Sonam Wangchuk's Wife: ପତ୍ନୀ ଓ ପରିବାରର ବିନା ଅନୁମତିରେ ୱାଙ୍ଗଚୁକ୍‌ଙ୍କୁ କିଛି ନ ଦେବାକୁ କହିଲେ ଗୀତାଞ୍ଜଳି

1 hour ago 2
ARTICLE AD BOX

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସମାଜସେବୀ ସୋନମ୍‌ ୱାଙ୍ଗଚୁକ୍‌ ଗତ ୨୧ ଦିନ ହେଲା ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଅନଶନ କରୁଥିଲେ। ଶନିବାର ଦିଲ୍ଲୀ ପୁଲିସ ତାଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ୱାଙ୍ଗଚୁକ୍‌ଙ୍କୁ ଜୋରଜବରଦସ୍ତ ଧାରଣାସ୍ଥଳରୁ ଉଠାଇ ନିଆଯିବାକୁ ତାଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ତୀବ୍ର ବିରୋଧ କରିଛନ୍ତି। ଘଟଣା ଉପରେ ପ୍ରତିକ୍ରିୟା ରଖି ଗୀତାଞ୍ଜଳି କହିଛନ୍ତି, ଶୁକ୍ରବାର ୱାଙ୍ଗଚୁକ୍‌ ସୁସ୍ଥ ଥିଲେ। ତାଙ୍କୁ ହସ୍ପିଟାଲକୁ ଆଣିବାର କୌଣସି ଆବଶ୍ୟକତା ନଥିଲା। ମୋ ଅନୁମତି କିମ୍ବା ଆମ ଡାକ୍ତରଙ୍କ ବିନା ଅନୁମତିରେ ୱାଙ୍ଗଚୁକ୍‌ଙ୍କୁ କିଛି ଖାଇବାକୁ ନଦେବାକୁ ସେ ଜୋର୍‌ ଦେଇ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ‘ଏକ୍ସ’ରେ ମଧ୍ୟ ପୋଷ୍ଟ କରି ଗୀତାଞ୍ଜଳି କହିଥିଲେ, ମୁଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଅଛି ଯେଉଁଠାରେ ସୋନମ ୱାଙ୍ଗଚୁକ୍‌ଙ୍କୁ ଭର୍ତ୍ତି କରାଯାଇଛି। ମୁଁ, ସୋନମଙ୍କ ପରିବାର ଓ ଗତ ୨୦ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିବା ଡାକ୍ତରଙ୍କ ବିନା ଅନୁମତିରେ ସୋନମଙ୍କୁ କିଛି ଖାଇବାକୁ ପାଟିରେ କିମ୍ବା ଶୀରା ମାଧ୍ୟମରେ ଦିଆଯିବା ଉଚିତ୍ ନୁହେଁ।

ସରକାରଙ୍କ ପରିଚାଳିତ ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ମଧ୍ୟ ଗୀତାଞ୍ଜଳି ସନ୍ଦେହ ପ୍ରକାଶ କରିଛନ୍ତି। ଗୀତାଞ୍ଜଳି ଦାବି କରିଥିଲେ ଯେ, ସେଠାରେ ତାଙ୍କ ସ୍ବାମୀଙ୍କର କୌଣସି ଚିକିତ୍ସା ଚାଲିନାହିଁ। କେବଳ କିଛି ପରୀକ୍ଷା କରାଯାଇଛି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ମିଳିନାହିଁ। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଯନ୍ତରମନ୍ତରରେ ତାଙ୍କ ସ୍ୱାମୀଙ୍କୁ ଅନଶନ ସ୍ଥାନରୁ ହଟାଇ ଦିଆଯାଇଥିବା ଦିଲ୍ଲୀ ପୁଲିସର ଦାବିକୁ ମଧ୍ୟ ଗୀତାଞ୍ଜଳି ଖଣ୍ଡନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କର ଆଉ କୌଣସି ହସ୍ତକ୍ଷେପର ଆବଶ୍ୟକତା ନାହିଁ। 

ବିଶ୍ୱର କେଉଁ ସବୁ ଦେଶରେ ଚାଲୁଛି ହାଇଡ୍ରୋଜେନ ଟ୍ରେନ, ଆପଣ ଜାଣିଛନ୍ତି କି?

ସୋନମ୍‌ଙ୍କର କିପରି ଚିକିତ୍ସା କରାଯିବ ଆମେ ନିଜେ ଦେଖିବୁ। ଗୀତାଞ୍ଜଳି ଆହୁରି କହିଛନ୍ତି, ହସ୍ପିଟାଲ ଆମେ ଅନୁରୋଧ କରିଥିବା ରିପୋର୍ଟ ପ୍ରଦାନ କରୁନାହାନ୍ତି। ବରଂ ସେମାନେ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ପୋଟାସିୟମ୍ ସ୍ତର ୨.୯ ରେ ପହଞ୍ଚିଛି। ଗତକାଲି ଏହା ୪.୩ ଥିଲା। ତେଣୁ ଆଜି ସେଥିରେ ଏତେ ବଡ଼ ପରିବର୍ତ୍ତନ ହୋଇପାରି ନଥାନ୍ତା ବୋଲି ସେ ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇକୁ କହିଛନ୍ତି।

 ୱାଙ୍ଗଚୁକ ଜୁନ୍ ୨୮ ତାରିଖରୁ ଯନ୍ତରମନ୍ତରରେ ଅନଶନରେ ବସିଥିବାବେଳେ ଦିଲ୍ଲୀ ପୁଲିସ ତାଙ୍କୁ ହଟାଇ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରିବାର କିଛି ଘଣ୍ଟା ପରେ ଗୀତାଞ୍ଜଳିଙ୍କ ମନ୍ତବ୍ୟ ଆସିଛି। ରିପୋର୍ଟ ଅନୁସାରେ, ଗୀତାଞ୍ଜଳି ଜଣେ ସାମାଜିକ ଉଦ୍ୟୋଗୀ ଓ ଶିକ୍ଷାବିତ୍। ସେ ଶିକ୍ଷା ଓ ଗୋଷ୍ଠୀ ବିକାଶ କ୍ଷେତ୍ରରେ ବ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି। ଗୀତାଞ୍ଜଳି ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଭୁବନେଶ୍ୱରର ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ଏମ୍‌ବିଏ କରିବା ପୂର୍ବରୁ ସେ ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.