ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିସନ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର ଓ ରାଜସ୍ଥାନ ସମେତ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଭୋଟର ତାଲିକାର ସ୍ୱତନ୍ତ୍ର ସାରାଂଶ ସଂଶୋଧନ (ଏସ୍ଏସ୍ଆର୍) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଭୋଟର ତାଲିକାରେ ଅପଡେଟ୍ କରାଯିବ। ନୂତନ ନାମ ଯୋଡ଼ିବା ଓ ପୂର୍ବରୁ ରେକର୍ଡ ହୋଇଥିବା ସୂଚନାରେ ତ୍ରୁଟି ସଂଶୋଧନ କରାଯିବ।
ଏହାଦ୍ବାରା ୨୦୨୭ ମସିହାରେ ୧୮ ବର୍ଷ ବୟସ ହେବାକୁ ଥିବା ଯୁବକ ଯୁବତୀମାନେ ମଧ୍ୟ ଭୋଟର ତାଲିକାରେ ସେମାନଙ୍କର ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ। ଡ୍ରାଫ୍ଟ ତାଲିକା ନଭେମ୍ବର ୧୨ ତାରିଖରେ ପ୍ରକାଶ କରାଯିବ ଓ ଆପତ୍ତି ଅଭିଯୋଗ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯିବ। ଚୂଡ଼ାନ୍ତ ତାଲିକା ଜାନୁଆରି ୪, ୨୦୨୭ ରେ ପ୍ରକାଶ କରାଯିବ।
ଭୋଟର ତାଲିକାରେ ଅପଡେଟ୍
ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ବିବାଦ ମଧ୍ୟରେ ଏହି ନିର୍ବାଚନ କମିସନ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏସ୍ଆଇଆର୍ବେଳେ ୩୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପାଖାପାଖି ୧୩ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିଥିଲା। ନିର୍ବାଚନ କମିସନ କହିଛନ୍ତି, ଯେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏସ୍ଆଇଆର୍ ଚାଲୁଛି କିମ୍ବା ନିକଟରେ ଶେଷ ହୋଇଛି, ସେଠାରେ ଏସ୍ଏସ୍ଆର୍ ପାଇଁ ପୃଥକ୍ ତାରିଖ ଘୋଷଣା କରାଯିବ।

4 hours ago
1


