ARTICLE AD BOX
ଭୁବନେଶ୍ବର: ପ୍ରଶ୍ନପତ୍ର ପ୍ରଘଟ ଓ ସରକାରୀ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଦେଶ ଯୁବ କଂଗ୍ରେସର ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଶହଶହ କର୍ମୀ କଂଗ୍ରେସ ଭବନରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ମଶାଲ ଧରି ବିପର୍ଯ୍ୟସ୍ତ ଶିକ୍ଷାନୀତି ବିରୋଧରେ ନାରାବାଜି କରିଥିଲେ। ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଉଦୟଭାନୁ ଚିବ୍ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଛାତ୍ର ସ୍ୱାର୍ଥ ବିରୋଧୀ ନୀତିକୁ ସମାଲୋଚନା କରିଥିଲେ। ସେହିଭଳି ପିସିସି ସଭାପତି ଭକ୍ତଚରଣ ଦାସ ଓଡ଼ିଶାରେ ରସାତଳଗାମୀ ଶିକ୍ଷା ବ୍ୟବସ୍ଥା ସମେତ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ, ରାଜ୍ୟରେ ମେଡିକାଲ୍ ପିଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ପଛରେ ସରକାରଙ୍କ ଉଦାସୀନତାକୁ ଦାୟୀ କରିଥିଲେ। ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଲାଲଜୀ ଭାଇ ଦେଶାଇ ଶୋଭାଯାତ୍ରାରେ ଯୋଗଦେଇ ରାଜ୍ୟରେ ମୋହନ ସରକାରରେ ଶିକ୍ଷା ବ୍ୟବସ୍ଥା କିପରି ଶୋଚନୀୟ ହୋଇପଡ଼ିଛି ସେ ସଂପର୍କରେ କହିଥିଲେ। ପ୍ରଦେଶ ଯୁବକଂଗ୍ରେସ ସଭାପତି ଶ୍ରୀ ପାତ୍ର କେଜିଠାରୁ ପିଜି ପର୍ଯ୍ୟନ୍ତ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷକଙ୍କ ଅଭାବ ସାଙ୍ଗକୁ ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠାଇଥିଲେ। ତେଣୁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ଇସ୍ତଫା ଦାବି କରିଥିଲେ।
Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ
ଏହି ମଶାଲ ଶୋଭାଯାତ୍ରାରେ ଅଖିଳ ଭାରତର ଯୁବ କଂଗ୍ରେସ ପ୍ରଭାରୀ ମହେଶ ଦେଶମୁଖ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ମାନସ ଚୌଧୁରୀ, ମନୋଜ ରାଉତ, ୟାସିର ନୱାଜ, ଅଜୟ ସାହୁ, କୃଷ୍ଣ ମହାନ୍ତି, ମନୋଜ ବିଶ୍ୱାଳ, ଅଜୟ ମହାପାତ୍ର, ସ୍ୱାଗତ କର, ଅଭିଜିତ ଜେନା, ଗୋପନ ମାର୍ଥା, ସୁଦୀପ ସାମଲ, ଲକ୍ଷ୍ମୀପ୍ରିୟା ନାୟକ, ଆଲୋକ ଦାସ, ମହମ୍ମଦ ଗୁଲଫାମ୍, ଲିପିକା ପାତ୍ର, କାର୍ତ୍ତିକ କାଣ୍ଡି, ଅମରେଶ ପରିଡ଼ା, ଅମିତ ଆଚାର୍ଯ୍ୟ, ଜ୍ଞାନ ରାଉତ, ଅମିତ କଅଁର, ଜାଭେଦ ଅଖ୍ତାର, ପ୍ରୀତମ ପରିଜା, ବଟକୃଷ୍ଣ ରାଉତରାୟ, ସଙ୍କୁନା କଅଁର, ମୋହନ ନାୟକ, ସୁଶ୍ରୀ ବେହେରା, ବଳରାମ ରାଉତ, ବଳରାମ ନନ୍ଦ, ବିରଞ୍ଚି ବାରିକ, ସାଜ୍ ସିଦ୍ଦିକ୍, ମୈଫୁଜ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
Jharkhand exam protest: ଝାଡ଼ଖଣ୍ଡ ପରୀକ୍ଷା ବିବାଦ: ଅନଶନରତ ଛାତ୍ରନେତାଙ୍କ ସ୍ବାସ୍ଥ୍ୟରେ ଅବନତି

5 days ago
4


