ARTICLE AD BOX
ନୂଆଦିଲ୍ଲୀ: ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଶେଷ ହେବା ପରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରି ନାମ ପଞ୍ଜୀକରଣ କରିବା ପାଇଁ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଇସିଆଇ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ଜିଲ୍ଲାନିର୍ବାଚନ ଅଧିକାରୀ (ଡିଇଓ) ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍
ଏହି ଅଭିଯାନ ମାଧ୍ୟମରେ ଏସ୍ଆଇଆର୍ ପୂର୍ବରୁ ଭୋଟର ତାଲିକାରେ ନାମ ଥାଇ ବର୍ତ୍ତମାନର ତାଲିକାରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କ ସମେତ ପ୍ରଥମ ଥର ଭୋଟ ଦେବାକୁ ଥିବା ଯୁବ ଭୋଟର, ଯେଉଁମାନେ ଏପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନଙ୍କୁ ସାମିଲ କରାଯିବ। ଅକ୍ଟୋବର ୧ ତାରିଖରେ ସମସ୍ତ ସିଇଓଙ୍କ ସହ ଆୟୋଗଙ୍କ ବୈଠକ ପରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଭୋଟର ନାମ ପଞ୍ଜୀକରଣ ଏକ ନିରନ୍ତର ପ୍ରକ୍ରିୟା ଏବଂ କେବଳ ଏସ୍ଆଇଆର୍ ଗଣନା ସମୟରେ ସାମିଲ ହୋଇନାହାନ୍ତି ବୋଲି କୌଣସି ଯୋଗ୍ୟ ନାଗରିକଙ୍କୁ ପଞ୍ଜୀକରଣ ସୁଯୋଗରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଇସିଆଇ ସ୍ପଷ୍ଟ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ବୁଥସ୍ତରୀୟ ଅଧିକାରୀ (ବିଏଲ୍ଓ)ମାନେ ବର୍ତ୍ତମାନର ଭୋଟର ତାଲିକାକୁ ଏସ୍ଆଇଆର୍ ପୂର୍ବର ତାଲିକା ସହ ତୁଳନା କରିବେ ଏବଂ ତାଲିକାରୁ ବାଦ୍ ଦିଆଯାଇଥିବା ଭୋଟରଙ୍କ ବୁଥ୍ୱାରୀ ତାଲିକା ପ୍ରସ୍ତୁତ କରିବେ। ଏହାପରେ ସେମାନେ ଘରକୁ ଘର ବୁଲି ଯାଞ୍ଚ କରି ଏହି ଭୋଟରଙ୍କ ବର୍ତ୍ତମାନର ସ୍ଥିତି ନିଶ୍ଚିତ କରିବେ ଏବଂ ଯୋଗ୍ୟ ବିବେଚିତ ହେଲେ ଫର୍ମ-୬ ଜରିଆରେ ସେମାନଙ୍କ ନାମ ପଞ୍ଜୀକରଣ କରାଇବେ।
Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା
