SIR Controversy: ଏସ୍‌ଆଇଆର୍‌ ବିବାଦ: ପାଶ୍ବାନ, କୁସୱାହ, ଟିଡିପି ପରେ ଇସିଙ୍କଠାରୁ ସ୍ପଷ୍ଟୀକରଣ ମାଗିଲେ କୁମାରସ୍ବାମୀ

1 day ago 2
ARTICLE AD BOX

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଉପରେ ଜାରି ବିବାଦ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଶନିବାର ନିର୍ବାଚନ କମିଶନ (ଇସି)ଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। କୁମାରସ୍ୱାମୀ କହିଛନ୍ତି ଯେ, ନିର୍ବାଚନ ଆୟୋଗରେ ଥିବା ଆଭ୍ୟନ୍ତରୀଣ ମତଭେଦର ରିପୋର୍ଟକୁ ସମାଧାନ କରିବାର ଦାୟିତ୍ୱ ନିର୍ବାଚନ କମିଶନଙ୍କ ଉପରେ ନ୍ୟସ୍ତ ଓ ଦେଶକୁ ଏହା ଜାଣିବା ଆବଶ୍ୟକ ଯେ, ସାମ୍ବିଧାନିକ ସଂସ୍ଥା ମଧ୍ୟରେ ପ୍ରକୃତରେ କ’ଣ ଘଟୁଛି। ଏହା କୌଣସି ଦଳ କିମ୍ବା କୌଣସି ନେତାଙ୍କ ଦାବିର ପ୍ରଶ୍ନ ନୁହେଁ। ନିର୍ବାଚନ କମିଶନଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ। ବାସ୍ତବତା କ’ଣ? ନିର୍ବାଚନ କମିଶନ ଭିତରେ କ’ଣ ଚାଲିଛି ବୋଲି କୁମାରସ୍ୱାମୀ ପ୍ରଶ୍ନ କରିଛନ୍ତି।

ଏନ୍‌ଡିଏ ମେଣ୍ଟରେ ସଙ୍କଟ

ଏସ୍‌ଆଇଆର୍‌କୁ ନେଇ ନିର୍ବାଚନ କମିସନରଙ୍କ ମଧ୍ୟରେ ତୀବ୍ର ମତଭେଦଜନିତ ଖବର ଏନ୍‌ଡିଏ ମେଣ୍ଟରେ ସଙ୍କଟ ବଢ଼ାଇଛି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ମେଣ୍ଟ ନେତାଙ୍କ ଖୋଲା ଅସନ୍ତୋଷ ବିଜେପିକୁ ଅଡ଼ୁଆରେ ପକାଇଛି। ଶୁକ୍ରବାର ଏନ୍‌ଡିଏ ସହଯୋଗୀ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ବାନ, ଆର୍‌ଏଲ୍‌ଏମ୍‌ (ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା) ମୁଖ୍ୟ ଉପେନ୍ଦ୍ର କୁଶୱାହା, ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏସ୍‌ଆଇଆର୍‌ ପ୍ରସଙ୍ଗରେ ପୋଲ ପ୍ୟାନେଲ ମଧ୍ୟରେ ମତଭେଦ ରିପୋର୍ଟ ସମ୍ପର୍କରେ ଚିନ୍ତାକୁ ଦୂର କରିବା ପାଇଁ ଇସିଙ୍କୁ ପୃଥକ ଭାବରେ ଅନୁରୋଧ କରିଥିଲେ।
କୁମାରସ୍ବାମୀ କହିଛନ୍ତି, ଆମେ ଗଣମାଧ୍ୟମରେ ଯାହା ଦେଖୁଛନ୍ତି ଓ ପ୍ରକୃତ କଥା ଏଠାରେ କ’ଣ ଘଟୁଛି ତାହା ଗଣମାଧ୍ୟମ ଓ ସାରା ଦେଶ ଜାଣିବା କଥା। ନିର୍ବାଚନ ଆୟୋଗ ଏକ ସ୍ବଂୟଶାସିତ ଅନୁଷ୍ଠାନ ତେଣୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଦୁଇ ନିର୍ବାଚନ ଆୟୋଗଙ୍କ ମଧ୍ୟରେ କ’ଣ ସମସ୍ୟା ରହିଛି ତାହା ବାହାରକୁ ଆସିବା ଦରକାର। ସୂଚନାଯୋଗ୍ୟ, ଦୈନିକ ଇଂଲିଶ ଖବରକାଗଜ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ବିବାଦରେ ଅଛନ୍ତି। ରିପୋର୍ଟରେ କୁହାଯାଇଥିଲା ଯେ, ସିଇସିଙ୍କ କାର୍ଯ୍ୟରେ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଗତ ୧୦ ମାସରେ ୧୪ ଥର ଆପତ୍ତି ପ୍ରକାଶ କରିଥିଲେ। ତେବେ ଇସିଆଇ କହିଛି ଯେ, ଭିନ୍ନ ଭିନ୍ନ ମତ, ଆଭ୍ୟନ୍ତରୀଣ ଟିପ୍ପଣୀ ଓ ପ୍ରଶ୍ନ ଏହାର ସାଂଗଠନିକ କାର୍ଯ୍ୟକାରିତାର ଅଂଶ। କିନ୍ତୁ ଏସ୍‌ଆଇଆର୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା।

Mahoba BJP District Treasurer: ବସ ଭିତରେ ବସିଥିବା ମା’ପୁଅଙ୍କ ଜୀବନ ନେଇଗ‌ଲା ନିଆଁ

ଝାଡ଼ଖଣ୍ଡ ମନ୍ତ୍ରୀ ଇରଫାନ ଅନସାରୀ ଏସ୍‌ଆଇଆର୍‌ କାର୍ଯ୍ୟ ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସମାଲୋଚନା କରିଛନ୍ତି ଓ ଅଭିଯୋଗ କରିଛନ୍ତି ଯେ, ଭୋଟର ତାଲିକାରୁ ନାମ ବାଦ ଦିଆଯାଇଛି। ଇସିଆଇ ବିଜେପି ନିର୍ଦ୍ଦେଶରେ କାମ କରୁଛି ବୋଲି ଅନସାରୀ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.