Spain: ସ୍ପେନ୍‌ ବିଶ୍ବ ସମ୍ରାଟ: ଆର୍ଜେଣ୍ଟିନା ହାରିଲା, ନ୍ୟୁଜର୍ସିରେ ଲେଖା ହେଲା ନୂଆ ଇତିହାସ

1 day ago 1
ARTICLE AD BOX

ନ୍ୟୁଜର୍ସି:  ଅପୂର୍ବ ରଣନୀତି, ଅସାଧାରଣ କୌଶଳ ଓ ଅତୁଳନୀୟ ତାଳମେଳର ଅବିଶ୍ବସନୀୟ ପରିଚୟ ଦେଇ ଫୁଟ୍‌ବଲ୍‌ ମହାକୁମ୍ଭର ମହାଲଢ଼େଇରେ ବାଜି ମାରି ନେଇଛି ସ୍ପେନ୍। ୧୨୦ ମିନିଟ୍‌ର ଜୋର୍‌ଦାର ଲଢ଼େଇରେ ଲାଟିନ୍‌ ଆମେରିକୀୟ ମହାଶକ୍ତି ଆର୍ଜେଣ୍ଟିନାକୁ ୧-୦ ଗୋଲ୍‌ରେ ହରାଇ ବିଶ୍ବ ଫୁଟ୍‌ବଲ୍‌ର ନୂଆ ସମ୍ରାଟ ଭାବେ ଉଭା ହୋଇଛି। ମାସାଧିକ କାଳର ମହାସମରରେ ବିଜେତା ହୋଇ ୧୬ ବର୍ଷ ପରେ ଦ୍ବିତୀୟବାର ବିଶ୍ବ ମୁକୁଟ ବି ପିନ୍ଧିଛି। ରବିବାର ରାତିର ରୋମାଞ୍ଚଭରା ଫାଇନାଲ୍‌ରେ ଅତିରିକ୍ତ ସମୟ ଗୋଲ୍‌ରେ ଗତଥର ବିଜେତା ଆର୍ଜେଣ୍ଟିନାକୁ ମାତ୍ ହେଇଛି ସ୍ପେନ୍। ତା’ ସହିତ ଫୁଟ୍‌ବଲ୍‌ ଇତିହାସରେ ନିଜ ସଫଳତାକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛି। ସାରା ବିଶ୍ବର ନଜର ଥିବା ଏହି ମହାଲଢ଼େଇର ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ଅତିରିକ୍ତ ସମୟରେ କିନ୍ତୁ ଗତିରୋଧ ଦୂର କରିଥିଲା ସ୍ପେନ୍। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୦-୦ରେ ଶେଷ ହେବା ପରେ ୧୦୬ ମିନିଟ୍‌ରେ ଏହି ଗୋଲ୍‌ଟି ଦେଇଥି‌ଲେ ବଦଳ ଖେଳାଳି ଫେରାନ୍‌ ଟୋରେସ। ନିଜ ୨୦୧୦ ବିଶ୍ବକପ୍‌ ବିଜୟୀ ବାହିନୀର ଉପସ୍ଥିତିରେ ସ୍ପେନ୍‌ ମେଗା ଫାଇନାଲ୍‌ ଜିତି ଏହାକୁ ଆହୁରି ସ୍ମରଣୀୟ କରିଥିଲା। ୨୦୧୦ ପରେ ଦ୍ବିତୀୟଥର ଫାଇନାଲ୍‌ ଖେଳି ଦ୍ବିତୀୟବାର ବିଶ୍ବବିଜେତା ହୋଇଥିଲା। ଅନ୍ୟପକ୍ଷରେ ଆର୍ଜେଣ୍ଟିନାର ମେସି ବାହିନୀ ମାତ୍ରାଧିକ ରକ୍ଷଣାତ୍ମକ ଖେଳ ଖେଳି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଲଗାତାର ଦ୍ବିତୀୟ ଥର ବିଜେତା ହେବାର ସୁଯୋଗ ବି ହରାଇଥିଲା ଆର୍ଜେଣ୍ଟିନା। ୟୁରୋପୀୟ ଚାମ୍ପିଅନ୍‌ ସ୍ପେନ୍ ବିଶ୍ବ ଚାମ୍ପିଅନ୍‌ ଆର୍ଜେଣ୍ଟିନାକୁ ହରାଇବା ଏକ ନିଆରା ସଂଯୋଗ ଥିଲା। 

