Sonam Wangchuk Health: ସୋନମ ୱାଙ୍ଗଚୁକଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

5 hours ago 1
ARTICLE AD BOX

ନୂଆଦିଲ୍ଲୀ:ପରିବେଶବିତ୍ ତଥା ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜନ୍ତରମନ୍ତରରେ ଦୀର୍ଘଦିନର ଅନଶନ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୱାଙ୍ଗଚୁକଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଏକ ବିଶେଷଜ୍ଞ ଡାକ୍ତରୀ ଟିମଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିବ।

AI Minister: କନିଷ୍କ ନାରାୟଣ ବ୍ରିଟେନର ପ୍ରଥମ ଏଆଇ ମନ୍ତ୍ରୀ

ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ ଦିଲ୍ଲୀ ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ଦର୍ଶାଇ ସରକାରୀ ହସ୍ପିଟାଲରୁ ବେସରକାରୀ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ। ଶୁଣାଣି ସମୟରେ ହାଇକୋର୍ଟଙ୍କ ବେଞ୍ଚ କହିଛନ୍ତି ଯେ ସଫଦରଜଙ୍ଗ ହସ୍ପିଟାଲର ସମସ୍ତ ଚିକିତ୍ସା ରିପୋର୍ଟ ଓ ତଥ୍ୟ ମେଦାନ୍ତ ହସ୍ପିଟାଲକୁ ହସ୍ତାନ୍ତର କରାଯିବ।

ସ୍ୱତନ୍ତ୍ର ଡାକ୍ତରୀ ପ୍ୟାନେଲ ଗଠନ

ମେଦାନ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ପ୍ୟାନେଲ ଗଠନ କରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ଜଣାଇଥିଲେ ଯେ ୱାଙ୍ଗଚୁକଙ୍କୁ ମେଦାନ୍ତ ସ୍ଥାନାନ୍ତର କରିବାରେ ସରକାରଙ୍କର କୌଣସି ଆପତ୍ତି ନାହିଁ। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ତାଙ୍କୁ ଯେପରି ଡିସଚାର୍ଜ ନକରାଯାଏ, ସେଥିପ୍ରତି ଧ୍ୟାନ ଦେବାକୁ ସେ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। ସେ ଆଶଙ୍କା ପ୍ରକାଶ କରିଥିଲେ ଯେ ୱାଙ୍ଗଚୁକଙ୍କ ସହଯୋଗୀମାନେ ତାଙ୍କୁ ହସ୍ପିଟାଲରୁ ବାହାର କରି ପୁନର୍ବାର ଆନ୍ଦୋଳନ ସ୍ଥଳକୁ ନେବାକୁ ଚେଷ୍ଟା କରୁଛନ୍ତି, ଯାହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ପୂର୍ବରୁ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା ଜାରି ରଖିବାକୁ କେନ୍ଦ୍ରର ନିଷ୍ପତ୍ତିକୁ କୋର୍ଟ କାଏମ ରଖିଥିବା ବେଳେ, ମଙ୍ଗଳବାର ମେଡିକାଲ ରିପୋର୍ଟ ଏବଂ ଡାକ୍ତରଙ୍କ ପରାମର୍ଶକୁ ଆଧାର କରି ତାଙ୍କୁ ପରିବାର ପସନ୍ଦର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.