ARTICLE AD BOX
ଭୁବନେଶ୍ବର: ପ୍ରଖ୍ୟାତ ଗାୟକ ସୋନୁ ନିଗମ ଚଳିତବର୍ଷ ପ୍ରଥମ ଥର ପାଇଁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଦେଖିଛନ୍ତି। ରଥଯାତ୍ରାର ପୂର୍ବ ସନ୍ଧ୍ୟାରେ ସେ ପୁରୀରେ ପହଞ୍ଚିଥିଲେ। ତିନି ଦଶନ୍ଧି ଧରି ସେ ଶହ ଶହ ଓଡ଼ିଆ ଗୀତ ଏବଂ ପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ ଭଜନ ଗାଇଥିଲେ ମଧ୍ୟ କେବେ ବି ନିଜ ଆଖିରେ ରଥଯାତ୍ରା ଦେଖି ନଥିଲେ । ଓଡ଼ିଶା ସରକାରଙ୍କ ସହଯୋଗରେ ଗାୟକଙ୍କ ଏହି ବହୁ ପ୍ରତୀକ୍ଷିତ ରଥଯାତ୍ରାଦର୍ଶନ ବ୍ୟବସ୍ଥା ତାଙ୍କର ଘନିଷ୍ଠ ବନ୍ଧୁ ତଥା ଇଉଜେନିକ୍ସ ହେୟାର ସାଇନ୍ସେସ୍ର ସହ-ପ୍ରତିଷ୍ଠାତା ଡା. ପ୍ରଦୀପ ସେଠୀଙ୍କ ଉଦ୍ୟମରେ ସମ୍ଭବ ହୋଇଥିଲା।
ଆହୁରି ପଢନ୍ତୁ:Gavaskar: ଗାଭାସ୍କର୍ ଓ ସୋବର୍ସଙ୍କ ଅନ୍ଧବିଶ୍ବାସ
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉଭୟଙ୍କୁ ପ୍ରଶଂସକମାନେ ସ୍ବାଗତ କରିଥିଲେ। ନିଜ ଭଉଣୀ ଓ ଡା. ସେଠୀଙ୍କ ସହ ସେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସାଂସଦ ସମ୍ବିତ ପାତ୍ରଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିଥିଲେ। ଡା. ସେଠୀଙ୍କ ସହ ସୋନୁ ନିଗମ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ।

4 hours ago
2


