sooraj pancholi: ସମୟ ଆସିଲେ ସବୁ ସତ କହିବାକୁ ପ୍ରସ୍ତୁତ ସୂରଜ ପଞ୍ଚୋଲି

3 days ago 5
ARTICLE AD BOX

ମୁମ୍ବାଇ: ଅଭିନେତା ସୂରଜ ପଞ୍ଚୋଲି ବର୍ତ୍ତମାନ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାକୁ ନେଇ ବିବାଦର ସମ୍ମୁଖୀନ ହେଉଛନ୍ତି। ଗୁରୁବାର ଅଭିନେତା କହିଛନ୍ତି ଯେ, ତାଙ୍କୁ ଅନଲାଇନ୍ ଟ୍ରୋଲିଂ ସହ ଜୀବନରୁ ମାରିଦେବାର ଧମକ ମିଳୁଛି। ତାଙ୍କ ବିଷୟରେ ଏପର୍ଯ୍ୟନ୍ତ ଯାହା କୁହାଯାଇଛି, ସେସବୁର ଜବାବ ତାଙ୍କ ପାଖରେ ରହିଛି ବୋଲି ସେ କହିଛନ୍ତି। କିନ୍ତୁ ଉପଯୁକ୍ତ ସମୟରେ ସେ ସବୁ କଥା କହିବେ ବୋଲି ଜଣାଇଛନ୍ତି।

ମନଖୋଲି ସବୁ ସତ କଥା କହିବାକୁ ଚାହାଁନ୍ତ ସୂରଜ

ସୂରଜ ପଞ୍ଚୋଲି ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ଜଣେ ଏପରି ସାମ୍ବାଦିକ ତାଙ୍କର ସାକ୍ଷାତକାର ନେଲେ ସେ ସମସ୍ତ ପ୍ରଶ୍ନର ଉତ୍ତର ଦେବେ, ଯିଏ ତାଙ୍କୁ ସିଧାସଳଖ କଠିନ ଏବଂ ଅସହଜ ପ୍ରଶ୍ନ ପଚାରିବାକୁ ପ୍ରସ୍ତୁତ ଥିବେ।

ଅଭିନେତା ଲେଖିଛନ୍ତି, “ମୋ ଇନ୍‌ଷ୍ଟାଗ୍ରାମ୍ ବ୍ଲକ୍ ହେବା ପୂର୍ବରୁ ମୁଁ ଏହା ପୋଷ୍ଟ କରିବାକୁ ଚାହୁଁଥିଲି। କିନ୍ତୁ ସତ କହିବାକୁ ଗଲେ, ମୋ ପାଖରେ କହିବାକୁ ଆହୁରି ବହୁତ କିଛି ଅଛି। ବହୁତ କିଛି ଘଟିଛି, ମୋ ବିଷୟରେ ବହୁତ କିଛି କୁହାଯାଇଛି ଏବଂ ମୋ ଭିତରେ ମଧ୍ୟ ବହୁତ କିଛି ଅଛି, ଯାହାକୁ ମୁଁ ଖୋଲାଖୋଲି ଏବଂ ମନଖୋଲା ଭାବେ କହିବାକୁ ଚାହୁଁଛି। ମୁଁ ସେତେବେଳେ କହିବି, ଯେତେବେଳେ ମୋତେ ଉପଯୁକ୍ତ ମଞ୍ଚ ମିଳିବ। ମୋ ପାଇଁ ଉପଯୁକ୍ତ ମଞ୍ଚର ଅର୍ଥ ହେଉଛି ଜଣେ ବୁଦ୍ଧିମାନ ସାମ୍ବାଦିକ କିମ୍ବା ସାକ୍ଷାତକାରକାରୀ, ଯିଏ ମୋ ସାମ୍ନାରେ ବସି ମୋ ଆଖିରେ ଆଖି ରଖି ପ୍ରତ୍ୟେକ ପ୍ରଶ୍ନ ପଚାରିବାକୁ ପ୍ରସ୍ତୁତ ଥିବେ। କଠିନ ପ୍ରଶ୍ନ, ଅସହଜ ପ୍ରଶ୍ନ, ସମସ୍ତ ପ୍ରଶ୍ନ। ଏହାର ଉତ୍ତର ଦେବାରେ ମୋର କୌଣସି ସମସ୍ୟା ନାହିଁ। ମୁଁ ଏପରି କୌଣସି ବ୍ୟକ୍ତି କିମ୍ବା ପ୍ରତିଷ୍ଠିତ ସାମ୍ବାଦିକଙ୍କୁ ସାକ୍ଷାତକାର ଦେବାକୁ ଚାହୁଁଛି, ଯିଏ କ୍ୟାମେରା ପଛରେ ଲୁଚି ଚିତ୍କାର କରି ପ୍ରଶ୍ନ ପଚାରିବେ ନାହିଁ, ମୋଠାରୁ କୌଣସି ପ୍ରତିକ୍ରିୟା ବାହାର କରିବାକୁ ଚେଷ୍ଟା କରିବେ ନାହିଁ କିମ୍ବା କାହାର ଜୀବନକୁ ତମାଶାରେ ପରିଣତ କରିବେ ନାହିଁ।”

