ARTICLE AD BOX
ନୂଆଦିଲ୍ଲୀ: ଭିଏତନାମରେ ଏକ ସଡ଼କ ଦୁର୍ଘଟଣାରେ ଝାଡ଼ଖଣ୍ଡର ୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ସେମାନେ ଯୋଗ ଶିଖାଇବା ପାଇଁ ଭିଏତନାମ ଯାଇଥିଲେ। ମୃତ ୨ ଯୁବକ ହେଉଛନ୍ତି ରାଜା କୁମାର ବର୍ମା (୨୬) ଓ ବିନୟ ଯାଦବ (୨୩)। ଡା ଲାଟ୍ ସହରରେ ସେପ୍ଟେମ୍ବର ୨୫ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ଯୋଗ କ୍ଲାସ୍ରୁ ଫେରୁଥିବାବେଳେ ସେମାନଙ୍କ ବାଇକ୍ ଏକ କାର୍ ସହ ଧକ୍କା ହୋଇଥିଲା। ଏଥିରେ ବର୍ମାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବିନୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ରାଜା କୁମାର ବର୍ମା ରାଞ୍ଚିର ବାସିନ୍ଦା। ସେ ୨ ବର୍ଷ ହେବ ଭିଏତନାମରେ ରହି ଯୋଗ ଶିଖାଉଥିଲେ। ତାଙ୍କ ବାପା ଜଣେ ଇଲେକ୍ଟ୍ରିସିଆନ୍। ପରିବାରର ଆର୍ଥିକ ସ୍ଥିତି ସେତେ ଭଲ ନାହିଁ। ଅନ୍ୟପକ୍ଷେ, ବିନୟ ଜାମଶେଦପୁରର ବାସିନ୍ଦା। ସେ ୨ ବର୍ଷ ତଳେ ଚାକିରି ପାଇଁ ଭିଏତନାମ ଯାଇଥିଲେ। ସେଠାରେ ଯୋଗ ପ୍ରଶିକ୍ଷକ ଭାବେ କାମ କରି ପରିବାରକୁ ଆର୍ଥିକ ସହଯୋଗ କରୁଥିଲେ। ଉଭୟଙ୍କ ପରିବାର ଏବେ ସେମାନଙ୍କ ମରଶରୀର ଭାରତ ଫେରାଇ ଆଣିବା ପାଇଁ ସଂଘର୍ଷ କରୁଛନ୍ତି।
Accident: ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ବାଇକ୍ ଆରୋହୀ ମୃତ
ବର୍ମାଙ୍କ ପରିବାର ଅନୁଯାୟୀ, ଭିଏତନାମରୁ ତାଙ୍କ ମରଶରୀର ରାଞ୍ଚି ଆଣିବା ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପୁଅକୁ ଫେରାଇ ଆଣିବା ପାଇଁ ସେମାନଙ୍କ ପାଖରେ ଏତେ ଟଙ୍କା ନଥିବା ପରିବାର କହିଛି। ବର୍ମାଙ୍କ ମା’ ରୁପା ବର୍ମା, ଭାଇ ଶୁଭମ୍ ବର୍ମା ଏବଂ ଅନ୍ୟ ପରିବାର ସଦସ୍ୟ ରାଜ୍ୟସଭା ସାଂସଦ ମହୁଆ ମାଜିଙ୍କୁ ତାଙ୍କ ବାସଭବନରେ ଭେଟି ମରଶରୀର ଫେରାଇ ଆଣିବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ମାଜି ରାଞ୍ଚି ଡେପୁଟି କମିସନର ମଞ୍ଜୁନାଥଙ୍କ ସହ ଫୋନ୍ରେ ଏନେଇ କଥା ହୋଇଛନ୍ତି। ମରଶରୀର ରାଞ୍ଚି ଫେରାଇ ଆଣିବାରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି।

40 minutes ago
1


