Stand-Up India: ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନା ଆଉ ୫ ବର୍ଷ ବଢ଼ିଲା

1 day ago 3
ARTICLE AD BOX

ନୂଆଦିଲ୍ଲୀ: ମହିଳା, ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ଲୋକଙ୍କୁ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ କେନ୍ଦ୍ର ସରକାର ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାର ଅବଧି ଆଉ ୫ ବର୍ଷ ବୃଦ୍ଧି କରିଛନ୍ତି। ୨୦୩୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ଯୋଜନା ଜାରି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷ ମଧ୍ୟରେ ଆଉ ୨.୫ ଲକ୍ଷ ମହିଳା ଓ ଏସ୍‌ସି, ଏସ୍‌ଟି ବର୍ଗର ଉଦ୍ୟୋଗୀଙ୍କୁ ଆର୍ଥିକ ସହାୟତା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସରକାର ୪,୧୧୧ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ପାଣ୍ଠିକୁ ମଧ୍ୟ ଅନୁମୋଦନ କରିଛନ୍ତି।

୨୦୧୬ ଏପ୍ରିଲରେ ଏହି ଯୋଜନା ଆରମ୍ଭ ହୋଇଥିଲା। ସେବେଠାରୁ ଏହା ମାଧ୍ୟମରେ ୨.୭୫ ଲକ୍ଷରୁ ଅଧିକ ମହିଳା ଓ ଏସ୍‌ସି, ଏସ୍‌ଟି ବର୍ଗର ଉଦ୍ୟୋଗୀଙ୍କୁ ବ୍ୟାଙ୍କ ଋଣ ମିଳିସାରିଛି। ଏହି ଯୋଜନାରେ ଯୋଗ୍ୟ ମହିଳା ଓ ଏସ୍‌ସି, ଏସ୍‌ଟି ବର୍ଗର ଉଦ୍ୟୋଗୀମାନେ ୧୦ ଲକ୍ଷ ଟଙ୍କାରୁ ଅଧିକ ଏବଂ ସର୍ବାଧିକ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ। ପ୍ରକଳ୍ପର ମୋଟ ଖର୍ଚ୍ଚର ୮୫ ପ୍ରତିଶତ ପର୍ଯ୍ୟନ୍ତ ଋଣ ମିଳିପାରିବ। ଏହା ୱାର୍କିଂ କ୍ୟାପିଟାଲ୍ ଓ ଦୀର୍ଘମିଆଦୀ ଋଣକୁ ମିଶାଇ କିମ୍ବା କେବଳ ଦୀର୍ଘମିଆଦୀ ଋଣ ଆକାରରେ ଦିଆଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.