Spain Border Crisis: ନୂତନ ସୀମା ସଙ୍କଟ: ମରକ୍କୋ ସୀମା ଭାଙ୍ଗି ସ୍ପେନରେ ପ୍ରବେଶ ବେଳେ ୯ ମୃତ

2 weeks ago 6
ARTICLE AD BOX

ମାଡ୍ରିଡ: ମରକ୍କୋରୁ ହଜାର ହଜାର ପ୍ରବାସୀ ସ୍ପେନର ଛୋଟ ସ୍ୱାୟତ୍ତ ଅଞ୍ଚଳ ସେଉଟାରେ ପ୍ରବେଶ କରିବାକୁ ସୀମା ପାର ହେବା ସମୟରେ ବିଶୃଙ୍ଖଳା ଘଟି ନଅ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ସୀମା ତାରବାଡ଼ ଭାଙ୍ଗି ମରକ୍କୋର ଲୋକମାନେ ସ୍ପେନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପରେ ସେଉଟାର ସ୍ଥାନୀୟ କର୍ତ୍ତୃପକ୍ଷ ମାଡ୍ରିଡ ସ୍ଥିତ କେନ୍ଦ୍ର ସରକାରଙ୍କୁ ଅଧିକ ସୁରକ୍ଷାବଳ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ସ୍ପେନ ସରକାର କହିଛନ୍ତି ଯେ, ସିଭିଲ ଗାର୍ଡ ସେଉଟା ସହରରେ ସୁରକ୍ଷା ବଜାୟ ରଖିବାରେ ସାହାଯ୍ୟ କରିବା ପାଇଁ ସଶସ୍ତ୍ର ବାହିନୀ ପଠାଇବା ପାଇଁ ଅନୁରୋଧ କରିଥିଲା।

ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଶୁକ୍ରବାର ସେଉଟା ଗସ୍ତରେ ଗୃହମନ୍ତ୍ରୀ ଫର୍ଣ୍ଣାଣ୍ଡୋ ଗ୍ରାଣ୍ଡେ-ମାରଲାସ୍କାଙ୍କ ସହିତ ଯୋଗ ଦେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।ଉତ୍ତର ମରକ୍କୋର ମାନବାଧିକାର ସଂଘର ସଦସ୍ୟ ଆଚରାଫ ମୈମୌନି ପରିସ୍ଥିତିକୁ ବ୍ୟତିକ୍ରମ ବୋଲି ବର୍ଣ୍ଣନା କରିଛନ୍ତି। ଭିଡିଓ ଫୁଟେଜରେ ଅନେକ ଲୋକ ସ୍ପେନ ଉପକୂଳରେ ଦେଖିବାକୁ ମିଳିଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ମ‌ରକ୍କୋର ଅଧିବାସୀ। ଅନେକ ଯୁବକ, ମହିଳା ଓ ଶିଶୁଙ୍କ ସହିତ ସେମାନଙ୍କ ପରିବାର ମଧ୍ୟ ରହିଥିବା ଭିଡିଓ ପୁଟେଜରୁ ‌ଦେଖିବାକୁ ମିଳିଛି। ସେଉଟାରେ ଥିବା ସରକାରୀ ପ୍ରତିନିଧି ଦଳ କହିଛନ୍ତି ଯେ, ଗୁରୁବାର ଏଠାରେ ବିଶୃଙ୍ଖଳା ସମୟରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ହୋଇଛି। ପାଣିରେ ମୃତଦେହ ଭାସୁଥିବାର ଦେଖାଯାଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଚଳିତ ବର୍ଷ ସେଉଟାରେ ପହଞ୍ଚିବାକୁ ଚେଷ୍ଟା କରି ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଏତେ ସଂଖ୍ୟକ ଲୋକ କାହିଁକି ସେଉଟା ଆସୁଛନ୍ତି ତାହା ଜଣାପଡ଼ିନାହିଁ।

Building Collapse: ମୁମ୍ବାଇ ନିକଟରେ କୋଠା ଭୁଶୁଡ଼ି ୫ ମୃତ: ଭଗ୍ନାବଶେଷ ତଳେ ଅନେକ ଫସିଥିବା ଆଶଙ୍କା

ସ୍ପେନ ସରକାର କହିଛନ୍ତି, ମରକ୍କୋ ଲୋକମାନଙ୍କୁ ସୀମା ଅତିକ୍ରମ କରିବାରେ ରୋକିବା ପାଇଁ ସେଠାକାର ସରକାର ସହାୟତା କରୁଛନ୍ତି। ତେବେ ଏହାର ପ୍ରଭାବ ଇଟାଲୀ ଉପରେ ମଧ୍ୟ ପଡ଼ିଛି। ଇଟାଲୀ ନିଜ ସୀମାକୁ ସୁରକ୍ଷିତ ରଖିବା ପାଇଁ ସ୍ପେନ ସହିତ ସୀମା ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ଧମକ ଦେଇଥିଲା। ଯଦିଓ ଇଟାଲୀର ସୀମା ସ୍ପେନକୁ ଲାଗୁ ନାହିଁ ତଥାପି ଦୁଇ ଦେଶ ମଧ୍ୟରେ ଚୁକ୍ତି ରହିଛି। ଉନ୍ନତ ଆର୍ଥିକ ସୁଯୋଗ କିମ୍ବା ନିଜ ଦେଶରେ ହିଂସାରୁ ମୁକ୍ତି ପାଇବା ପାଇଁ ଆଫ୍ରିକାର ପ୍ରବାସୀମାନଙ୍କ ପାଇଁ ସ୍ପେନ୍ ୟୁରୋପ ଆଗମନର ପ୍ରମୁଖ ମାର୍ଗ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.