State Pharmaceutical Corporations: ରାଜ୍ୟ ଔଷଧ ନିଗମର ପୁନର୍ଗଠନ ନୋହିଲା: ତ୍ବରିତ ପଦକ୍ଷେପ ନେବାକୁ ଗତବର୍ଷ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ

5 days ago 4
ARTICLE AD BOX

ଭୁବନେଶ୍ବର: ରାଜ୍ୟ ଔଷଧ ନିଗମରେ ଔଷଧ-ମେଡିକାଲ ଉପକରଣ କିଣା ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଷଡ୍‌ଯନ୍ତ୍ର ଅଭିଯୋଗ ହୋଇଛି। ରାଜ୍ୟରେ ଔଷଧ ଓ ଚିକିତ୍ସା ସାମଗ୍ରୀକୁ ବିଭିନ୍ନ ଉତ୍ପାଦକଙ୍କଠାରୁ ସ୍ବଚ୍ଛ ପ୍ରକ୍ରିୟାରେ କିଣିବା ଲାଗି ଗତବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଔଷଧ ନିଗମର ପୁନର୍ଗଠନ ପ୍ରସ୍ତାବ ରଖିଥିଲେ। ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ତାହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ନୋଟ୍‌ସିଟ୍‌ ଜରିଆରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାଭିତରେ ପ୍ରାୟ ବର୍ଷ ହେବାକୁ ବସିଲାଣି। ଔଷଧ ନିଗମରେ ପୁନର୍ଗଠନ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଅପରପକ୍ଷରେ ଭେଷଜ କାର୍ଯ୍ୟାଳୟର କିଛି କର୍ମଚାରୀ ଔଷଧ କିଣା ପ୍ରକ୍ରିୟାରେ ସାମିଲ ହେଉଥିବା ଅଭିଯୋଗ କରି ଏକ ବେନାମୀ ବିଡର ସଂଘ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପତ୍ର ଲେଖିବା ଆହୁରି ସନ୍ଦେହ ବଢ଼ାଇଛି। ଭେଷଜ କର୍ମଚାରୀ ଔଷଧ କିଣା ପ୍ରକ୍ରିୟାରେ ସାମିଲ ହେଲେ ଦ୍ବୈତ ସ୍ବାର୍ଥ ପ୍ରସଙ୍ଗ ଉଠିପାରେ ବୋଲି ଅଭିଯୋଗ କରିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ଔଷଧ ନିଗମର ପୁନର୍ଗଠନ ପ୍ରସ୍ତାବ କାର୍ଯ୍ୟକାରୀ ହେବାରେ ବିଳମ୍ବ ଓ ଏହାଭିତରେ ବିଡର ସଂଘ ଏହାକୁ ବିରୋଧ କରିବା ପଛରେ ଏକ ବଡ଼ ରହସ୍ୟ ରହିଛି ବୋଲି ଆଶଙ୍କା କରାଯାଉଛି।

Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ

ଔଷଧ କିଣା ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଷଡ଼୍‌ଯନ୍ତ୍ର
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ବେନାମୀ ବିଡର  ସଂଘର ପତ୍ର ପରେ ସନ୍ଦେହ ବଢ଼ିଲା

