ARTICLE AD BOX
ଭୁବନେଶ୍ବର: ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ନିର୍ଦ୍ଦେଶକ୍ରମେ ଆଜି (ମଙ୍ଗଳବାର) ରାଜ୍ୟ ମାନବାଧିକାର ଆୟୁକ୍ତ (କମିସନ) ସଦସ୍ୟ ଭାବେ ବରିଷ୍ଠ ଆଇନଜୀବୀ ବିରଜା ଶଙ୍କର ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି।
Advertisment
/filters:format(webp)/sambad/media/media_files/2026/08/18/human-right-commission-2026-08-18-16-51-02.jpeg)
ଏନେଇ ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି (୧୧୫୪୫/୧୮ ଅଗଷ୍ଟ ୨୦୨୬) ଅନୁସାରେ ମାନବାଧିକାର ଆଇନ ୧୯୯୩ର ଧାରା ୧ ଓ ଉପଧାରା ୨୨ ଅନୁସାରେ ଶ୍ରୀ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ସେ କାର୍ଯ୍ୟଭାର ଗ୍ରହଣ କରିବା ଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି ଦର୍ଶାଯାଇଛି। ସୂଚନାଯୋଗ୍ୟ, ବିରଜା ମିଶ୍ର, କେନ୍ଦୁଝରର ନାରାୟଣ ମିଶ୍ରଙ୍କ ପୁତ୍ର ଅଟନ୍ତି।

1 hour ago
2


