Ssomac: ସୋମାକ୍‌ ପକ୍ଷରୁ ‘ଅନ୍ୱେଷଣ’: ‘ସାମ୍ୱାଦିକତା ବୃତ୍ତିରେ ଅବସର ନଥାଏ’

5 days ago 6
ARTICLE AD BOX

ଭୁବନେଶ୍ୱର: ସାମ୍ବାଦିକତା ଏକ ପେସା ନୁହେଁ ଏହା ଏକ ସାଧନା। ଏହି ବୃତ୍ତିରେ ରହି ଅନ୍ୟ ବୃତ୍ତିର ସୁବିଧା ସୁଯୋଗ ସହ ତୁଳନା କଲେ ଜଣେ ସଫଳ ହୋଇପାରିବ ନାହିଁ। ଜଣେ ସାମ୍ବାଦିକର ମୁଖ୍ୟ କାମ ହେଲା ଗୋଟିଏ ଘଟଣାର ତଦନ୍ତ କରିବା। ଏହାର ଅନୁଶୀଳନ ପରେ ଖବର ପ୍ରକାଶ କରିବା ଜରୁରି। ‘ସମ୍ୱାଦ ସ୍କୁଲ୍‌ ଅଫ୍‌ ମିଡିଆ ଆଣ୍ଡ କଲ୍‌ଚର୍’(ସୋମାକ୍‌) ପକ୍ଷରୁ ବୁଦ୍ଧମନ୍ଦିରରେ ଆୟୋଜିତ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ୱର୍ଦ୍ଧନା ଉତ୍ସବ ‘ଅନ୍ୱେଷଣ’ରେ ଯୋଗଦେଇ ଅତିଥିମାନେ ଏଭଳି କହିଛନ୍ତି। 

Brown sugar seizure: ୪ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ

କାର୍ଯ୍ୟକ୍ରମରେ ସାମ୍ୱାଦିକ ସତ୍ୟପ୍ରକାଶ ନାୟକ କହିଲେ ଯେ ସାମ୍ୱାଦିକତା ଏଭଳି ଏକ ବୃତ୍ତି ଯେଉଁଥିରେ ଅବସର ନଥାଏ। ପ୍ରତିଦିନ ନୂଆ କିଛି ଶିଖିବା ସହିତ ପ୍ରଶ୍ନ ପଚାରିବାର ସାହସ ପ୍ରଦାନ କରିଥାଏ। ସମାଜର ପ୍ରତିଫଳନ ହିଁ ସାମ୍ବାଦିକତାର ଅନ୍ୟ ନାମ। ବର୍ତ୍ତମାନ ସମାଜ ଯେଉଁ ସଂକଟ ମଧ୍ୟ ଦେଇ ଗତି କରୁଛି, ଏଭଳି ସ୍ଥିତିରେ ସାମ୍ୱାଦିକମାନେ ଆଲୋକବର୍ତ୍ତିକା ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ। ‘ସମ୍ୱାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତଥା ସୋମାକ୍‌ର ନିର୍ଦ୍ଦେଶକ ତନୟା ପଟ୍ଟନାୟକ କହିଲେ ଯେ ପ୍ରକୃତ ସାମ୍ୱାଦିକତା ଗ୍ରାମାଞ୍ଚଳରେ ରହିଛି। ସେମାନଙ୍କ ଅଭାବ, ଅସୁବିଧା, ପ୍ରଥା, ପରମ୍ପରାକୁ ଲୋକଲୋଚନକୁ ଆଣିବା ସାମ୍ୱାଦିକମାନଙ୍କ ମୂଳ ଲକ୍ଷ୍ୟ ହେବା ଆବଶ୍ୟକ। ସାମ୍ୱାଦିକମାନଙ୍କ ଜୀବନ ବିଳାସପୂର୍ଣ୍ଣ ନୁହେଁ। ଏହି ବୃତ୍ତିରେ ସଫଳ ହେବା ପାଇଁ ଅନେକ କଷ୍ଟ ପଥ, ନିଦ୍ରାହୀନ ରାତ୍ରିର ସାମନା କରିବା ପାଇଁ ପଡ଼ିବ ବୋଲି କହିଥିଲେ। ନୂତନ ଛାତ୍ରଛାତ୍ରୀମାନେ ପ୍ରଥମ ଦିନରୁ ହିଁ ପ୍ରାକ୍ଟିକାଲ ଶିକ୍ଷା ଲାଭ କରିବାକୁ ସେ ପ୍ରେରଣା ଦେଇଥିଲେ।

PM Surya Ghar: ପିଏମ୍‌ ସୂର୍ଯ୍ୟଘରରେ ଠକିଗଲେ ହିତାଧିକାରୀ

ଅନୁଷ୍ଠାନର ଅଧ୍ୟକ୍ଷ ଧୃତିକାମ ମହାନ୍ତି କହିଲେ ଯେ ଦୁଇ ଦଶନ୍ଧି ଧରି ସୋମାକ୍‌ ବହୁ ଦକ୍ଷ ସାମ୍ୱାଦିକଙ୍କୁ ସୃଷ୍ଟି କରିଛି। ଚଳିତ ବର୍ଷ ନୂତନ ଛାତ୍ରଛାତ୍ରୀମାନଙ୍କର ପ୍ରାରମ୍ଭ ହିଁ ଦକ୍ଷତା ବିକାଶ ପାଇଁ ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଡ଼ା ଯିବ। ଏଥିସହିତ ଦୁଇଟି ନୂଆ ପାଠ୍ୟକ୍ରମ ଯଥା ଇଭେଣ୍ଟ ମ୍ୟାନେଜମେଣ୍ଟ୍‌ ଓ ସଂଳାପ ଲିଖନ ଖୋଲାଯିବ ବୋଲି ସେ କହିଥିଲେ। ଏହି ଅବସରରେ ନୂତନ ଛାତ୍ରଛାତ୍ରୀଙ୍କୁ ନୂତନ ପାଠ୍ୟକ୍ରମ କିଟ୍‌ ଓ ବ୍ୟାଗ୍‌ ପ୍ରଦାନ କରାଯାଇଥିଲା। ସେହିପରି ପୁରାତନ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପିକା ଅମ୍ରିତା କୁଣ୍ଡୁ ସ୍ୱାଗତ ଭାଷଣ ଦେଇଥିଲେ। ଅଧ୍ୟାପିକା ଅଦିତି ମହାନ୍ତି ଧନ୍ୟବାଦ  ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ପୌରୁଷ’ର ସମ୍ପାଦକ ଅସିତ୍‌ ମହାନ୍ତି, ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ, ଅଧ୍ୟାପକ ହରିହର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.