ARTICLE AD BOX
ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟିଆ ଓ କଳାରାହାଙ୍ଗ ରେଳ ଓଭର୍ବ୍ରିଜ୍ (ଆର୍ଓବି) ବିଳମ୍ବ ହେଉଥିବାରୁ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ପୂର୍ତ୍ତ ବିଭାଗ ସଂକ୍ରାନ୍ତୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁଇ ବର୍ଷ ହେଲା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ଦୁଇଟି ଆର୍ଓବି କାମ ଆଗେଇପାରି ନାହିଁ।
JD Vance: ଭାନ୍ସଙ୍କ ଭାଷଣକୁ ନେଇ ବିବାଦ: ପୋଷ୍ଟରର ଅସ୍ପଷ୍ଟ ଛବିକୁ କେନ୍ଦ୍ର କରି ବାଗ୍ଯୁଦ୍ଧ
ପଟିଆ ଓ କଳାରାହାଙ୍ଗ ଆରଓବି ବିଳମ୍ବକୁ ନେଇ ଅସନ୍ତୋଷ
ରାସ୍ତା, ଡ୍ରେନେଜ୍ ଓ ସ୍ୱେରେଜ ଉପରେ ଗୁରୁତ୍ବାରୋପ
କେବେ କାମ ହେବ, କେଉଁଠି ଅସୁବିଧା ରହିଛି ସେନେଇ ବିଧାୟକ ଶ୍ରୀ ରାଉତ ପ୍ରଶ୍ନ କରିବା ପରେ ବୈଠକରେ ବ୍ୟାପକ ଆଲୋଚନା ହୋଇଛି। କେବଳ ସେତିକି ନୁହେଁ, କିଟ୍ ଛକରୁ ଶିଖରଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଯେଭେଳି ଭିଡ଼ ହେଉଛି ତାହାର କିଭଳି ସମାଧାନ ହୋଇପାରିବ ସେନେଇ ଉପଯୁକ୍ତ ବ୍ୟବସ୍ଥା କରିବାକୁ ବିଧାୟକ ଦାବି କରିଛନ୍ତି। ଏଥିସହ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ସୃଷ୍ଟି ହେଉଥିବା ଭିଡ଼ ଏଡ଼ାଇବାକୁ ରାସ୍ତା ସମ୍ପ୍ରସାରଣ ଓ ଓଭରବ୍ରିଜ୍ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ରୂପରେଖ ପ୍ରସ୍ତୁତ ହୋଇ ନାହିଁ। ଜମି ଅଧିଗ୍ରହଣ କେବେ ସୁଦ୍ଧା ଶେଷ ହେବ ସେନେଇ ଆସନ୍ତା ବୈଠକରେ ଚୂଡ଼ାନ୍ତ ତାରିଖ ଘୋଷଣା ହେବ ବୋଲି ସ୍ଥିର ହୋଇଛି। ରଘୁନାଥପୁର ଡ୍ରେନ୍ ସମସ୍ୟା ନେଇ ବିଧାୟକ ସ୍ବର ଉଠାଇଥିଲେ।
Education: ବିଦ୍ୟାଳୟରେ ପକାଇଲେ ତାଲା, ଗାଁ ବାରଣ୍ତାରେ ବସିଲେ ଛାତ୍ରଛାତ୍ରୀ
ଅନୁରୂପ ଭାବେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ନେଇ ବିଧାୟକ ଅନନ୍ତ ନାରାୟଣ ଜେନା ଆଲୋଚନା କରିଛନ୍ତି। ବିଶେଷକରି ରାସ୍ତା, ଡ୍ରେନେଜ୍ ଓ ସ୍ୱେରେଜ ଭଳି ମୌଳିକ ସମସ୍ୟା ଉପରେ ଗୁରୁତ୍ୱାରୋପ କରି ବିଭାଗୀୟ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍ରୁ ନୟାପଲ୍ଲୀ ବେହେରାସାହି ରାସ୍ତା ୫ ବର୍ଷ ହେଲା ଅଟକି ରହିଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା କାମ ଆସନ୍ତା ଦଶହରା ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ମିଳିଛି।

1 hour ago
1