ଔଷଧ କିଣା ପ୍ରକ୍ରିୟାରେ ସଂସ୍କାର ଆଣିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରି ଗତବର୍ଷ ନଭେମ୍ବର ୨୯ତାରିଖରେ ଦର୍ଶାଇଥିଲେ ଯେ ଔଷଧ ସଂଗ୍ରହ, ବିତରଣ, ମୂଲ୍ୟ ନିର୍ଦ୍ଧାରଣ, ମାନ ନିରୂପଣ ତଥା ସପ୍ଲାଏ ଚେନ୍‌ ପରିଚାଳନା ପାଇଁ ଦକ୍ଷ ଓ ଅଭିଜ୍ଞ ବିଶେଷଜ୍ଞଙ୍କ ଆବଶ୍ୟକତା ରହିଛି। ଏହି ଲକ୍ଷ୍ୟ ହାସଲ ପାଇଁ ଏକ ନୂତନ ମାନବସମ୍ବଳ ନୀତି ପ୍ରଣୟନ କରିବା ଆବଶ୍ୟକ। ଏହି ନୋଟ୍‌ସିଟ୍‌ରେ ରାଜ୍ୟ ଔଷଧ ନିଗମର ଏକ ପୁନର୍ଗଠନ ପରେ କେଉଁ କେଉଁ ଅଧିକାରୀ ରହିବେ ତାହାର ଏକ ତାଲିକା ରହିଥିଲା। ନିଗମର ମୁଖ୍ୟଭାବେ ପରିଚାଳନା ନିର୍ଦ୍ଦେଶକ କାର୍ଯ୍ୟ କରିବେ। ଏହାସହ ମହାପ୍ରବନ୍ଧକ(ମାନବ ସମ୍ବଳ ଓ ପ୍ରଶାସନ), ମହାପ୍ରବନ୍ଧକ(ଅର୍ଥ ଓ ଆକାଉଣ୍ଟ୍‌ସ) ରହିବେ। ମହାପ୍ରବନ୍ଧକ ପ୍ରକ୍ୟୁରମେଣ୍ଟ(ଡ୍ରଗ୍‌ସ ଓ କଞ୍ଜ୍ୟୁମେବଲ୍‌ସ) ପଦବି ପାଇଁ ଅଧିକାରୀ ଜଣକ ଫାର୍ମାକୋଲୋଜି-ମେଡିସିନ୍‌ରେ ଏମ୍‌ଡି କରିଥିବା ଆବଶ୍ୟକ। ଭେଷଜ ନିର୍ଦ୍ଦେଶାଳୟର ଜଣେ ସହକାରୀ ଭେଷଜ ନିୟନ୍ତ୍ରକ(ଏଡିସି) ଡେପୁଟେସନ୍‌ରେ ନିଯୁକ୍ତ ହେବା ସହ ମହାପ୍ରବନ୍ଧକ ପ୍ରକ୍ୟୁରମେଣ୍ଟଙ୍କୁ ସହାୟତା ପ୍ରଦାନ କରିବେ। ସେହିପରି ମହାପ୍ରବନ୍ଧକ ପ୍ରକ୍ୟୁରମେଣ୍ଟ(ଡାକ୍ତରୀ ଉପକରଣ ଓ ଯନ୍ତ୍ରପାତି) ପଦବି ପାଇଁ ସର୍ଜରି କିମ୍ବା ଅସ୍ଥିଶଲ୍ୟରେ ଏମ୍‌ଏସ୍‌ କରିଥିବା ଜରୁରି। ତାଙ୍କୁ ସହାୟତା ପାଇଁ ସମାନଭାବେ ଭେଷଜ ନିର୍ଦ୍ଦେଶାଳୟର ଜଣେ ଏଡିସିଙ୍କୁ ଡେପୁଟେସନ୍‌ରେ ନିଯୁକ୍ତି ଦିଆଯିବ। ଏହାସହ ମହାପ୍ରବନ୍ଧକ କ୍ବାଲିଟି ଆସ୍ୟୁରାନ୍‌ସ ପାଇଁ ମଧ୍ୟ ଜଣେ ଏଡିସି ଡେପୁଟେସନ୍‌ରେ ରାଜ୍ୟ ଔଷଧ ନିଗମକୁ ଆସିବେ। କମ୍ପାନି ସେକ୍ରେଟାରି ସମସ୍ତ ଆଇନଗତ ଅନୁପାଳନ ପ୍ରଦାନ କରିବେ। ଏଡିସିମାନେ ଟେଣ୍ଡର ପ୍ରକ୍ରିୟାର ମୂଲ୍ୟାୟନ, ଭେଣ୍ଡରର ଯୋଗ୍ୟତା, ଯାଞ୍ଚ, ଔଷଧ ବିତରଣ ପୂର୍ବରୁ ଯାଞ୍ଚ ଓ ଅନ୍ୟାନ୍ୟ ନିୟମର ପାଳନ ହୋଇଛି କି ନାହିଁ ତାହାର ଅନୁଧ୍ୟାନ କରିବେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁନର୍ଗଠନ ନେଇ ତୁରନ୍ତ ବିଜ୍ଞପ୍ତି ଜାରି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା।

Medicines: ଆମେରିକାରେ ୧୦୦୦ଡଲାରର ଔଷଧ ଭାରତରେ ମାତ୍ର ୧୦ଡଲାର

ରାଜ୍ୟ ଔଷଧ ନିଗମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଗମର ପୁନର୍ଗଠନ ନେଇ ଏକ ପ୍ରସ୍ତାବ ଆସିଥିଲା। ନିଗମରେ ଏହା ଉପରେ ବିଚାର କରାଯାଉଛି। ତେଣୁ ଭେଷଜ କାର୍ଯ୍ୟାଳୟର ଅଧିକାରୀଙ୍କୁ ନିଗମର ବିଭିନ୍ନ ପ୍ରକ୍ରିୟାରେ ସାମିଲ ହେବା ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ହୋଇନାହିଁ। ଏହାସହ ଔଷଧ ନିଗମ ସହ ସେଭଳି କୌଣସି ବିଡର ସଂଘ ଜଡ଼ିତ ନାହାନ୍ତି। ଏଭଳି କୌଣସି ଚିଠି ମଧ୍ୟ ନିଗମର ହସ୍ତଗତ ହୋଇନାହିଁ। ଉଲ୍ଲେଖ ଯେ ଗତ ଜୁଲାଇ ୨୨ରେ ରାଜ୍ୟ ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଏକ ପତ୍ର ଜାରି ହୋଇଥିଲା। ଏଥିରେ କୁହାଯାଇଥିଲା ଯେ ଔଷଧ ନିଗମ(ଓଏସ୍‌ଏମ୍‌ସିଏଲ୍‌)ର ଔଷଧ କିଣା ପ୍ରକ୍ରିୟାରେ ରାଜ୍ୟ ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ ସାମିଲକୁ ଔଷଧ ନିଗମ ସହ ଜଡ଼ିତ ଥିବା ବିଡର ସଂଘ ବିରୋଧ କରୁଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ରିପୋର୍ଟ ମଗାଯାଇଛି। ତେଣୁ ତୁରନ୍ତ ଏହି ରିପୋର୍ଟ ଦେବାକୁ ପତ୍ରରେ କୁହାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.