ARTICLE AD BOX
ଭୁବନେଶ୍ୱର: ଆସନ୍ତା ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ। ଏହି ଗ୍ରାମସଭାକୁ ଅଧିକ ଅର୍ଥପୂର୍ଣ୍ଣ, ଲୋକାଭିମୁଖ ଓ ଅଂଶଗ୍ରହଣମୂଳକ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ଚିଠି ଲେଖିଛନ୍ତି।
/filters:format(webp)/sambad/media/media_files/2026/09/30/gramsabha-2026-09-30-19-54-11.jpg)
ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜର ଭାବନାକୁ ଆଧାର କରି ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣରେ ସ୍ଥାନୀୟ ସମସ୍ୟା, ଆବଶ୍ୟକତା, ସମ୍ଭାବନା ଓ ବିକାଶର ପ୍ରାଥମିକତା ଚିହ୍ନଟ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହା ସହ ‘ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ ୨୦୨୬-୨୭’ ମାଧ୍ୟମରେ ଲୋକଙ୍କ ମତାମତ ଓ ଅଂଶଗ୍ରହଣକୁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିର ଆଧାର କରିବାକୁ ସେ ଆହ୍ୱାନ ଦେଇଛନ୍ତି।
Education: ଗାଁ ସମସ୍ୟାର ନିଛକ ଛବି ଆଦର୍ଶ ଗ୍ରାମସଭାରେ ଉପସ୍ଥାପିତ କଲେ ଏକଲବ୍ୟ ଅନ୍ତେବାସୀ
ଚଳିତ ବର୍ଷର ସ୍ୱତନ୍ତ୍ର ଗ୍ରାମସଭାର ଅନ୍ୟତମ ପ୍ରମୁଖ ବିଷୟ ଭାବେ ରିଫର୍ମ ଉତ୍ସବ ରହିବ। ଗ୍ରାମସଭାରେ ବିଭିନ୍ନ ସରକାରୀ ଯୋଜନା, ସଂସ୍କାରମୂଳକ ପଦକ୍ଷେପ ଓ ଗ୍ରାମୀଣ ବିକାଶ ସହ ଜଡ଼ିତ ବିଷୟ ଉପରେ ଆଲୋଚନା ସହ ଗ୍ରାମବାସୀଙ୍କ ଅଧିକ ସକ୍ରିୟ ଭୂମିକା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି।

47 minutes ago
1


