Earth Again Conference 2026: ଜଳବାୟୁ ପରିବର୍ତ୍ତନ ଭୋଟ ବ୍ୟବସ୍ଥାକୁ ବା ମତଦାନକୁ ପ୍ରଭାବିତ କରିବ କି?

43 minutes ago 2
ARTICLE AD BOX

ଭୁବନେଶ୍ବର: ‘ସମ୍ବାଦ ଓ କନକ ନ୍ୟୁଜ୍‌’ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ପୁନଶ୍ଚ ପୃଥିବୀ’ର ତୃତୀୟ ସଂସ୍କରଣ‌ର ଆଜି ହେଉଛି ଦ୍ବିତୀୟ ଦିନ। ଆଜି ଏହି କାର୍ଯ୍ୟକ୍ରମରେ ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ, ଆକାଶ ଦାସନାୟକ, କଂଗ୍ରେସ ବିଧାୟକ ପବିତ୍ର ସାଉଁଟା, ଅଶୋକ ଦାସ ଓ ବିଧାୟିକା ସୋଫିଆ ଫିରଦୋସ୍ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଏହାଛଡ଼ା କର୍ଣ୍ଣାଟକର ବିଧାୟକ ଦର୍ଶନ ପୁଟ୍ଟନୈୟା କିନ୍ତୁ ଯୋଗ ଦେଇପାରିନାହାନ୍ତି। ସେ ଏକ ଭିଡିଓ ଜରିଆରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। Socratus ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବଜିତ ମିତ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଭୋଟ ବ୍ୟବସ୍ଥାକୁ ବା ମତଦାନକୁ ପ୍ରଭାବିତ କରିବ କି? ଏହି ପ୍ରସଙ୍ଗରେ ଆଲୋଚନାରେ ନିଜର ମତ ରଖିଛନ୍ତି ବିଧାୟକ।

ଭଦ୍ରକଜିଲ୍ଲା ବାସୁଦେବପୁର ବିଧାୟକ ଅଶୋକ ଦାସ ନିଜର ଅନୁଭୂତି ବଖାଣି କହିଛନ୍ତି,ମୁଁ ଫଟୋ ଉଠେଇବାକୁ ଗଛ ଲଗାଏ ନାହିଁ । ମୁଁ ଧାନ ଓ ମୀନ ଅଞ୍ଚଳରୁ ଆସିଛି। ମୁଁ ପରିବେଶର ସୁରକ୍ଷା ଲାଗି ସବୁ କାମରେ ସହଯୋଗ କରେ।

ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରକୃତି ବିଚିତ୍ର ସ୍ୱଭାବ ଦେଖାଉଛି

