Social Media Influencer: ଜୀବନ ହାରିଦେଲେ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର୍

3 days ago 5
ARTICLE AD BOX

ମୁମ୍ବାଇ: ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର୍ ନିଧି ତିୱାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଫାଶୀ ଲଗାଇ ଜୀବନ ହାରି ଦେଇଛନ୍ତି। ମୃତ ଇନଫ୍ଲୁଏନ୍ସର ନିଧି ମଧ୍ୟପ୍ରଦେଶର ସିଙ୍ଗରୌଲିରେ 'ମିସ୍ ପ୍ରିଟି ଇଣ୍ଡିଆ'ର ଟାଇଟଲ୍ ଜିତିଥିଲେ। 

ସୂଚନାଯୋଗ୍ୟ,ରବିବାର ସକାଳେ ସିଙ୍ଗରୌଲିର ଭୁସା ମୋଡ୍ ଅଞ୍ଚଳରେ ଥିବା ଘରର ଏକ କୋଠରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଧି ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିଲେ। ନିଧିଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥି‌ଲେ ହେଁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।  ମୃତ ନିଧି ଡିଜିଟାଲ୍ ପ୍ଲାଟଫର୍ମରେ ବେଶ ସକ୍ରିୟ ଥିଲେ। ଫେସବୁକରେ ତାଙ୍କର ପ୍ରାୟ ୯ ଲକ୍ଷ ଏବଂ ଇନଷ୍ଟାଗ୍ରାମରେ ପ୍ରାୟ ୭ ଲକ୍ଷ ଫଲୋଅର୍ସ ଥିଲେ। ୨୦୨୪ ମସିହାରେ 'ମିସ୍ ପ୍ରିଟି ଇଣ୍ଡିଆ' ଟାଇଟଲ୍ ଜିତିବା ପରେ ସେ ମଡେଲିଂ ଏବଂ ଅଭିନୟ କ୍ଷେତ୍ରରେ କ୍ୟାରିୟର ଗଢ଼ିବା ପାଇଁ ପ୍ରୟାସ କରୁଥିଲେ।

ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣା ପୂର୍ବରୁ ନିଧି ଫୋନ୍‌ରେ କାହା ସହିତ କଥା ହେଉଥିଲେ।’ ପରିବାରଲୋକଙ୍କ ବୟାନ ସଂଗ୍ରହ ପରେ ପୁଲିସ ନିଧିଙ୍କ କଲ୍ ରେକର୍ଡ, ଡିଜିଟାଲ୍ କାର୍ଯ୍ୟକଳାପ ଏବଂ ଘଟଣା ସହ ଜଡ଼ିତ ପରିସ୍ଥିତିର ତଦନ୍ତ କରୁଛି।

ମୋରୱା ପୁଲିସ ସୂତ୍ରରୁ ପ୍ରକାଶ,  ତଦନ୍ତ ଶେଷ ହେବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ସେମାନେ ଏହି ମାମଲାର ସମସ୍ତ ଦିଗକୁ ଯାଞ୍ଚ କରୁଛନ୍ତି ଏବଂ ପରିବାର ସଦସ୍ୟ ତଥା ପରିଚିତ ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛନ୍ତି।

ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି

ନିଧି ତିୱାରୀ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ଥିଲେ। ସେ 'ରିଲ୍ସ' ତିଆରି କରି ପୋଷ୍ଟ କରୁଥିଲେ, ଯାହା ବହୁତ ଲୋକପ୍ରିୟ ହେଉଥିଲା ଏବଂ ତାଙ୍କ ଆକାଉଣ୍ଟଗୁଡ଼ିକରେ ଲକ୍ଷ ଲକ୍ଷ ଫଲୋଅର୍ସ ଯୋଡ଼ି ହୋଇଥିଲେ। 

ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ କରିବି: ନବୀନ ପଟ୍ଟନାୟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.