ପ୍ରତ୍ୟେକ ବିଏଲ୍ଓ ସପ୍ତାହକୁ ଅତିକମରେ ୨୦-୨୫ ଜଣ ବାଦ୍ ପଡ଼ିଥିବା ଭୋଟରଙ୍କ ନିକଟରେ ପହଞ୍ଚିବାକୁ କୁହାଯାଇଛି ଏବଂ ଏହି ଯାଞ୍ଚ ପ୍ରକ୍ରିୟା ଗୋଟିଏ ମାସ ମଧ୍ୟରେ ଶେଷ ହେବାର ଆଶା କରାଯାଉଛି। ଏହି ଗସ୍ତ ସମୟରେ ବିଏଲ୍ଓମାନେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର, ପ୍ରଥମଥର ଭୋଟର ଓ ଯୁବ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ପଞ୍ଜୀକରଣରେ ସହାୟତା କରିବେ। ଏହାସହ ଫର୍ମ-୬ ଆବେଦନ କରିଥିବା ବ୍ୟକ୍ତିଙ୍କ ସମେତ ଚିହ୍ନଟ ପ୍ରତ୍ୟେକ ଭୋଟରଙ୍କ ସ୍ଥିତି ରେକର୍ଡ କରାଯିବ। ଏହି ବୁଥ୍ୱାରୀ ତାଲିକାକୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ବୁଥସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ଏବଂ ସମ୍ପୃକ୍ତ ଇଆରଓଙ୍କ ସହ ସେୟାର କରାଯିବ। ଇଆରଓମାନେ କ୍ଷେତ୍ର ଯାଞ୍ଚ ରିପୋର୍ଟ ସହ ଫର୍ମ-୬ ଆବେଦନଗ୍ରହଣ କରିବେ ଏବଂ ଲୋକପ୍ରତିନିଧି ଆଇନ, ୧୯୫୦ ଓ ଭୋଟର ପଞ୍ଜୀକରଣ ନିୟମାବଳୀ, ୧୯୬୦ ଅଧୀନରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ସିଇସିଙ୍କ ଇସ୍ତଫା ଦାବି ଆନ୍ଦୋଳନ ତେଜିଲା, ସିଜେପି, ଆପ୍ ଓ ଛାତ୍ର ସଂଗଠନର ଜୋରଦାର ହଙ୍ଗାମା
ମୁମ୍ବାଇ/ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ବ୍ୟାପକ ଅସଙ୍ଗତି, ଅନିୟମିତତା ଏବଂ ବହୁ ସଂଖ୍ୟକ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଥିବା ଅଭିଯୋଗ କରି ଆଜି ଦେଶର ଦୁଇ ପ୍ରମୁଖ ସହର ମୁମ୍ବାଇ ଓ ଦିଲ୍ଲୀରେ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବିରେ ହୋଇଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ହଜାର ହଜାର ପ୍ରତିବାଦକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ସିଇସିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ଆତିଶୀ, ସୌରଭ ଭରଦ୍ୱାଜ, ସଞ୍ଜୀବ ଝା, ସଞ୍ଜୟ ସିଂହ ଏବଂ ବିଭିନ୍ନ ଛାତ୍ର ସଂଗଠନର କର୍ମକର୍ତ୍ତାଙ୍କ ସମେତ ୭୦୦ରୁ ଊର୍ଦ୍ଧ୍ୱ ପ୍ରତିବାଦକାରୀଙ୍କୁ ପୁଲିସ ଅଟକ ରଖିଛି। ଏହାକୁ ନେଇ ଦିଲ୍ଲୀ ଓ ମୁମ୍ବାଇରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ପାର୍କର ଗେଟ୍ ନମ୍ବର ୬ରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଏକ ବିଶାଳ ଆନ୍ଦୋଳନର ଆୟୋଜନ କରାଯାଇଥିଲା। ‘ଜ୍ଞାନେଶ କୁମାର ଇସ୍ତଫା ଦିଅ’ ସ୍ଲୋଗାନରେ ଶିବାଜୀ ପାର୍କ ଅଞ୍ଚଳ କମ୍ପିବାରେ ଲାଗିଥିଲା। ଏହି ସମାବେଶରେ ସେଲିବ୍ରିଟି ଶବାନା ଆଜ୍ମୀ, ନସିରୁଦ୍ଦିନ ଶାହ, ବିଶାଲ ଦଦ୍ଲାନୀ, ବହୁ ସଂଖ୍ୟାରେ ସାମାଜିକ କର୍ମୀ ଏବଂ ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। ସିଜେପି ‘ଏକ୍ସ’ରେ ପୋଷ୍ଟ କରି ଦାବି କରିଛି ଯେ ଏହି ବିକ୍ଷୋଭରେ ଲକ୍ଷାଧିକ ଲୋକ ସାମିଲ ହୋଇଛନ୍ତି। ତେବେ ଆନ୍ଦୋଳନସ୍ଥଳରେ ଇଣ୍ଟରନେଟ୍ ସେବା ନଥିବାରୁ କାର୍ଯ୍ୟକ୍ରମର ୟୁଟୁବ୍ ଲାଇଭଷ୍ଟ୍ରିମ୍ ସମ୍ଭବ ହୋଇପାରି ନଥିବା ଦଳ ପକ୍ଷରୁ କୁହାଯାଇଛି। ମୁମ୍ବାଇ ପୁଲିସ ପକ୍ଷରୁ ଏହି ବିକ୍ଷୋଭ ପାଇଁ ଅନୁମତି ମିଳି ନଥିବାରୁ ସିଜେପି ଏହାକୁ ‘ଜେଲ୍ ଭରୋ ଆନ୍ଦୋଳନ’ ଭାବେ ଉପସ୍ଥାପନ କରିଥିଲା।
ସିଜେପି, ଆପ୍ ଓ ଛାତ୍ର ସଂଗଠନର ଜୋରଦାର ହଙ୍ଗାମା
ମୁମ୍ବାଇରେ ଜେଲ୍ ଭରୋ ଆନ୍ଦୋଳନ
ଦିଲ୍ଲୀରେ ଆତିଶୀ, ସଞ୍ଜୟ ସିଂହଙ୍କ ସମେତ ୭୦୦ ଅଟକ
ସମାବେଶକୁ ଉଦ୍ବୋଧନ ଦେଇ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଥିଲେ, ସରକାରଙ୍କ ଅପାରଗତା ଓ ବିଫଳତା ଯୋଗୁଁ ଆମକୁ ମାତ୍ର ୨ ମାସ ମଧ୍ୟରେ ପୁଣି ଥରେ ରାସ୍ତାକୁ ଓହ୍ଲାଇବାକୁ ପଡ଼ିଛି। ସେ ମୁମ୍ବାଇ ପୁଲିସକୁ ପ୍ରଶଂସା କରିବା ସହ ଦିଲ୍ଲୀ ପୁଲିସର କାର୍ଯ୍ୟଶୈଳୀକୁ କଡ଼ା ସମାଲୋଚନା କରିଥିଲେ। ଦିଲ୍ଲୀ ପୁଲିସ ଡିସିପି ସଚିନ ଶର୍ମା ଆନ୍ଦୋଳନକାରୀଙ୍କୁ ମାଡ଼ ମାରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ‘ଜେନେରାଲ ଡାୟାର’ ଭଳି କାମ କରୁଛନ୍ତି। ଆଜି ମଧ୍ୟ ଦିଲ୍ଲୀରେ ଆନ୍ଦୋଳନକାରୀଙ୍କୁ ରାସ୍ତାରେ ଘୋଷାଡ଼ି ନିଆଯାଇଛି। ସିଇସି ଭୋଟ ଚୋରି କରିଛନ୍ତି ଏବଂ ତାଙ୍କ ଇସ୍ତଫା ବିନା ଆନ୍ଦୋଳନ ହଟିବ ନାହିଁ। ବିଜେପି ଅସଲରେ ‘ଏକରାଷ୍ଟ୍ର-ଏକ ନିର୍ବାଚନ’ ନୁହେଁ, ବରଂ ‘ଏକ ରାଷ୍ଟ୍ର-ଏକ ଦଳ’ ଶାସନ ଚାହୁଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି, ସାହସ ଅଛି ଯଦି ଶିବାଜୀ ପାର୍କରେ ରୁଣ୍ଡ ହୋଇଥିବା ଆନ୍ଦୋଳନକାରୀଙ୍କୁ ଜେଲ୍ ପଠାନ୍ତୁ। ସିଜେପି