ଏଥିରେ ଯୋଗ ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରକୃତି ବିଚିତ୍ର ସ୍ୱଭାବ ଦେଖାଉଛି। ଆଗକୁ ଯେଉଁ ବିପଦ ରହିଛି, ତାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି। କ'ଣ ପଦକ୍ଷେପ ନେଲେ ଆଗକୁ କ୍ଷୟକ୍ଷତି କମିବ, ସେଥିପାଇଁ ୫୦ ବର୍ଷିଆ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି। 
- ସାରା ବିଶ୍ୱରେ ଯେଭଳି ଜଳବାୟୁ ପରିବର୍ତ୍ତନ ହେଉଛି, ଓଡ଼ିଶାରେ କିଭଳି ତାହାର ମୁକାବିଲା କରାଯିବ, ସେଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏବେ ଓଡ଼ିଶାରେ ମଧ୍ୟ ଭୂସ୍ଖଳନ ହେଉଛି। ଏହା ରାଜ୍ୟ ପାଇଁ ନୂଆ ବିପର୍ଯ୍ୟୟ। ତାହାର ମୁକାବିଲା କରାଯିବ, ସେନେଇ ପଦକ୍ଷେପ ନିଆଯାଉଛି। 
- କେବଳ ମଣିଷ ପାଇଁ ଜିରୋ କାଜୁଆଲିଟି ହେବା ଅନୁଚିତ୍, ଆମ ସରକାର ଜୀବଜନ୍ତୁଙ୍କ ଜିରୋ କାଜୁଆଲିଟି ଉପରେ ମଧ୍ୟ ଗୁରୁତ୍ୱ ଦେଉଛି। ବୃଦ୍ଧ, ମହିଳା, ଶିଶୁଙ୍କୁ ସୁରକ୍ଷା ଯୋଗାଇବାକୁ ପଡ଼ିବ। 
- ପାଣିପାଗ ପୂର୍ବ ଆକଳନ ନେଇ ସଠିକ୍ ତଥ୍ୟ ପାଇବା ପାଇଁ ପୂର୍ବରୁ ରାଜ୍ୟରେ ଦୁଇଟି ରାଡାର୍ ଥିଲା। ଏବେ ସମ୍ବଲପୁରରେ ନୂଆ ଡଫଲର ରାଡାର୍ ଉଦଘାଟନ ହୋଇଛି। ବାଲେଶ୍ୱରରେ ମଧ୍ୟ ରାଡାର୍ ନିର୍ମାଣାଧୀନ ଅଛି। ଏହାପରେ ଭୁବନେଶ୍ୱର ଓ ପୁରୀରେ ମଧ୍ୟ ଡଫଲର ରାଡାର୍ ନିର୍ମାଣ ହେବ। 
- ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ସେପ୍ଟେମ୍ବର ୧୫ ମଧ୍ୟରେ ରୋଡମ୍ୟାପ୍ ପ୍ରସ୍ତୁତ ପାଇଁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। 
- ରାଜ୍ୟରେ ୫୭୪ କିଲୋମିଟର ଉପକୂଳ ଅଛି। ରାଜ୍ୟର ସମ୍ପୂର୍ଣ୍ଣ ଉପକୂଳରେ ହେନ୍ତାଳ ବଣ ସୃଷ୍ଟି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପକୂଳରେ ଶତାଧିକ ଟାୱାର ରହିଛି, ସେଗୁଡ଼ିକରେ ଅତ୍ୟାଧୁନିକ କ୍ୟାମେରା ଲାଗିବ, ପବନ ମାପକ ଯନ୍ତ୍ର ଲାଗିବ। ଫଳରେ ବାତ୍ୟା ଓ ପବନ ସମ୍ପର୍କିତ ଆଗୁଆ ସୂଚନା ମିଳିପାରିବ।ଆମେ ବନ୍ୟାପ୍ରବଣ ଅଞ୍ଚଳର ରାସ୍ତା ଓ ପୋଲକୁ ଉଚ୍ଚ କରିବାକୁ ଯୋଜନା କରିଛୁ। ବନ୍ୟାପ୍ରବଣ ଅଞ୍ଚଳରେ ଅଣ୍ଡର ଗ୍ରାଉଣ୍ଡ କେବଲିଂ ପାଇଁ ବ୍ୟବସ୍ଥା କରାଯାଉଛି। 
- ଓଡ଼ିଶାର ବିଭିନ୍ନ ଅଞ୍ଚଳ ଭୂମିକମ୍ପ ପ୍ରବଣ ଅଞ୍ଚଳ। ରାଜ୍ୟ ଆଗାମୀ ଦିନରେ ସୁନାମି ସାମ୍ନା କରିପାରେ। ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳର ଦେଢ଼ କିଲୋମିଟର ଅଞ୍ଚଳ ପରିଧିରେ ବିପର୍ଯ୍ୟୟ ଯୋଦ୍ଧା ପ୍ରସ୍ତୁତ କରାଯାଉଛି।
- ବନ୍ୟା, ବାତ୍ୟା ଭଳି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉଛି। ପ୍ରାରମ୍ଭିକ ଭାବେ କଟକ ଓ ଭୁବନେଶ୍ୱରରେ ନିର୍ମାଣ କରାଯାଉଛି: ସୁରେଶ ପୂଜାରୀ

Earth Again Conference 2026: ପରିବେଶ ସୁରକ୍ଷା ସହ ଲୋକଙ୍କ ଜୀବିକା, ଦରକାର ‘ଜଷ୍ଟ ଏନର୍ଜି ଟ୍ରାଞ୍ଜିସନ୍’

- ବଜ୍ରପାତ ପ୍ରଭାବ ରୋକିବାକୁ ବ୍ୟାପକ ତାଳଗଛ ଲଗାଯାଉଛି। ସାପକାମୁଡ଼ାଜନିତ ମୃତ୍ୟୁ ସମ୍ପୂର୍ଣ୍ଣ କମାଇ ଦିଆଯାଇଛି। ପାଣିରେ ବୁଡ଼ି ମୃତ୍ୟୁ ଏବେ ବି ଚିନ୍ତାଜନକ ରହିଛି। ସେଲ୍ଫି କାରଣରୁ ଏବେ ଅନେକ ଲୋକ ପାଣିରେ ବୁଡ଼ି ଜୀବନ ହରାଉଛନ୍ତି। ଏହାକୁ ରୋକିବାକୁ ସରକାର ଓ ଲୋକଙ୍କ ସହଭାଗିତା ଦରକାର। 
- ଓଡ଼ିଶାରେ ଖୋଲିବ ସ୍ବତନ୍ତ୍ର ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ।  ଦଶହରା ପରେ ଏହି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ପଡ଼ିବ। ଏହି କାର୍ଯ୍ୟାଳୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ରହିବ। ଜିଲ୍ଲା ଗୁଡ଼ିକ ସହ ଯୋଡ଼ିହେଇ କାମ କରିବ ଏହି କାର୍ଯ୍ୟାଳୟ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.