ARTICLE AD BOX
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ବିକଶିତ ଭାରତ ସଂକଳ୍ପ ସଭା’ରେ ସରକାରଙ୍କ ମୁଖ୍ୟ ଭାବେ ୨୫ ବର୍ଷର ସେବା ପୂର୍ତ୍ତି ଅବସରରେ ବିରୋଧୀ ଦଳଗୁଡ଼ିକୁ ତୀବ୍ର ସମାଲୋନା କରିଛନ୍ତି। ସମାଜକୁ ଭୋଟ୍ ଆଧାରରେ ବିଭାଜିତ କରିବା ପ୍ରବୃତ୍ତିକୁ ଦେଶ ପାଇଁ ସବୁଠାରୁ ବଡ଼ ଆହ୍ୱାନ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ୟା ଯଦି ସମସ୍ତଙ୍କର, ତେବେ ଏହାର ସମାଧାନ ମଧ୍ୟ ସମସ୍ତଙ୍କ ପାଇଁ ହେବା ଉଚିତ। ନିଜର ଦୀର୍ଘ ରାଜନୈତିକ ଯାତ୍ରା ସମ୍ପର୍କରେ ସେ ପ୍ରକାଶ କରିଛନ୍ତି ଯେ ବିରୋଧୀ ଏବଂ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ତାଙ୍କକୁ ଗଣତନ୍ତ୍ରର ଅସଲ ଶକ୍ତି ବୁଝିବାରେ ଏବଂ ନିଜ ଭିତରକୁ ଚାହିଁ ଆତ୍ମସମୀକ୍ଷା କରିବାରେ ବେଶ୍ ସାହାଯ୍ୟ କରିଛନ୍ତି। ଜନସାଧାରଣଙ୍କ ନିକଟରୁ ପାଇଥିବା ମୋଟ ପୁଞ୍ଜି ସମ୍ପୂର୍ଣ୍ଣ ଭାବେ ରାଷ୍ଟ୍ରର ଅଟେ ବୋଲି ମୋଦୀ କହିଛନ୍ତି।
ଆହୁରି ପଢନ୍ତୁ :Nitin Nabin: ବାରାଣସୀରେ ରାହୁଲଙ୍କୁ ନିଶାଣ କଲେ ନିତିନ ନବୀନ, ମୋଦୀଙ୍କ ଶାସନକୁ ପ୍ରଶଂସା କଲେ ଯୋଗୀ-ହିମନ୍ତ
ପ୍ରଧାନମନ୍ତ୍ରୀ ବିଗତ ବର୍ଷଗୁଡ଼ିକରେ ତାଙ୍କ ରାଜନୈତିକ ଜୀବନରେ ବଡ଼ ପରିବର୍ତ୍ତନ ଆଣିଥିବା ୨୦୦୧ ମସିହାର ଭୁଜ୍ ଭୂକମ୍ପ, ଚନ୍ଦ୍ରଯାନ ଅଭିଯାନର ବିଫଳତାରୁ ଶିଖିଥିବା ଅନୁଭୂତି ଏବଂ କୋଭିଡ-୧୯ ମହାମାରୀ ସମୟରେ ଦେଶର ସାମୂହିକରକ୍ଷା କବଚ ବାବଦରେ ଉଲ୍ଲେଖ କରିଛନ୍ତି। ଏହିସହିତ ସେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ, ଅଲିମ୍ପିକ୍ସ ଆୟୋଜନ ଏବଂ ମହାକାଶରେ ପାଦ ଥାପିବା ନେଇ ଦୃଢ଼ ଦୂରଦୃଷ୍ଟି ଉପରେ ଗୁରୁତ୍ବାରୋପ କରିଛନ୍ତି। ୨୦୧୪ ପୂର୍ବର ୟୁପିଏ ସରକାର ଅମଳର ନୀତିଗତ ଅକ୍ଷମତା ସହ ତୁଳନା କରି ସେ ଜଣାଇଛନ୍ତି ଯେ ବର୍ତ୍ତମାନ ଦେଶରେ ‘ସଂସ୍କାର ଓ ସୁଧାର ଏକ୍ସପ୍ରେସ’ ଚାଲିଛି। କୃଷି କ୍ଷେତ୍ରରେ ବିକାଶର ସମସ୍ତ ରେକର୍ଡ ଭାଙ୍ଗିଥିବା ବେଳେ ବର୍ତ୍ତମାନ ଦେଶ ଆମଦାନି ବଦଳରେ ରପ୍ତାନି କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ କରଉଛି।
ଆହୁରି ପଢନ୍ତୁ :Asian Games Gold Medallist ହକି ତାରକାଙ୍କୁ ସ୍ବାଗତ: ଦଳଗତ ପ୍ରଦର୍ଶନ ବେଶ୍ ଚମତ୍କାର ଥିଲା: ଶୀଳାନନ୍ଦ
ବିରୋଧୀଙ୍କୁ ଆକ୍ରମଣ କରି ସେ ସ୍ପଷ୍ଟ ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ ଚାଷୀର ବିଲରେ ପାଣି ନଥାଏ କିମ୍ବା ବିଦ୍ୟୁତ ସରବରାହ ବନ୍ଦ ଯୋଗୁଁ ଅନ୍ଧାର ହୁଏ, ତାହା କ’ଣ କେବଳ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଜାତି କିମ୍ବାସମ୍ପ୍ରଦାୟ ଉପରେ ପଡ଼ିଥାଏ? ତେଣୁ ସରକାରଙ୍କ ଯୋଜନା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ। ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ କଡ଼ା ପ୍ରହାର ବାବଦରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଭାରତ ଏବେ ସେମାନଙ୍କୁ ଘରେ ପଶି ନିପାତ କରୁଛି ଏବଂ ମାଓବାଦୀ ହିଂସାର ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଛି।
ଆହୁରି ପଢନ୍ତୁ :Rahul Gandhi: ରାହୁଲଙ୍କ ‘ନୂତନ’ ରଣନୀତି: ୨ ମାସରେ ୩ ଥର ଅପ୍ରତ୍ୟାଶିତ ପ୍ରତିବାଦ
ଜନସାଧାରଣଙ୍କ ବିଶ୍ୱାସ ହିଁ ତାଙ୍କର ଶକ୍ତି ଏବଂ ମୋ ପାଇଁ ଜନସାଧାରଣ ହିଁ ଭଗବାନ ବୋଲି ସେ ଆବେଗଭରା ବକ୍ତବ୍ୟ ରଖିଛନ୍ତି। ଦେଶର ନାଗରିକମାନଙ୍କର ତାଙ୍କ ଉପରେ ସବୁଠାରୁ ବଡ଼ ଅଧିକାର ରହିଛି ଏବଂ ସେ ଆଜି ମଧ୍ୟ ନିଜକୁ ଜଣେ ଶୃଙ୍ଖଳିତ ଛାତ୍ର ଭାବେ ମନେ କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ୨୦୦୧ ଅକ୍ଟୋବରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ପ୍ରାୟ ୨୫ ବର୍ଷ ଧରି ସରକାରଙ୍କ ମୁଖ୍ୟ ଭାବେ କାର୍ଯ୍ୟ କରିବା ଅବସରରେ ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ।

1 hour ago
2