ସୂରଜ ଲେଖିଛନ୍ତି, “ମୋ ପାଖରେ କହିବାକୁ ବହୁତ କିଛି ଅଛି। ଏପରି ଅନେକ କଥା ରହିଛି, ଯେଉଁଥିରେ ମୁଁ ବର୍ଷ ବର୍ଷ ଧରି ଚୁପ୍ ରହିଛି। ଏପରି ଅନେକ କଥା ଅଛି, ଯାହାକୁ ଲୋକେ ସତ ବୋଲି ମାନିନେଇଛନ୍ତି, ଅନେକ କଥା ରିପୋର୍ଟ ହୋଇଛି ଏବଂ ଏପରି ମଧ୍ୟ ଅନେକ କଥା ଅଛି, ଯାହା ମୋତେ କେବେ ସିଧାସଳଖ ପଚରାଯାଇନାହିଁ। ଯେତେବେଳେ ମୋତେ ଉପଯୁକ୍ତ ସୁଯୋଗ ମିଳିବ, ମୁଁ ସେସବୁର ଉତ୍ତର ଦେବି। କାରଣ ଏହି କାହାଣୀରେ ଲୋକେ ଯାହା ଦେଖିଛନ୍ତି କିମ୍ବା ଶୁଣିଛନ୍ତି, ତା’ଠାରୁ ଅନେକ କିଛି ଅଧିକ ରହିଛି।’

ସୂରଜ କହିଛନ୍ତି ଯେ, ତାଙ୍କୁ ଏପରି ମାମଲାରେ ମଧ୍ୟ ଟାଣି ଅଣାଯାଇଛି, ଯାହା ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଭାବପ୍ରବଣ ହୋଇ ଅଭିନେତା କହିଛନ୍ତି ଯେ, ସେ ନିଜ ଜୀବନକୁ ଅନେକ ବର୍ଷ ପୂର୍ବରୁ ହିଁ ହରାଇସାରିଛନ୍ତି ଏବଂ ଏବେ ସେ ଚୁପ୍ ରହି ନିଜ ଜୀବନ, କ୍ୟାରିୟର ଏବଂ ଭବିଷ୍ୟତକୁ ପୁଣି ଥରେ ଗଢ଼ିବାକୁ ଚେଷ୍ଟା କରୁଛନ୍ତି।

ସୂରଜ ଲେଖିଛନ୍ତି, “ମୁଁ ପୁଣି ଥରେ କହୁଛି ଯେ, ମୁଁ ମୋ ଜୀବନରେ କେବେ ମଧ୍ୟ ଦିବଂଗତ ଦିଶା ସାଲିଆନ କିମ୍ବା ଆଦିତ୍ୟ ଠାକରେଙ୍କୁ ଭେଟିନାହିଁ।  ତେଣୁ ମୁଁ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ କେବଳ ଗୋଟିଏ ଅନୁରୋଧ କରୁଛି—ଦୟାକରି ଏହି ମାମଲାର ସମ୍ପୂର୍ଣ୍ଣ ଏବଂ ଗଭୀର ଭାବେ ତଦନ୍ତ କରନ୍ତୁ ଏବଂ ଆଉ କୌଣସି ବିଳମ୍ବ ନକରି ତଦନ୍ତ ଶେଷ କରନ୍ତୁ।”

ଟଙ୍କା ଉଠାଣକୁ ନେଇ ଏସ୍‌ବିଆଇର ନୂଆ ନିୟମ

Read Entire Article
LEFT SIDEBAR AD

Hidden in mobile, Best for skyscrapers.