ARTICLE AD BOX
ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟରେ ବିଷାକ୍ତ ସାପ କାମୁଡ଼ି ଦେବାରୁ ୩ ଜଣ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ୩ ଜଣ ଛାତ୍ରୀଙ୍କ ଚିକିତ୍ସା ଚାଲିଛି ଏବଂ ସେମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଆହୁରି ପଢନ୍ତୁ: Maharastra: ମୋଦୀଙ୍କୁ ଭେଟିଲେ ଏନ୍ସିପି (ଏସ୍ପି) ସାଂସଦ; ମହାରାଷ୍ଟ୍ରରେ ଚାଷୀଙ୍କ ଋଣଛାଡ଼ ଉପରେ ଆଲୋଚନା
ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରବିବାର ମଧ୍ୟରାତ୍ରି ସମୟରେ ଧାନୋରା ତାଲୁକା ମୁଖ୍ୟାଳୟଠାରୁ ପ୍ରାୟ ୧୦ କିଲୋମିଟର ଦୂର ଜପଟଲାଇ ଗାଁରେ ଥିବା ଆଦିବାସୀ ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଏହି ଘଟଣା ଘଟିଛି। ହଷ୍ଟେଲରେ ଛାତ୍ରୀମାନେ ଚଟାଣରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ସେମାନଙ୍କୁ କାମୁଡ଼ିଥିଲା। ମୃତ ୩ ଜଣ ଛାତ୍ରୀଙ୍କ ବୟସ ୮, ୧୨ ଓ ୧୪ ବର୍ଷ।
ଆହୁରି ପଢନ୍ତୁ: Jharkhand: ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ: ହସ୍ପିଟାଲରେ ଭର୍ତ୍ତି ହେଲେ ଦେବେନ୍ଦ୍ର ମାହାତୋ
ଅନ୍ୟ ୩ ଜଣ ଛାତ୍ରୀଙ୍କ ବୟସ ୧୧ରୁ ୧୪ ବର୍ଷ ମଧ୍ୟରେ ଏବଂ ସେମାନଙ୍କର ଚିକିତ୍ସା ଚାଲିଛି । ଜିଲ୍ଲାପାଳ ଅଭିଷ୍ୟାନ୍ତ ପଣ୍ଡା କହିଛନ୍ତି, ଘଟଣାଟି କିପରି ଘଟିଲା, ତାହାର ବିସ୍ତୃତ ତଦନ୍ତ କରାଯିବ। ଏହି ଘଟଣା ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ତିନି ଜଣ ଛାତ୍ରୀଙ୍କ ଚିକିତ୍ସା ଚାଲିଛି। ସେମାନଙ୍କୁ ତୁରନ୍ତ ଆଣ୍ଟି ଭେନମ୍ ଦିଆଯାଇଛି ଏବଂ ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି ସେ କହିଛନ୍ତି। ଜିଲ୍ଲାପାଳ ଜିଲ୍ଲା ସର୍ଜନଙ୍କୁ ଚିକିତ୍ସାରେ କୌଣସି ପ୍ରକାରର ଅବହେଳା ନହେବା ନିଶ୍ଚିତ କରିବା ସହ ଛାତ୍ରୀମାନଙ୍କର ସର୍ବୋତ୍କୃଷ୍ଟ ଚିକିତ୍ସା କରିବା ପାଇଁ କହିଛନ୍ତି।

1 month ago
12


