Stalwart: ଷ୍ଟଲୱାର୍ଟର ଆଟ୍‌ମୋସ୍ଫିୟର ପ୍ରକଳ୍ପ ‘୩୨ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ’ ଆରମ୍ଭ

58 minutes ago 1
ARTICLE AD BOX

ଭୁବନେଶ୍ବର: ରିଅଲ ଇଷ୍ଟେଟ କମ୍ପାନି ଷ୍ଟଲୱାର୍ଟ ପ୍ରୋଜେକ୍ଟସ ପକ୍ଷରୁ ଷ୍ଟଲୱାର୍ଟ ଆଟମୋସ୍ଫିୟର ନାମରେ ଏକ ନୂଆ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ସ୍ଥାନୀୟ ଚନ୍ଦ୍ରଶେଖର ଅଞ୍ଚଳର ଲୁମ୍ବିନୀ ବିହାରର ୨୦୦ ଫୁଟିଆ ରୋଡ୍‌ ପାର୍ଶ୍ବରେ ନିର୍ମାଣ ହେବ। ଏହି ପ୍ରକଳ୍ପରେ ସମସ୍ତ ଫ୍ଲାଟ୍‌ର ସମ୍ମୁଖଭାଗ ଭରତପୁର ଜଙ୍ଗଲ ଆଡ଼କୁ ରହିବ। ଯାହାଦ୍ବାରା ଫ୍ଲାଟର ବାସିନ୍ଦାମାନେ ଭରତପୁର ଜଙ୍ଗଲର ପ୍ରାକୃତିକ ଦୃଶ୍ୟ ଦେଖିପାରିବେ। ୪.୪୫ ଏକର ପରିମିତ ସ୍ଥାନରେ ହେବାକୁ ଥିବା ଏହି ପ୍ରକଳ୍ପରେ ୩୨ଟି ମହଲା ରହିବ। ଏଥିରୁ ୩ଟି ମହଲା ବାଣିଜ୍ୟିକ ଏବଂ ଅବଶିଷ୍ଟ ମହଲାଗୁଡ଼ିକ ଆବାସିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ତେବେ ୩୧ତମ ମହଲାରେ ସ୍ବତନ୍ତ୍ର ଭାବେ ପ୍ରାଇଭେଟ ଏକ୍ସକ୍ଲୁସିଭ କ୍ଲବ ରହିବ। 

ଏହି ପ୍ରକଳ୍ପରେ ୩ ବିଏଚ୍‌କେ, ୩ ବିଏଚ୍‌କେ ସହ ସର୍ଭାଣ୍ଟ ରୁମ୍‌, ୪ ବିଏଚ୍‌କେ ଏବଂ ୪ ବିଏଚ୍‌କେ ସହ ସର୍ଭାଣ୍ଟ ରୁମ୍‌ ଭଳି ୪ ପ୍ରକାରର ଫ୍ଲାଟ୍‌ ରହିବ। ଫ୍ଲାଟ୍‌ର ମୂଲ୍ୟ ୧.୮୭ କୋଟି ଟଙ୍କାରୁ ଆରମ୍ଭ ହୋଇଛି। ଗ୍ରାହକମାନେ ୧୦ ପ୍ରତିଶତ ଅର୍ଥ ଜମା କରି ଅବଶିଷ୍ଟ ଅର୍ଥ ବ୍ୟାଙ୍କ ଋଣ ଜରିଆରେ ପ୍ରଦାନ କରିବାର ସୁବିଧା ରହିଛି। ବାଣିଜ୍ୟିକ ଏବଂ ଆବାସିକ ପ୍ରକଳ୍ପଗୁଡ଼ିକର ପ୍ରବେଶ ପଥ ଓ ଲିଫ୍ଟ ଆଦି ଅଲଗା ରହିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମ୍ପାନିର ସିଏମ୍‌ଡି ଶରତ କୁମାର ସାହୁ ସୂଚନା ଦେଇଛନ୍ତି। 

Saudi prince found dead : ବିଳାସପୂର୍ଣ୍ଣ ହୋଟେଲରୁ ଉଦ୍ଧାର ହେଲା ସାଉଦି ରାଜକୁମାରଙ୍କ ମୃତଦେହ

୨୦୩୧ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ଟାର୍ଗେଟ ରହିଥିଲେ ମଧ୍ୟ ୨୦୩୦ ମାର୍ଚ୍ଚ ସୁଦ୍ଧା ଗ୍ରାହକଙ୍କୁ ଘର ପ୍ରଦାନ ନେଇ ଆମେ ଦୃଢ଼ ଆଶାବାଦୀ ରହିଛୁ ବୋଲି କମ୍ପାନିର ସିଏମ୍‌ଡି ଶରତ କୁମାର ସାହୁ କହିଛନ୍ତି। ରବିବାର ଏହି ପ୍ରକଳ୍ପର ଶିଳାନ୍ୟାସ କରାଯିବ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନିର ସିଇଓ ସୁବ୍ରତ କୁମାର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.