ARTICLE AD BOX
ଘୁ. ଉଦୟଗିରି: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (GPDP) ପ୍ରସ୍ତୁତିକୁ ନେଇ ସ୍ୱତନ୍ତ୍ର ଗ୍ରାମ ସଭା ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ଗାଆଁ ସାଥି, ପଞ୍ଚାୟତ ଅଧିକାରୀ, ଏଡିଓ, ବିଭିନ୍ନ ୱାର୍ଡର ୱାର୍ଡ ମେମ୍ବର, ଅଙ୍ଗନୱାଡ଼ି କର୍ମୀ ସମେତ ବିଭିନ୍ନ ଗ୍ରାମବାସୀ ଅଂଶଗ୍ରହଣ ମାଧ୍ୟମରେ ଗ୍ରାମର ବିକାଶ ପାଇଁ ପ୍ରାଥମିକତା ଭିତ୍ତିକ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
Education: ସର୍ବଭାରତୀୟ ମଡେଲ ଯୁବ ଗ୍ରାମସଭା: ନବରଙ୍ଗପୁର ଇଏମଆରସି ଦ୍ବିତୀୟ
ସଭାରେ ଗ୍ରାମର ମୌଳିକ ସମସ୍ୟା, ପାନୀୟ ଜଳ, ରାସ୍ତାଘାଟ, ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ, ଜୀବିକା ଏବଂ ସାମାଜିକ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ନିରନ୍ତର ବିକାଶ ଲକ୍ଷ୍ୟ (SDGs)କୁ ଆଧାର କରି ସମସ୍ତଙ୍କ ମତାମତ ସଂଗ୍ରହ କରି ଆଗାମୀ ବର୍ଷର ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନାରେ ସାମିଲ କରାଯିବ ବୋଲି ଜଣାଯାଇଥିଲା।
ପଞ୍ଚାୟତ ଉନ୍ନୟନ ଯୋଜନା ପାଇଁ ଜନଯୋଜନା ଅଭିଯାନର ଦେଶବ୍ୟାପୀ ଶୁଭାରମ୍ଭ
ଏହି ଅବସରରେ ଉପସ୍ଥିତ ଜନପ୍ରତିନିଧି, ପଞ୍ଚାୟତ କର୍ମଚାରୀ ଓ ଗ୍ରାମବାସୀଙ୍କୁ ଯୋଜନା ପ୍ରସ୍ତୁତିରେ ସକ୍ରିୟ ଭାବେ ସହଯୋଗ କରିବା ସହ ଗ୍ରାମର ସାମଗ୍ରିକ ବିକାଶ ପାଇଁ ନିଜ ମତାମତ ରଖିବାକୁ ଆହ୍ୱାନ କରାଯାଇଥିଲା। "ଆମ ଗାଁ, ଆମ ଯୋଜନା; ଆମ ସହଭାଗ, ଆମ ବିକାଶ" ସ୍ଲୋଗାନକୁ ସାମ୍ନାରେ ରଖି ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାମ ସଭା ଗ୍ରାମ ସ୍ତରରେ ଜନସହଭାଗୀତାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

1 week ago
7


