ARTICLE AD BOX
କଲମ୍ବୋ: ଟେଷ୍ଟ ଶୃଙ୍ଖଳା ଆରମ୍ଭ ପୂର୍ବରୁ ଭାରତ ଓ ଶ୍ରୀଲଙ୍କା ଏକାଦଶ ମଧ୍ୟରେ ଏକ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳାଯାଇଥିଲା। ଯାହାକି ଡ୍ର’ ହେବାକୁ ଯାଉଥିବାବେଳେ ମାତ୍ର କେଇଟା ବଲ୍ରେ ସବୁକିଛି ଓଲଟପାଲଟ ହୋଇଯାଇଛି। ଠିକ୍ ବର୍ଷକ ତଳେ ଭାରତକୁ ଓଭାଲ୍ ଟେଷ୍ଟ୍ରେ ନିଜ ବୋଲିଂ ବଳରେ ଚମତ୍କାର ବିଜୟ ଦେଇଥିବା ମହମ୍ମଦ ସିରାଜ ରବିବାର କିନ୍ତୁ ବ୍ୟାଟିଂ କମାଲ କରି ଭାରତୀୟ ଏକାଦଶକୁ ଅପ୍ରତ୍ୟାଶିତ ବିଜୟ ଅର୍ପଣ କରିଛନ୍ତି। ଏହି ମ୍ୟାଚ୍କୁ ଅନୁସରଣ କରୁଥିବା କିଛି ପ୍ରଶଂସକ ଶେଷ ଓଭର ପୂର୍ବରୁ ଲେଖିଥିଲେ ‘ଭାରତ କାହିଁକି ବିଜୟ ପାଇଁ ପ୍ରୟାସ କରୁନାହିଁ’। ପଡ଼ିଆ ଭିତରେ କିନ୍ତୁ ଏହାର ପ୍ରଭାବ ତୁରନ୍ତ ପଡ଼ିଥିଲା। ସିରାଜ ନିଜ ଶେଷ ୮ ବଲ୍ରୁ ୩୦ ରନ୍ ସଂଗ୍ରହ କରି ବିଜୟ ଛଡ଼ାଇ ଆଣିଥିଲେ। ଶେଷ ଓଭର ପ୍ରଥମ ୩ ବଲ୍କୁ ଛକା ମାରି ସେ ପର୍ଯ୍ୟନ୍ତ ନିର୍ଜୀବ ଲାଗୁଥିବା ମ୍ୟାଚ୍କୁ ଜୀବନ୍ତ ଓ ରୋମାଞ୍ଚଭରା କରି ଦେଇଥିଲେ। ସିରାଜ ୧୫ ବଲ୍ରୁ ୩୨* ରନ୍ (୪ ଛକା, ୧ ଚୌକା) ସଂଗ୍ରହ କରି ମ୍ୟାଚ୍କୁ ସ୍ମରଣୀୟ କରି ଦେଇଥିଲେ। ଫଳରେ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳ ଆତ୍ମବିଶ୍ବାସ ପାଇଛି।
Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ
ଏହି ଅଭ୍ୟାସ ମ୍ୟାଚ୍ କେବଳ ଦୁଇ ଦଳର ବ୍ୟାଟର୍ ଓ ବୋଲରଙ୍କୁ ୱାର୍ମ ଅପ୍ ସୁଯୋଗ ଦେବାକୁ ଖେଳାଯାଇଥିଲା। ତଥାପି ଶେଷ ଭାଗରେ ଅନେକ ରୋମାଞ୍ଚ ଓ ଉତ୍କଣ୍ଠା ଭରିଥିଲା। ପ୍ରଥମ ପାଳିରେ ଶ୍ରୀଲଙ୍କା ୩୬୩/୯ କରି ଘୋଷଣା କରିଥିଲା। ଭାରତ ମଧ୍ୟ ମାତ୍ର ୬ ରନ୍ ପଛରେ ଥାଇ ୩୫୬/୬ରେ ଘୋଷଣା କରି ଦେଇଥିଲା। ରବିବାର ଶେଷ ଦିନରେ ଶ୍ରୀଲଲଙ୍କା ୨୦୦/୬ରେ ଘୋଷଣା କରିବା ଫଳରେ ରୋମାଞ୍ଚର ସୂତ୍ରପାତ ହୋଇଥିଲା। ଯାହାକି ଭାରତୀୟ ଦଳ ୪୫ ଓଭରରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା। ପ୍ରଥମ ପାଳିରେ ସୁଯୋଗ ହାତଛଡ଼ା କରିଥିବା ଯଶସ୍ବୀ ଜୟସ୍ବାଲ (୬୧) ଏବଂ ଶୁବମନ ଗିଲ୍ (୪୪) ପ୍ରଥମ ୱିକେଟ୍ ପାଇଁ ୨୦ ଓଭରରେ ୧୦୫ ରନ୍ ସଂଗ୍ରହ କରିବା ପରେ ଅବଶିଷ୍ଟ କାର୍ଯ୍ୟକୁ ପନ୍ତ୍ (୨୮), ଜାଡ଼େଜା (୨୨) ଏବଂ ସିରାଜ (୩୨*) ତୁଲାଇନେଇଥିଲେ। ଭାରତ ପାଇଁ ଏହି ମ୍ୟାଚ୍ରେ ଦେବଦତ୍ତ ପଡ଼ିକଲ (୧୪୨*)ଙ୍କ ଶତକ ବ୍ୟତୀତ ରବୀନ୍ଦ୍ର ଜାଡ଼େଜାଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନ (୮୫ ରନ୍ ଓ ୪ ୱିକେଟ୍) ପ୍ରଭାବୀ ରହିଥିଲା।
Flood in Bhadrak: କମୁଛି ସାଳନ୍ଦୀ-ବୈତରଣୀର ବନ୍ୟାଜଳ, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା

5 days ago
4


