟାନ୍ସର, ଛାତିରେ ମାଂସ ବଢ଼ିଥିଲେ ଡାକ୍ତର ଏକ୍ସ-ରେ କରିବାକୁ ପରାମର୍ଶ ଦେଇଥାନ୍ତି। ରେଡିଏସନ୍ ଅଙ୍କୋଲୋଜି ବିଭାଗରୁ ସର୍ବାଧିକ ରୋଗୀଙ୍କୁ ଏକ୍ସ-ରେ ପାଇଁ ଡାକ୍ତର ପରାମର୍ଶ ଦେଉଛନ୍ତି। ଦୈନିକ ପ୍ରାୟ ୫୦ ରୋଗୀଙ୍କ ଏକ୍ସ-ରେ କରାଯାଉଛି। ରେଡିଓଲୋଜି ବିଭାଗରେ ଥିବା ଡିଜିଟାଲ୍ ଏକ୍ସ-ରେ ମେସିନରେ ଏସବୁ କରାଯାଏ। କିନ୍ତୁ ଗଲା ଏକ ମାସ ହେବ ଏହି ଡିଜିଟାଲ୍ ଏକ୍ସ-ରେ ଅଚଳ ହୋଇପଡ଼ିଛି।
Palm trees: ଗ୍ରାମୀଣ ଜୀବନର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ ‘ତାଳଗଛ’
ଫଳରେ ହସ୍ପିଟାଲରେ ଥିବା ତିନୋଟି ପୋର୍ଟେବଲ୍ ଏକ୍ସ-ରେ ମେସିନରେ ଏକ୍ସ-ରେ କରାଯାଉଛି। ପୋର୍ଟେବଲ ଏକ୍ସ-ରେ ୧୦୦ ଏମ୍ଏ କ୍ଷମତା ବିଶିଷ୍ଟ ହୋଇଥିବା ବେଳେ ଡିଜିଟାଲ୍ ଏକ୍ସ-ରେ ୩୦୦ ଏମ୍ଏ। ପୋର୍ଟେବଲ୍ ଏକ୍ସ-ରେ ହେବା ପରେ ଏଥିରୁ କ୍ୟାସେଟ୍ ଆଣି ପ୍ରିଣ୍ଟରରେ ଦେଲେ ପ୍ରିଣ୍ଟ ହୋଇଥାଏ। କିନ୍ତୁ ଡିଜିଟାଲ୍ ଏକ୍ସ-ରେ ଗୋଟିଏ ସ୍ଥାନରେ ଫଟୋ ଉଠିବା ପରେ ସେଠୁ କମାଣ୍ଡ ଦେଲେ ପ୍ରିଣ୍ଟ ହୋଇଥାଏ। ଏବେ ପୋର୍ଟେବଲ୍ ଏକ୍ସ-ରେ ମେସିନ୍ରେ ଫଟୋ ସ୍ପଷ୍ଟ ଉଠୁନାହିଁ। ମେରୁଦଣ୍ଡ କ୍ଷତ କିମ୍ବା ଅତ୍ୟଧିକ ମୋଟା ଲୋକ ଥିଲେ ପୋର୍ଟେବଲ ଏକ୍ସ-ରେ ଭଲ ଫଟୋ ଉଠାଇବା ସମ୍ଭବ ହେଉନାହିଁ। ପୋର୍ଟେବଲ୍ ଏକ୍ସ-ରେ ଶରୀରର ଅଧିକ ଭିତରୁ ସ୍ପଷ୍ଟ ଫଟୋ ଉଠାଇ ପାରୁନାହିଁ।

1 week ago
6