ନେତା ଅଜିଙ୍କ୍ୟା ସିନ୍ଦେଙ୍କ ସୂଚନା ମୁତାବକ ଏହି ଆନ୍ଦୋଳନ ଆଗାମୀ ଦିନରେ ଗୋଆ, ବେଙ୍ଗାଲୁରୁ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପାଟନା, ରାଞ୍ଚି ଭଳି ପ୍ରମୁଖ ସହରକୁ ବ୍ୟାପିବ। ଯଦି ଜ୍ଞାନେଶ କୁମାର ଇସ୍ତଫା ନ ଦିଅନ୍ତି ତେବେ ଅକ୍ଟୋବର ଶେଷ ଆଡ଼କୁ ପୁଣି ଥରେ ଦିଲ୍ଲୀର ଯନ୍ତରମନ୍ତରଠାରେ ବିଶାଳ ବିକ୍ଷୋଭ ହେବ। ତେବେ ମୁମ୍ବାଇରେ ସିଜେପି ବିରୋଧରେ ମଧ୍ୟ କିଛି ପ୍ରତିବାଦକାରୀ ‘ଅଭିଜିତ ଦୀପକେ ଗୋ ବ୍ୟାକ୍’ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ଜାତୀୟ ରାଜଧାନୀ ଦିଲ୍ଲୀର ଯନ୍ତରମନ୍ତରଠାରେ ଭୋଟର ତାଲିକାରୁ ନାମ ବାଦ୍ ପ୍ରତିବାଦରେ ବିଭିନ୍ନ ରାଜନୈତିକ ଦଳ, ଆଇସା, ଏସ୍ଏଫ୍ଆଇ, ଡିୱାଇଏଫ୍ଆଇ ଓ ଏନ୍ଏସ୍ୟୁଆଇ ପରି ଛାତ୍ର ସଂଗଠନ ପକ୍ଷରୁ ପ୍ରତିବାଦ ସଭାର ଆହ୍ୱାନ ଦିଆଯାଇଥିଲା। ସୁରକ୍ଷା ଓ ସମ୍ଭାବ୍ୟ ଜନସମାଗମ ଦୃଷ୍ଟିରୁ ଦିଲ୍ଲୀ ପୁଲିସ ଅନୁମତି ନ ଦେବାରୁ ପ୍ରତିବାଦକାରୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଯନ୍ତରମନ୍ତର ଆଡ଼କୁ ଯାଉଥିବା ଏସ୍ଏଫ୍ଆଇର ପ୍ରାୟ ୭୦୦ ସଦସ୍ୟଙ୍କୁ ଆଶୋକା ରୋଡ୍ ଛକ ନିକଟରେ ଅଟକାଯାଇଥିଲା। ପ୍ରତିବାଦସ୍ଥଳକୁ ଯାଉଥିବା ବେଳେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ନର୍ଥ ଏଭେନ୍ୟୁରେ ଏବଂ ସୌରଭ ଭରଦ୍ୱାଜ ଓ ସଞ୍ଜୀବ ଝାଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ପୁଲିସ ଅଟକ ରଖିଥିଲା। ପ୍ରତିବାଦକାରୀମାନେ ଫିରୋଜ ଶାହ ରୋଡ୍ରେ ବାରିକେଡ୍ ଡେଇଁବାକୁ ଚେଷ୍ଟା କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିକ୍ଷୋଭସ୍ଥଳ ନିକଟବର୍ତ୍ତୀ ଅଞ୍ଚଳରେ କଟକଣା ଜାରି କରାଯିବା ସହ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ ରଖାଯାଇଥିଲା। ଏହାସହ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଜୀବ ଚୌକ୍, ସେଣ୍ଟ୍ରାଲ ସେକ୍ରେଟାରିଏଟ୍, ଯନ୍ତରମନ୍ତର ସମେତ ଦିଲ୍ଲୀ ମେଟ୍ରୋ ଷ୍ଟେସନର ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା।

44 minutes ago
1