ଆଡ଼ପ ଦର୍ଶନ ଦେଲେ ଶ୍ରୀବିଗ୍ରହ: ମିଳିଲା ଆଡ଼ପ ଅବଢ଼ା, ବଡ଼ଶଙ୍ଖ ଛୁଇଁଲା ଭକ୍ତଙ୍କ ଧାଡ଼ି

ଶେଷ ମୁହୂର୍ତ୍ତରେ ନାଟକୀୟ ବିଜୟ
ମେସିଙ୍କ ହୃଦୟ ଭାଙ୍ଗିଲା

ରବିବାରର ଫାଇନାଲ୍‌ ଟକ୍କରର ପ୍ରଥମାର୍ଦ୍ଧରେ ଉଭୟ ଦଳ ପାଖାପାଖି ସମାନ ସମୟରେ ବଲ୍‌କୁ ନିୟନ୍ତ୍ରଣ କରିଥିଲେ। ହେଲେ ଗୋଲ୍‌ପୋଷ୍ଟ ଉପରେ ଆକ୍ରମଣ କରିବା ଉପରେ ଆର୍ଜେଣ୍ଟିନାଠାରୁ ସ୍ପେନ୍‌ ଯଥେଷ୍ଟ ଆଗରେ ରହିଥିଲେ। ସ୍ପେନ୍‌ ୩ ଥର ଆର୍ଜେଣ୍ଟିନା ରକ୍ଷଣଭାଗକୁ ଭେଦ କରି ଗୋଲ୍‌ ଦେବାର ନିକଟତର ହୋଇଥିଲା। ଆର୍ଜେଣ୍ଟିନା କିନ୍ତୁ ଥରେ ‌ହେଲେ ସ୍ପେନ୍‌ ଗୋଲ୍‌ପୋଷ୍ଟ ଉପରକୁ ଆକ୍ରମଣ କରି ପାରି ନଥିଲା। ବିପଜ୍ଜନକ ଖେଳ ପାଇଁ ୪୧ତମ ମିନିଟ୍‌ରେ ଆର୍ଜେଣ୍ଟିନାର ଅଭିଜ୍ଞ ତାରକା ଲିସାଣ୍ଡ୍ରୋ ମାର୍ଟିନେଜ୍‌ଙ୍କୁ ମ୍ୟାଚ୍‌ର ପ୍ରଥମ ହଳଦିଆ କାର୍ଡ ମିଳିଥିଲା। ପଡ଼ିଆରେ ପରସ୍ପର ମଧ୍ୟରେ ତାଳମେଳ, ଟକ୍କର, ଗୋଲ୍‌ କରିବାର ଆଗ୍ରହ, ଉଦ୍ୟମ ଏବଂ ପାସିଂ ଦୃଷ୍ଟିରୁ ସ୍ପେନ୍‌ ପ୍ରଥମାର୍ଦ୍ଧରେ ଏକପ୍ରକାର ଆଧିପତ୍ୟ ବିସ୍ତାର କରିଥିଲା। ଫଳରେ ପ୍ରଥମ ୪୫ ମିନିଟ୍‌ ଖେଳ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ଆର୍ଜେଣ୍ଟିନା ତା’ ଖେଳରେ ଗତି ଯୋଡ଼ିଥିଲା। ହେଲେ ଏହି ଅର୍ଦ୍ଧରେ ମଧ୍ୟ ସ୍ପେନ୍‌ର ପଲା ଭାରି ରହିଥିଲା। ଏ‌ଞ୍ଜୋ ଫର୍ଣ୍ଣାଣ୍ଡେଜ୍‌ ଆଉ ଏକ ହଳଦିଆ କାର୍ଡ ପାଇବା ସହ ପଡ଼ିଆ ଛଡ଼ିବାକୁ ବାଧ୍ୟ ହୋଇଥିଲେ। ଫଳରେ ଆର୍ଜେଣ୍ଟିନା ୧୦ ଜଣରେ ଖେଳିବାକୁ ବାଧ୍ୟ ହୋଇଥିଲା। ଆହତ ସମୟର ଶେଷ କ୍ଷଣରେ ସ୍ପେନ୍‌ ଫ୍ରି କିକ୍‌ ଅର୍ଜନ କରି ଗୋଲ୍‌ ଦେବାର ଅତି ନିକଟତର ‌ହୋଇଥିଲା। ‌ହେଲେ ଲାମିନେ ୟାମାଲଙ୍କ ସଟ୍‌କୁ ରୋକି ଆର୍ଜେଣ୍ଟିନା ଗୋଲ୍‌ରକ୍ଷକ ମାର୍ଟିନେଜ୍‌ ପୁଣି ଥରେ ନାୟକ ପାଲଟିଥିଲେ। ପ୍ରବଳ ଛକାପଞ୍ଝା ଭିତରେ ଦ୍ବିତୀୟାର୍ଦ୍ଧରେ ବି ଗତିରୋଧ ଦୂର ନହୋଇ ସ୍ଥିତି ୦-୦ରେ ଅପରିବର୍ତ୍ତିତ ରହିଥିଲା।

Heavy rain: ପ୍ରବଳ ବର୍ଷାରୁ ଭୟାବହ ଭୂସ୍ଖଳନ: ନାଗାଲାଣ୍ଡରେ ୮ ମୃତ, ଜମ୍ମୁକାଶ୍ମୀରରେ ୧୨ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.