Smit Machchar: ପାଇଲଟ୍‌ ସ୍ମତ୍‌ କହିଲେ ହନୁମାନ ଚାଳିଶା ଦେଲା ସାହସ,  ମୁଁ ଏବଂ ମୋ ପୁଅ  ନିୟମିତ ଭାବେ ହନୁମାନ ଚାଳିଶା ପାଠ କରୁ

2 hours ago 3
ARTICLE AD BOX

ନୂଆଦିଲ୍ଲୀ:  ଆକାଶରେ ଉଡୁଥିବା ବିମାନ, କକପିଟ୍‌ ଭିତରେ ଜୀବନ-ମୃତ୍ୟୁର ସଂଘର୍ଷ। ଏକପଟେ କୋ-ପାଇଲଟଙ୍କ ଜୀବନଘାତୀ ଆକ୍ରମଣ, ଅନ୍ୟପଟେ ବିମାନରେ ଥିବା ୧୭୦ ଯାତ୍ରୀଙ୍କ ସୁରକ୍ଷା। ଏଭଳି ଭୟଙ୍କର ପରିସ୍ଥିତିରେ ଅସାଧାରଣ ସାହସ ଦେଖାଇ ଶତାଧିକ ଲୋକଙ୍କ ଜୀବନ ବଞ୍ଚାଇଥିବା ଫ୍ଲାଇଦୁବାଇର ଭାରତୀୟ ପାଇଲଟ୍‌ ସ୍ମିତ ମଚ୍ଛାର ଏବେ ସମଗ୍ର ଦେଶର ଗର୍ବ ପାଲଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ମିତ ମଚ୍ଛାରଙ୍କ ସହ ଫୋନ୍‌ରେ କଥା ହୋଇ ତାଙ୍କ ସାହସିକତାର ପ୍ରଶଂସା କରିଥିଲେ। ଏହି ସମୟରେ ସ୍ମିତ ସେହି ଭୟଙ୍କର ମୁହୂର୍ତ୍ତର ଅନୁଭବ ବଖାଣିଥିଲେ। ସେ କହିଥିଲେ, ଆକ୍ରମଣ ସମୟରେ ସେ ନିରନ୍ତର ହନୁମାନ ଚାଳିଶା ପାଠ କରୁଥିଲେ। ଭଗବାନ ହନୁମାନଙ୍କ ଉପରେ ଥିବା ଅଗାଧ ବିଶ୍ୱାସ ତାଙ୍କୁ ହିଁ ସାହସ ଓ ମନୋବଳ ଦେଇଥିଲା। ସ୍ମିତ କହିଥିଲେ, ସେତେବେଳେ ତାଙ୍କ ମନରେ ଗୋଟିଏ କଥା ଥିଲା ଯଦି ସେ ଧୈର୍ଯ୍ୟ ହରାଇବେ, ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିବ। ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ ବିମାନର ନିୟନ୍ତ୍ରଣ ଛାଡ଼ିନଥିଲେ। ପରିସ୍ଥିତି ଗମ୍ଭୀର ହେବା ପରେ ସେ କକପିଟ୍‌ର ଦ୍ୱାର ଖୋଲିଦେଇଥିଲେ, ଯାହାଫଳରେ କିଛି ଯାତ୍ରୀ ଭିତରକୁ ଆସି ପରିସ୍ଥିତି ସମ୍ଭାଳିବାରେ ସହଯୋଗ କରିଥିଲେ।

Pakistan's air strike: ପାକିସ୍ତାନର ବିମାନ ଆକ୍ରମଣ: ଆଫଗାନିସ୍ତାନରେ ୯ ନାଗରିକଙ୍କ ମୃତ୍ୟୁ

ସ୍ମିତ ମଚ୍ଛାର ଆହୁରି କହିଥିଲେ, ସେ ଓ ତାଙ୍କ ପୁଅ ନିୟମିତ ଭାବେ ହନୁମାନ ଚାଳିଶା ପାଠ କରନ୍ତି। ବିଦେଶରେ ରହୁଥିଲେ ମଧ୍ୟ ସେ ନିଜ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଅଛନ୍ତି।
ଏହାର ଜବାବରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ସମଗ୍ର ଦେଶ ସ୍ମିତଙ୍କ ପାଇଁ ପ୍ରାର୍ଥନା କରୁଥିଲା। ତାଙ୍କ ସାହସ ଅନେକ ନିରୀହ ଲୋକଙ୍କ ଜୀବନ ବଞ୍ଚାଇଛି। ପିଏମ୍‌ କହିଥିଲେ, “ଆପଣ ପ୍ରମାଣ କରିଛନ୍ତି ଯେ ଆମେ ଜୀବନ ନେବା ଲୋକ ନୁହେଁ, ବରଂ ଜୀବନ ବଞ୍ଚାଇବା ଲୋକ। ଦେଶ ଆପଣଙ୍କୁ ଧନ୍ୟବାଦ ଦେବନି, ବରଂ ଆପଣଙ୍କ ଉପରେ ଗର୍ବ କରିବ।” ସ୍ମିତ ମଚ୍ଛାରଙ୍କ ଏହି ବୀରତା ଆଜି କୋଟି କୋଟି ଭାରତୀୟଙ୍କ ପାଇଁ ରଣା ପାଲଟିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.